/odishatv-khabar/media/post_attachments/uploadimage/library/16_9/16_9_0/IMAGE_1725960370.jpg)
Fishermen thrilled with bumper hilsa catch
ଦୀଘା ମୁହାଣରେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଇଲିଶି ମାଛ । ଲଘୁଚାପ ପ୍ରଭାବରେ ପ୍ରଚୁର ଇଲିଶି ମାଛ ପଡୁଛନ୍ତି । ଫଳରେ ମତ୍ସ୍ୟଜୀବୀ ମାଲେମାଲ୍ । ବାଲେଶ୍ୱର ଜିଲ୍ଲା ଭୋଗରାଇ ସୀମାନ୍ତ ଦୀଘା ମୁହାଣ ମାଛ ମାର୍କେଟରେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଇଲିଶି ବିକ୍ରି ହେଉଛି । ଗତ କିଛି ବର୍ଷ ଧରି ଜାଲରେ ଆଶାନୁରୂପ ଇଲିଶି ପଡୁନଥିବାରୁ ଟ୍ରଲର ମାଲିକ ଓ ମତ୍ସ୍ୟଜୀବୀ ନିରାଶ ହୋଇଥିଲେ । ଚଳିତ ବର୍ଷାଋତୁ ଆରମ୍ଭରେ ମଧ୍ୟ ସେଭଳି ଇଲିଶି ଦେଖାଯାଇ ନ ଥିଲେ ।
Advertisment
କିନ୍ତୁ ଗତ ୨ ଦିନ ଧରି ମତ୍ସ୍ୟଜୀବୀଙ୍କ ମୁହଁରେ ଇଲିଶିକୁ ନେଇ ହସ ଫୁଟିଛି । ବଙ୍ଗୋପସାଗରରେ ଇଲିଶି ମିଆଁମାର ଓ ବାଂଲାଦେଶ ଗଭୀର ସମୁଦ୍ରରୁ ଭାରତ ଉପକୂଳ ମୁହାଁ ହୋଇଛନ୍ତି l ତେବେ ଇଲିଶିର ଦର ଢେର ଅଧିକ ରହିଛି । ଏକ କିଲୋ ଓଜନର ଇଲିଶି ହଜାରେ ଟଙ୍କାରେ ବିକ୍ରି ହେଉଛି । ବେଳେ ବେଳେ ଦର ଶସ୍ତା ମଧ୍ୟ ରହୁଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)