• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଗିରଫ ହେଲେ ଗଞ୍ଜାମ ଭଂଜନଗରର ଏକଜିକ୍ୟୁଟିଭ ଇଂଜିନିୟର କାର୍ତ୍ତିକେଶ୍ୱର ରାଉଳ । ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ପରେ ଚଢାଉ ବେଳେ ୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଜବତ କରିଥିଲା ଭିଜିଲାନ୍ସ । କାର୍ତ୍ତିକେଶ୍ୱରଙ୍କ ଘରୁ ପୁଳା ପୁଳା ବଣ୍ଡଲ୍ ନୋଟ୍ ଜବତ ହୋଇଥିଲା । ଭୁବନେଶ୍ୱର ଟାଟା ଏରିନାରେ ଥିବା କାର୍ତ୍ତିକେଶ୍ୱରଙ୍କ ଫ୍ଲାଟରେ ଭିଜିଲାନ୍ସ ଚଢ଼ାଉ କରିଥିଲା ।

ପୂର୍ବରୁ ଚଢ଼ାଉ ବେଳେ କାର୍ତ୍ତିକେଶ୍ୱରଙ୍କ ୨ କୋଟି ୭୬ ଲକ୍ଷ ଟଙ୍କାର ସଂପତ୍ତି ମିଳିଥିଲା । ତାମଧ୍ୟରେ ରହିଛି ୨ଟି ଫ୍ଲାଟ, ୭ଟି ପ୍ଲଟ ଏବଂ ଭୁବନେଶ୍ୱର ଜାଗମରାରେ ଗୋଟିଏ ଦୁଇ ମହଲା କୋଠା, ଗୋଟିଏ ୩ ବିଏଚକେ ଓ ଆଉ ଗୋଟିଏ ୨ ବିଏଚକେ ଫ୍ଲାଟ୍ । ତାସହ ୩୭ ଲକ୍ଷ ୨୩ ହଜାର ଟଙ୍କାର ବ୍ୟାଙ୍କ ଡିପୋଜିଟ ମିଳିବା ସହ ନଗଦ ଅଢ଼େଇ ଲକ୍ଷ ଟଙ୍କାକୁ ଭିଜିଲାନ୍ସ ଜବତ କରିଥିଲା ।