• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

ରାଜଧାନୀବାସୀଙ୍କ ପାଇଁ ଖୁସି ଖବର । ଭୁବନେଶ୍ୱରରେ ଖୋଲିବ ଓମଫେଡର ଭେଣ୍ଡିଂ ମେସିନ୍ । ଏ ନେଇ ସୂଚନା ଦେଇଛନ୍ତି ଓମଫେଡର ମ୍ୟାନେଜିଂ ଡାଇରେକଟର ବିଜୟ  ଅମୃତା କୁଲାଙ୍ଗେ । ଏହି ଭେଣ୍ଡିଂ ଜୋନରେ ଓମଫେଡର ବିଭିନ୍ନ ପ୍ରଡକ୍ଟ ଉପଲବ୍ଧ ରହିବ । ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ରାଜଧାନୀରେ ଭେଣ୍ଡିଂ ମେସିନ ସ୍ଥାପନ କରାଯିବ । ପ୍ରାଥମିକ ପର୍ଯ୍ୟାୟରେ ଜନପଥରେ ଭେଣ୍ଡିଂ ମେସିନ୍ ବସାଇବା ଲାଗି ଓମଫେଡ୍ ଯୋଜନା ରଖିଛି। ପରେ ପରେ ରାଜଧାନୀର ବିଭିନ୍ନ ସ୍ଥାନରେ ୨୦ଟି ଭେଣ୍ଡି ମେସିନ୍ ବସାଯିବ । 

ସେପଟେ ବଜାରକୁ ଆସିଲା ଓମଫେଡ୍ ଗୋଲ୍ଡ ପ୍ଲସ୍ କ୍ଷୀର । ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆ କ୍ଷୀର ପ୍ୟାକେଟର ଶୁଭାରମ୍ଭ କରିଛନ୍ତି । ମୌସୁମୀ ବୈଠକରେ କେନ୍ଦ୍ର ପଞ୍ଚାୟତରାଜ, ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ରାଜୀବ ରଞ୍ଜନ ସିଂଙ୍କ ଉପସ୍ଥିତରେ ଏହାର ଶୁଭାରମ୍ଭ କରାଯାଇଛି ।

୪.୫ ପ୍ରତିଶତ ଫ୍ୟାଟ ସହ ବଜାରକୁ ଆସିଛି ଏହି ନୂଆ କ୍ଷୀର । ଏହାର ମାର୍କେଟ ଦର ଅଧା ଲିଟରକୁ ୨୮ ଟଙ୍କା ରହିଛି । ଏଥିରେ ୧ ପ୍ରତିଶତ ଅଧିକ ଫ୍ୟାଟ ଅଂଶ ରହିଛି । ପୂର୍ବରୁ ଆସୁଥିବା ଓମ୍ଫେଡ୍ ଗୋଲ୍ଡ ବଦଳରେ ଏବେ ଗୋଲ୍ଡ ପ୍ଲସ ବଜାରକୁ ଆସିବ । 

 

OTV is now on Whatsapp

Join and get latest news update delivered to you via whatsapp

Join Now