/odishatv-khabar/media/post_attachments/uploadimage/library/16_9/16_9_0/s_1649399276.jpg)
Sand Mafia And Villagers Face Off In Jaleswar
ଗ୍ରାମବାସୀ- ବାଲି ମାଫିଆ ମୁହାଁମୁହିଁ। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ତହସିଲ ଅନ୍ତର୍ଗତ ଦକ୍ଷିଣ ପ୍ରହରାଜପୁରରେ ଗ୍ରାମବାସୀ ଓ ବାଲି ମାଫିଆ ମୁହାଁମୁହିଁ ହୋଇଛନ୍ତି। ବାଲି ଚୋରା ଚାଲାଣ ବେଳେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ୧୦ଟି ବାଲି ବୋଝେଇ ଟ୍ରାକ୍ଟରକୁ ଗ୍ରାମବାସୀ ଅଟକ ରଖିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ଦକ୍ଷିଣ ପ୍ରହରାଜପୁରରେ ରାତି ହେଲେ ବେଆଇନ୍ ଭାବେ ବାଲି ଚୋରା ଚାଲାଣ ହେଉଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ପ୍ରଶାସନକୁ ବାରମ୍ବାର ଜଣାଇବା ସତ୍ତ୍ୱେ ମଧ୍ୟ ଚୋରା ବାଲି ଖନନ ଉପରେ ପ୍ରଶାସନ ରୋକ ଲଗାଇ ପାରୁ ନାହିଁ। ଶେଷରେ ଆଜି ବାଲି ମାଫିଆଙ୍କ ସହ ଗ୍ରାମବାସୀଙ୍କ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।
କେବଳ ଦକ୍ଷିଣ ପ୍ରହରାଜପୁର ନୁହେଁ ଆହୁରି ଅନେକ ସ୍ଥାନରେ ମଧ୍ୟ ବାଲି ଚୋରା ଚାଲାଣ କରାଯାଉଥିବା ଅଭିଯୋଗ ହୋଇଛି। କିଛିଦିନ ପୂର୍ବେ ତହସିଲଦାରଙ୍କ ଉପରେ ଆକ୍ରମଣ କରାଯାଇଥିଲା। ସୌଭାଗ୍ୟବଶତଃ, ସେ ଅଳ୍ପକେ ବର୍ତ୍ତି ଯାଇଥିଲେ। ବାଲି ଚୋରା ଚାଲାଣ ନେଇ ଗ୍ରାମବାସୀ ପୋଲିସ୍ ଓ ତହସିଲଦାରଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ସେମାନେ ଏଥିପ୍ରତି କର୍ଣ୍ଣପାତ କରୁ ନଥିବା ଅଭିଯୋଗ ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)