• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

ଖୁବ୍ ଶୀଘ୍ର ସାକାର ହେବ ମେଟ୍ରୋ ଟ୍ରେନ୍ ସ୍ୱପ୍ନ । ବିମାନବନ୍ଦରରୁ ତ୍ରିଶୁଳିଆକୁ ଗଡିବ ମେଟ୍ରୋ । କିଛି ଦିନର ବିରତି ପରେ ମେଟ୍ରୋ ପ୍ରକଳ୍ପ ନେଇ ପୁଣି 
ଆରମ୍ଭ ହୋଇଛି ମାଟି ପରୀକ୍ଷଣ । ବିଭିନ୍ନ ଯାନ୍ତ୍ରିକ ଉପକରଣ ଲଗାଇ ଭୂଗର୍ଭର ୪୦ ମିଟର ଯାଏ ମାଟି ପରୀକ୍ଷଣ କରାଯାଉଛି । ୧୨ ଜଣ କର୍ମଚାରୀ ଗତ ସାତ ଦିନ ହେବ ଏହି ପରୀକ୍ଷଣ କାମରେ ଲାଗିଛନ୍ତି । ଆସନ୍ତା ୩ମାସ ମଧ୍ୟରେ ଏୟାରପୋର୍ଟ ଛକରୁ ତ୍ରିଶୁଳିଆ ଯାଏ ପ୍ରତି ଶହେ ମିଟର ଦୂରତାରେ ମାଟି ପରୀକ୍ଷା ପାଇଁ ଧାର୍ଯ୍ୟ ହୋଇଛି । ଏବେ ଫରେଷ୍ଟ ପାର୍କ ସମେତ ବାଣୀବିହାରରେ ମଧ୍ୟ ମାଟିର ପରୀକ୍ଷଣ ଚାଲୁ ରହିଛି ।   

ଭୁବନେଶ୍ୱର ଫରେଷ୍ଟ ପାର୍କ ମଧ୍ୟରେ ମେଟ୍ରୋ ଲାଇନ୍ ପାଇଁ ମାଟିର ଟେଷ୍ଟିଂକୁ ବିରୋଧ କରିଛି ଫରେଷ୍ଟ ପାର୍କ ଆସୋସିଏସନ୍ । ପାର୍କ ମଧ୍ୟ ଦେଇ ମେଟ୍ରୋ ପ୍ରକଳ୍ପ ହେଲେ ପାର୍କରେ ଥିବା ପ୍ରାୟ ୪ଶହ ଗଛ ବଳି ପଡିବ । ଏଥିପାଇଁ ୪ଶହ ଗଛରେ ନମ୍ବରିଂ ବି ଶେଷ ହୋଇଛି। ଯାହାକୁ ଜୋରଦାର ବିରୋଧ କରିଛି ଫରେଷ୍ଟ ପାର୍କ ଆସୋସିଏସନ ।

ପୂର୍ବରୁ ଭୁବନେଶ୍ୱର ବିମାନବନ୍ଦର ସମେତ କିଛି ସ୍ଥାନରେ ହୋଇଥିଲା ମାଟି ପରୀକ୍ଷଣ । ମାଟି ପରୀକ୍ଷଣ ଦ୍ୱାରା ମାଟି ଦୃଢତା ସହ ଜଳର ମାନ ମଧ୍ୟ ଜଣାପଡିଥାଏ ବୋଲି ବିଶେଷଜ୍ଞ । 

OTV is now on Whatsapp

Join and get latest news update delivered to you via whatsapp

Join Now