Odisha News
ପ୍ରଥମ ଶ୍ରେଣୀ ଛାତ୍ରୀ ତରକାରୀ କଡ଼େଇରେ ପଡି ଗୁରୁତର । ମୟୁରଭଞ୍ଜ ଜିଲ୍ଲାର ଶୁଳିଆପଦା ବ୍ଲକ ବାଘଡା ପ୍ରାଥମିକ ବିଦ୍ୟାଳୟରେ ଏପରି ଘଟଣା ଦେଖିବାକୁ ମିଳିଛି ।
Advertisment
ଗତକାଲି ସ୍କୁଲରେ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ଦିଆ ଯାଉଥିବା ସମୟରେ ପିଲାମାନେ ଲାଇନ୍ରେ ଠିଆ ହୋଇ ଖାଦ୍ୟ ଆଣୁଥିଲେ । ସେହି ସମୟରେ ପିଲାମାନଙ୍କ ମଧ୍ୟରେ ଠେଲାଠେଲିରୁ ଜଣେ ଛାତ୍ରୀ ଗରମ ତରକାରୀ କଢେଇରେ ପଡିଯାଇଥିଲେ ।
ଫଳରେ ଛାତ୍ରୀ ଜଣକ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ପିଲାଟିକୁ ଶିକ୍ଷକମାନେ ନିକଟସ୍ଥ ବାଘଡା ଡାକ୍ତରଖାନାକୁ ନେଇଥିଲେ । ତେବେ ଶିକ୍ଷକଙ୍କ ଅବହେଳା ଓ ଦାୟିତ୍ୱ ହୀନତା ଯୋଗୁ ଏପରି ହୋଇଥିବା ଅଭିଯୋଗ କରିଛନ୍ତି ଛାତ୍ରୀଙ୍କ ବାପା ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)