Advertisment

ଔଷଧ କିଣିବାକୁ ଯାଇ ଏସିଡ୍‌ ମାଡ଼ର ଶିକାର ହେଲେ ଯୁବକ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଏସିଡ ମାଡ଼ ଅଭିଯୋଗ । ଭଦ୍ରକ ବନ୍ତ ଥାନା ସିଲନ୍ଦୀ ଗାଁରୁ ଏଭଳି ଅଭିଯୋଗ ଆସିଛି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Youth critical after miscreants throw acid on him reportedly over land dispute and past enmity in Bh

Youth critical after miscreants throw acid on him reportedly over land dispute and past enmity in Bh

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଏସିଡ ମାଡ଼ ଅଭିଯୋଗ । ଭଦ୍ରକ ବନ୍ତ ଥାନା ସିଲନ୍ଦୀ ଗାଁରୁ ଏଭଳି ଅଭିଯୋଗ ଆସିଛି । ଜମି ବାଡ଼ି ଓ ମଦ ବିକ୍ରିକୁ ବିରୋଧ କରିବାରୁ ଗାଁର ଜଣେ ଯୁବକଙ୍କୁ ଏସିଡ ମାଡ଼ କରାଯାଇଥିବା ଅଭିଯୋଗ ହୋଇଛି ।

Advertisment

ସୂଚନା ଅନୁସାରେ, ସିଲନ୍ଦୀ ଗାଁର ପାର୍ଥସାରଥୀ ଜେନା ନାମକ ଜଣେ ଯୁବକ ଗତକାଲି ରାତିରେ ତାଙ୍କ ବାପାଙ୍କ ପାଇଁ ଔଷଧ ଆଣିବାକୁ ଛେନାପଦୀ ମାର୍କେଟକୁ ଯାଉଥିଲେ । ବାଟରେ କେତେକ ବ୍ୟକ୍ତି ସେହି ସମୟରେ ତାଙ୍କୁ କୌଶଳ କ୍ରମେ ଏକ ସ୍ଥାନକୁ ନେଇ ହଠାତ ପାର୍ଥସାରଥୀଙ୍କ ଉପରକୁ ଏସିଡ ମାଡ଼ କରିଥିଲେ ।

ଜୀବନ ବିକଳରେ ଦୌଡ଼ି ସେ ଏକ ସ୍ଥାନରେ ଲୁଚି ନିଜ ପରିବାର ଓ ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ । ଯାହା ପରେ ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସରେ ଭଦ୍ରକ ଡାକ୍ତରଖାନା ଅଣାଯାଇଥିଲା । ଏସିଡ ମାଡ଼ରେ ସେ ଗୁରୁତର ହୋଇପଡିଥିଲେ । ବିଳମ୍ବିତ ରାତ୍ରିରେ ତାଙ୍କୁ ଭଦ୍ରକରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

Advertisment
Acid Attack Bhadrak
Advertisment
Advertisment