ରାଜଧାନୀବାସୀଙ୍କ ପାଇଁ ଖୁସି ଖବର । ଭୁବନେଶ୍ୱରରେ ଖୋଲିବ ଓମଫେଡର ଭେଣ୍ଡିଂ ମେସିନ୍ ।
ଶ୍ରୀମନ୍ଦିରରେ ଲୁହା କଡ଼େଇରେ ରୋଷେଇ ହେବା ପ୍ରସଙ୍ଗ । କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ନିର୍ଦ୍ଦେଶ ।
ଅବହେଳିତ ଅବସ୍ଥାରେ କଟକ ବାରବାଟୀ ଦୁର୍ଗର ଗଡଖାଇ । ପୁନରୁଦ୍ଧାର ନେଇ ହେଉଛି ଯୋଜନା, ସ୍ଥିତି କିନ୍ତୁ ଯଥା ପୂର୍ବଂ ତଥା ପରଂ। ମେୟର କହିଲେ, ASI ନେଇଛି ଦାୟିତ୍ୱ, ବର୍ଷା ପରେ ହେବ କାମ ।
ଅଯୋଗ୍ୟଙ୍କୁ ମିଳୁଛି ଭତ୍ତା, ଯୋଗ୍ୟ ପଡ଼ିଛନ୍ତି ବାଦ୍ । କେନ୍ଦ୍ରାପଡ଼ା ଆଳି ବ୍ଲକ ଅର୍ଗଳ ପଞ୍ଚାୟତରୁ ଆସିଛି ବାର୍ଦ୍ଧକ୍ୟ ଭତ୍ତାରେ ବଡ଼ ଧରଣର ଦୁର୍ନୀତି ଅଭିଯୋଗ ।
ଲଗାଣ ବର୍ଷାରେ ଅଧିକ ପ୍ରଭାବିତ ହୋଇଛି ମାଲକାନଗିରିର କାଳିମେଳା ବ୍ଳକ। ବଣ୍ଡାଘାଟିରେ ଭାଙ୍ଗିଛି ଅନେକ ଘରର କାନ୍ଥ । ପାଣି ଖସୁଥିଲେ ବି ସ୍ଥିତି ଉଦବେଗଜନକ ରହିଛି।
ଦୀଘା ମୁହାଣରେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଇଲିଶି ମାଛ । ବଙ୍ଗୋପସାଗରରେ ଇଲିଶି ମିଆଁମାର ଓ ବାଂଲାଦେଶ ଗଭୀର ସମୁଦ୍ରରୁ ଭାରତ ଉପକୂଳ ମୁହାଁ ହୋଇଛନ୍ତି l
୨୦୦୦ରୁ ୨୦୨୩ ମଧ୍ୟରେ ୪୮୨ଟି ପ୍ରକଳ୍ପ ପାଇଁ କଟା ଯାଇଛି ଗଛ । ୨୩ ବର୍ଷରେ ୨୬ ଲକ୍ଷ ୭୫ ହଜାର ୧୯୧ଟି ଗଛ କଟା ଯାଇଛି । ସବୁଠୁ ଅଧିକ ବିଦ୍ୟୁତ୍ ଓ ଖଣି ପାଇଁ ଗଛ ବଳି ପଡ଼ିଛି । ଗୃହରେ ଜଙ୍ଗଲ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆଙ୍କ ସୂଚନା ।
ଭାରତରେ ଜଣେ ଯୁବକ ମଙ୍କିପକ୍ସ ଆକ୍ରାନ୍ତ ସନ୍ଦେହ। ସ୍ୱାସ୍ଥ୍ୟାବସ୍ଥା ସ୍ଥିର,ସ୍ପଷ୍ଟତା ପାଇଁ ସାମ୍ପଲ୍ ସଂଗ୍ରହ। ଆକ୍ରାନ୍ତ ସନ୍ଦେହ କରାଯାଉଥିବା ଯୁବକ ହସ୍ପିଟାଲରେ ଭର୍ତ୍ତି।
ସମଲେଶ୍ୱରୀ ମନ୍ଦିର ପରିସରରେ ଜମିଲା ସ୍ୱତନ୍ତ୍ର ନୂଆଁଖାଇ ଆସର। ନୂଆଁଖାଇ ଉତ୍ସବରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ରାଜ୍ୟ ମନ୍ତ୍ରିମଣ୍ଡଳର କିଛି ସଦସ୍ୟ।
ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଭୁବନେଶ୍ୱର ଫରେଷ୍ଟ ପାର୍କରେ ଚାଲିଛି ମାଟି ପରୀକ୍ଷଣ। ୪୦ ମିଟର ଗଭୀରରୁ ମାଟି ଆଣି କରାଯାଉଛି ପରୀକ୍ଷା।
କାହା ପାଇଁ ପାଉଣା ତୁଚ୍ଛ, କାହା ଆଗରେ ହାରିଯାଇଛି ବୟସ । ଭାସ୍କର, ଡୋମିନିକ୍ ଓ କଳେବର ସାରଙ୍କ ତ୍ୟାଗ ଓ ଉତ୍ସର୍ଗର କାହାଣୀ ।
