Advertisment

ଆଶ୍ଚର୍ଯ୍ୟ ଚକିତ କଲା ଭଳି ଘଟଣା: ଏକ ସ୍ଥାନରେ ବନ୍ୟଜନ୍ତୁଙ୍କ ସହ ମନୁଷ୍ୟର ସହବସ୍ଥାନ !

ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସ୍ଥଳ ବିଶେଷରେ ଏହା ବାସ୍ତବ ହୋଇପାରେ। ଏକ ଭାଇରଲ ଭିଡିଓରୁ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।

author-image
Sujit kumar Swain
ଅଦ୍ୟତନ ହୋଇଛି
wildlife

wildlife

ଆଶ୍ଚର୍ଯ୍ୟ କଲା ଭଳି ଦୃଶ୍ୟ । ଚକିତ କଲା ଭଳି ଘଟଣା । ଯାହାକୁ ଦେଖିଲେ ବି କେହି ବିଶ୍ବାସ କରିପାରୁ ନାହିଁନ୍ତି । ଏକ ସ୍ଥାନରେ ସବୁ ବନ୍ୟଜନ୍ତୁଙ୍କ ସହ ମନୁଷ୍ୟର ସହବସ୍ଥାନ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସ୍ଥଳ ବିଶେଷରେ ଏହା ବାସ୍ତବ ହୋଇପାରେ। ଏକ ଭାଇରଲ ଭିଡିଓରୁ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। 

Advertisment

ଏଥିରେ ଦେଖାଦେଇଛି ଗୋଟିଏ ସ୍ଥାନରେ ବାଘ, ଭାଲୁ, ଛେଳି ଏବଂ ମନୁଷ୍ୟର ସହବସ୍ଥାନ। ପ୍ରଥମେ ଗୋଟେ ଦୁଇଟା କଲରାପତରିଆ ଆସି ସେହି ସ୍ଥାନରେ ବୁଲୁଥିବା ଦେଖାଦେଇଥିଲା। ଏହାର କିଛି ସମୟ ପରେ ଠିକ ସେହି ସ୍ଥାନକୁ ଦୁଇ ତିନୋଟି ଭାଲୁ ମଧ୍ୟ ଆସି ବିଚରଣ କରିଥିଲେ। 

Advertisment

ଏହା ପରେ ଦିନ ଗଡିବା ସହ ସେ ସ୍ଥାନକୁ କିଛି ଛେଳି ମଧ୍ୟ ଆସିଥିଲେ। ଜଣେ ଛେଳି ଚରାଳି ଅନାୟାସରେ ସେମାନଙ୍କୁ ନେଇ ସେହି ବାଟେ ଯାଉଥିବାର ଦୃଶ୍ୟ ମଧ୍ୟ ଭିଡିଓରେ ଦେଖାଦେଇଥିଲା।  ପରେ ଅପରାହ୍ନରେ ଏକ ମହାବଳ ବାଘ ମଧ୍ୟ ସେହି ସ୍ଥାନକୁ ଆସି କିଛି ସମୟ ବୁଲାବୁଲି କରିଥିଲା। ମହାବଳ ବାଘଟି ରାତି ଯାଏ ସେହି ସ୍ଥାନରେ ରହିଥିବା ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାରୁ ସ୍ପଷ୍ଟ ହୋଇଛି। 

ୱାଇଲ୍ଡ ୱାର୍ଲ୍ଡ ଇଣ୍ଡିଆ ପକ୍ଷରୁ ଏହି ଭିଡିଓ ପ୍ରକାଶ କରାଯାଇଛି। ସମାନ ସ୍ଥାନରେ ମଂଶାସୀ, ତୃଣଭୋଜି ପ୍ରାଣୀ ସହ ମନୁଷ୍ୟର ସହବସ୍ଥାନ କିଭଳି ସମ୍ଭବ ତାହା ଏହି ଭିଡିଓ ସାବ୍ୟସ୍ତ କରୁଛି। 

Wild Bear Goats Tigers Viral Video Humans
Advertisment
Advertisment