• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କଠିନ ପରିଶ୍ରମ ଆଣିଦିଏ ସଫଳତା । ନିଜର ବୁଦ୍ଧି ଓ କଳା କୌଶଳକୁ ସଠିକ ଭାବରେ ରୂପାୟନ କରି ଅସାଧ୍ୟ କାର୍ଯ୍ୟକୁ ସାଧ୍ୟ କରି ପାରିଛନ୍ତି ଜଣେ ଉନୀୟମାନ ଯୁବକ । ଅନେକ ଅସହାୟଙ୍କ ମୁହଁରେ ବି ଫୁଟାଇପାରିଛନ୍ତି ହସ । ସେ ହେଉଛନ୍ତି ଢେଙ୍କାନାଳ କାମାକ୍ଷାନଗର ଅଞ୍ଚଳରେ ଷ୍ଟାଚ୍ୟୁମ୍ୟାନ୍ ଭାବେ ପରିଚିତ ଦୁର୍ଜୟ ।

ଢେଙ୍କାନାଳ କାମାକ୍ଷାନଗର ବ୍ଲକ ଜିରିଡାମାଳି ଗାଁର ଦୁର୍ଜୟ କୁମାର ସାହୁ । ତିଆରି କରିଛନ୍ତି ବିଭିନ୍ନ ପ୍ରକାର ପ୍ରତିମୂର୍ତ୍ତି । ଯେଉଁଆଡେ ଆଖି ବୁଲାଇଲେ ସବୁଠି ଦେଖାଯାଉଛି କଳା, କୌଶଳ ଓ ନିପୁଣତାର ଛାପ । ମହାନ ପୁରୁଷଙ୍କ ପ୍ରତିମୂର୍ତ୍ତି ଜୀବନ୍ତ ଭଳି ଲାଗୁଛି । ଜିରିଡାମାଳି ଠାରେ ଷ୍ଟାଚ୍ୟ ନିର୍ମାଣ ପାଇଁ ଓ୍ୱାର୍କ ସପ ତାଙ୍କର ରହିଛି । ଏହି ଓ୍ୱାର୍କ ସପରେ ଅନେକ ଅସହାୟ ଓ ବେକାର ଯୁବକଙ୍କୁ ନିଯୁକ୍ତି ଦେଇ ସେମାନଙ୍କ ମୁହଁରେ ହସ ଖେଳାଇ ପାରିଛନ୍ତି ଦୁର୍ଜୟ । ନିଜ ପରିବାର ସହ ସାଥିରେ କାମ କରୁଥିବା ଯୁବକଙ୍କ ପରିବାରକୁ ଆହାର ମଧ୍ୟ ଯୋଗାଇ ପାରୁଛନ୍ତି।

୩୫ ବର୍ଷୀୟ ଦୁର୍ଜୟ ପିଲାଟି ଦିନରୁ ଅଭାବ ଅନଟନ ଭିତରେ ବଢି ଆସୁଥିଲେ । ହେଲେ ତାଙ୍କର ଇଚ୍ଛା ଶକ୍ତି ଆଗରେ ହାର ମାନିଛି ଦାରିଦ୍ର୍ୟତା । ୨୦୦୨ରେ ଜିରିଡାମାଳିସ୍ଥିତ ରଘୁନାଥ ଜୀଉ ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ ପାସ୍ ପରେ ଭୁବନେଶ୍ୱରସ୍ଥିତ ବି.କେ ଆର୍ଟ ଏଣ୍ଡ କ୍ରାଫ୍ଟସ କଲେଜରୁ ସ୍ନାତକ କରିଥିଲେ ଦୁର୍ଜୟ । ପରେ ପ୍ରାୟ ୫ ବର୍ଷ କାଳ ଦିଲ୍ଲୀରେ ଥିଲେ । ୨୦୧୩ରେ ଓଡିଶା ଫେରି ବାଇସିଙ୍ଗା ଗ୍ରାମପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଠିକା ଆର୍ଟ ଶିକ୍ଷକ ଭାବେ ନିଜର ଜୀବନ ଆରମ୍ଭ କରିଥିଲେ ।

ଦୁର୍ଜୟଙ୍କ ପ୍ରୟାସ ଆଧୁନିକ ସମାଜରେ ଯୁବପିଢ଼ିଙ୍କ ପାଇଁ ଏକ ନିଦର୍ଶନ । ଆଉ ଏଥିପାଇଁ ସେ ସ୍ଥାନୀୟ ଅଞ୍ଚଳର ଷ୍ଟେଚ୍ୟୁମ୍ୟାନ୍ ଭାବେ ପରିଚିତ

କାମାକ୍ଷାନଗରରୁ ବିଦ୍ୟାଧର ବରାଳଙ୍କ ରିପୋର୍ଟ