ଘର ଭିତରୁ ଶୁଭିଲା ଫଁ ଫଁ ଗର୍ଜନ। ଡରି ଡରି ଖୋଜାଖୋଜି କଲେ ପରିବାର ଲୋକେ। ଏତିକିବେଳେ ଘରୁ ବାହାରି ଆସିଲା ୧୫ଫୁଟ ଲମ୍ୱର ବିରାଟ ଅହିରାଜ। ତାର ବିଶାଳ ଫଣା, କଣା ମଚମଚ ଶରୀର ଦେଖି ଛାନିଆ ହୋଇଗଲେ ପରିବାର ଲୋକେ ।
ଲୋକଙ୍କୁ ତ୍ୱରିତ୍ ନ୍ୟାୟ ଦେବାକୁ ସରକାର ପ୍ରତିଶ୍ରୁତିବଦ୍ଧ । ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ସରକାରଙ୍କ ବିଚାରାଧୀନ ଅଛି । ଗୃହରେ ସ୍ପଷ୍ଟୀକରଣ ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ବୃଦ୍ଧାଶ୍ରମରେ ଭଉଣୀ ହାତରୁ ରାକ୍ଷୀ ବାନ୍ଧିବାକୁ ଆସିଛି ଭାଇ। ଭଉଣୀକୁ ପାରାଲିଲିସ୍, କିନ୍ତୁ ଭାଇ ସବୁ ଜିନିଷ ଆଣିଛି ନିଜ ସାଙ୍ଗରେ।
ମା’... ଏ ବି ଗୋଟିଏ ମା’ । ଯେମିତି ସୁନ୍ଦର, ସେମିତି ତା’ ସ୍ପର୍ଶ ବି । ଦର୍ଶକବନ୍ଧୁ ଆମ ପାଖରେ ଏ ମା’ ହଂସଟିର ସେମିତି ଅଧିକ କିଛି ଭିଡିଓ ନାହିଁ । ତଥାପି ମାତ୍ର ଏଇ କିଛି ସେକେଣ୍ଡର ଭିଡିଓ ଯେମିତି ମା’ର କର୍ତ୍ତବ୍ୟକୁ ଗୋଟି ଗୋଟି କରି ବର୍ଣ୍ଣନା କରୁଛି ।
ପ୍ରଭୁଙ୍କ ଚରଣରେ ଯେବେ ଭକ୍ତଟିଏ ଶରଣ ନିଏ, ତା’କୁ ନିଜର ଛତ୍ରଛାୟା ତଳେ ସୁରକ୍ଷା ଦିଅନ୍ତି ଭଗବାନ । ଆଜି ଏ ଭକ୍ତ ବି ଭଗବାନଙ୍କ ଶରଣକୁ ଯାଇଛି । ବିଶ୍ୱର ମଙ୍ଗଳ କାମନା କରି ରାସ୍ତାରେ ଗଡ଼ିଗଡ଼ି ୬୦ କିଲୋମିଟର ଅତିକ୍ରମ କରିଛି ।
ଛାତିରେ ବାବୁସାନଙ୍କ ଟାଟୋ । ଦର୍ଶକ ବନ୍ଧୁ ଏମିତି ଟାଟୋ ଆପଣ କ୍ରିକେଟର ଫ୍ୟାନ୍ସଙ୍କ ଶରୀରରେ ଦେଖିଥିବେ । ବଲିଉଡ୍ ଓ ଟଲିଉଡ୍ର ହିରୋମାନଙ୍କ ଚିତ୍ରକୁ ଫ୍ୟାନ୍ସମାନେ ମଧ୍ୟ ନିଜ ଦେହରେ ବନାଇଥିବେ ଦେଖିବାକୁ ପାଇଥିବେ ।
ଖାଦ୍ୟ ଖାଉ ଖାଉ ଛାଡିଗଲା ଜୀବନ। ଲକ୍ଷ ଲକ୍ଷ ଲୋକ ଦେଖିଲେ ମୃତ୍ୟୁର ଲାଇଭ ଟେଲିକାଷ୍ଟ। ତେବେ ଏହା ପଛର କାରଣ ଶୁଣି ଆପଣ ହୋଇଯିବେ ଆଶ୍ଚର୍ଯ୍ୟ।
ସରକାର କା ମାଲ୍ ଦରିଆ ମେ’ ଡାଲ୍ । 5T ନାଁରେ ବଦଳିଗଲା ସ୍କୁଲର ରଙ୍ଗ । ଆଉ ତା’ ପରେ ଖସିଲା ଟାଇଲ୍, ଫାଟିଲା ମୁଣ୍ଡ । ସାଜସଜ୍ଜାରେ ଲକ୍ଷ ଲକ୍ଷ ଟଙ୍କା ଉଠାଇ ଖର୍ଚ୍ଚ କରାଗଲା, ହେଲେ ମାତ୍ର କେତେଟା ବର୍ଷ ଯାଇଛି କି ନାହିଁ ସାମ୍ନାକୁ ଆସିଲା ଅସଲ ଚିତ୍ର ।
କେଉଁ ଦେଶରେ ରହିଛି ସବୁଠାରୁ ମହଙ୍ଗା ଘର ? ମୁକେଶ ଅମ୍ବାନୀଙ୍କ ଆଣ୍ଟିଲିଆ ଦୁନିଆର ସବୁଠାରୁ ଦାମୀ ଘର କି ? ତେବେ ଆସନ୍ତୁ ଜାଣିବା ବିଶ୍ବର ୧୦ ସବୁଠାରୁ ମହଙ୍ଗା ଘର ବିଷୟରେ...
କେବେ କାର୍ଯ୍ୟକ୍ଷମ ହେବ ଅକ୍ସିଜେନ୍ ପ୍ଲାଣ୍ଟ ? ଗତ ଦୁଇ ବର୍ଷ ହେବ ରାଜ୍ୟ ସରକାରଙ୍କ ଭାଙ୍ଗୁନି ନିଦ । ରାଜ୍ୟରେ ବିଜେଡି ସରକାର ସମୟରେ କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଦୁଇ ଦୁଇଟି ଅକ୍ସିଜେନ୍ ପ୍ଲାଣ୍ଟ ବନ୍ଦ ହୋଇଛି । ହେଲେ ନୂଆ କରି ଓଡ଼ିଶାରେ ବିଜେପି ସରକାର ଆସିଥିବାରୁ ଏହି ପ୍ଲାଣ୍ଟ ପୁଣି ଥରେ କାର୍ଯ୍ୟକ୍ଷମ ହେବ ବୋଲି ଅଶାକରିଛନ୍ତି ସ୍ଥାନୀୟ ଲୋକେ ।
ବାପାଙ୍କ ପାଖରୁ ଟଙ୍କା ନେବାକୁ ପୁଅର ଜବରଦସ୍ତ ପ୍ଲାନ୍। ସାଙ୍ଗ ସହ ମିଶିକଲା କିଡ୍ନାପ୍ନାଟକ । ଦେଖନ୍ତୁ କେମିତି ବୁଲୁଛି ଛୁରି, ଭାଙ୍ଗୁଛି ମଦ ବୋତଲ...
ବନ ମହୋତ୍ସବ ଆସିଲେ ଗଛ ଲଗାଇବା ଚିନ୍ତା ମନକୁ ଆସେ l ସରକାରୀ ଯୋଜନାରେ ବୃକ୍ଷ ରୋପଣ କରାଯାଏ l କିନ୍ତୁ ବୃକ୍ଷ ରୋପଣ ପରେ ଭୁଲି ଯାଆନ୍ତି ଗଛର କଥା l ନୂଆପଡା ଜିଲ୍ଲାର ଜଣେ ଦମ୍ପତି ନିଆରା ଉଦ୍ୟମ ଆରମ୍ଭ କରି ବୃକ୍ଷରୋପଣ କରୁଛନ୍ତି l
ସରକାର କା ମାଲ୍ ଦରିଆ ମେ ଡାଲ୍ । ଧୋକା ଦେଲା ସରକାରୀ ଧାନ ବିହନ । ସରକାରୀ ଅନୁଷ୍ଠାନରୁ ଧାନ ବିହନ କିଣି ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ । ଏ ଦୃଶ୍ୟ ହେଉଛି ଖଡ଼ିଆଳ ଅଞ୍ଚଳର…
ଦିଆସିଲି କାଠିରେ ଭବ୍ୟ ରାମମନ୍ଦିର । ୬୦ ହଜାର ଦିଆସିଲି କାଠିକୁ ଏକାଠି କରି ଅତି ନିଖୁଣ ଭାବେ ଅଯୋଧ୍ୟାର ରାମ ମନ୍ଦିର ତଆରି କରାଯାଇଛି । ମନ୍ଦିରକୁ ଆହୁରି ସୁନ୍ଦର କରିବାକୁ ସେଥିରେ ଖଞ୍ଜାଯାଇଛି ଇଲେକ୍ଟ୍ରି ଲାଇଟ ।