Advertisment

ରାଜ୍ୟରେ ଗଡ଼ିଲା ଆଉ ଦୁଇଟି ବନ୍ଦେ ଭାରତ ଏକ୍ସପ୍ରେସ୍, ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ରାଜ୍ୟରେ ଗଡ଼ିଲା ଆଉ ଦୁଇଟି ବନ୍ଦେ ଭାରତ ଏକ୍ସପ୍ରେସ୍ । ଭର୍ଚୁଆଲ୍ ମୋଡରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି । ବ୍ରହ୍ମପୁର-ଟାଟାନଗର ଓ ରାଉରକେଲା-ହାୱଡା ଏକ୍ସପ୍ରେସ୍ । ଆସନ୍ତାକାଲି ଗଡ଼ିବ ରାୟପୁର-ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସ୍ ।

author-image
Sangram Keshori Behera
ଅଦ୍ୟତନ ହୋଇଛି
undefined

Vande Bharat Express

ଓଡ଼ିଶାକୁ ମୋଦି ସରକାରଙ୍କ ଆଉ ଏକ ବଡ଼ ଭେଟି। ଆଜିଠୁ ଗଡ଼ିଲା ବ୍ରହ୍ମପୁର-ଟାଟାନଗର ଓ ରାଉରକେଲା-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ୍ । ଏ ଦୁଇ ଟ୍ରେନ୍ ସହ ମୋଟ୍ ୬ଟି ନୂଆ ବନ୍ଦେ ଭାରତର ଆଜି ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ। ଆଗାମୀ ଦିନରେ ରାଜ୍ୟର ସବୁ ଜିଲ୍ଲା ମୁଖ୍ୟାଳୟ ଏବଂ ସବ୍ ଡିଭିଜନ୍ କୁ ବି ରେଳ ସଂଯୋଗ ହେବ ବୋଲି ଏହି ଅବସରରେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। 

Advertisment

ଆଜି ଗଡ଼ିଲା ବ୍ରହ୍ମପୁର-ଟାଟାନଗର ଓ ରାଉରକେଲା-ହାୱଡା ବନ୍ଦେ ଭାରତ। କାଲି ଗଡ଼ିବ ରାୟପୁର-ବିଶାଖାପାଟଣା। ପୂର୍ବରୁ ୩ଟି ଥିଲା, ଏହି ୩କୁ ମିଶାଇ ଓଡ଼ିଶା ଟ୍ରାକରେ ଯୋଡ଼ି ହେଲା ଆଉ ୩ ବନ୍ଦେ ଭାରତ ଏକ୍ସପ୍ରେସ। ଭିଡିଓ କନ୍ଫ୍ରେନ୍ସରେ ଏସବୁ ନୂଆ ଟ୍ରେନ୍ ର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ବ୍ରହ୍ମପୁର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ରାଉରକେଲାରେ ରାଜ୍ୟପାଳ ରଘୁବର ଦାସ ଉପସ୍ଥିତ ଥିଲେ। ଏହି ଅବସରରେ  ପ୍ରଧାନମନ୍ତ୍ରୀ କହିଛନ୍ତି, ବନ୍ଦେ ଭାରତ ଏକ୍ସପ୍ରେସ ପୂର୍ବ ଭାରତର ଆର୍ଥିକ ପ୍ରଗତିରେ ସହାୟକ ହେବ। ଆର୍ଥିକ ବିକାଶ ପାଇଁ ଆଧୁନିକ ରେଳ ବିକାଶ ନିତ୍ୟାନ୍ତ ଜରୁରୀ।

ସେଥିପାଇଁ ମୋଦୀ ସରକାର ପ୍ରତିଶ୍ରୁତିବଦ୍ଧ। ସେହିପରି ମୁଖ୍ୟମନ୍ତ୍ରୀ କହିଛନ୍ତି, ବ୍ରହ୍ମପୁର-ଟାଟାନଗର ଏକ୍ସପ୍ରେସ୍ ଫଳରେ ଦକ୍ଷିଣ ଏବଂ ଉତ୍ତର ଓଡ଼ିଶା ଯୋଡି ହେଲା। ରୋଜଗାର ଏବଂ ଉଦ୍ୟୋଗ ପାଇଁ ଏହା ସହାୟକ ହେବ। ଆଗାମୀ ଦିନରେ ସମସ୍ତ ଜିଲ୍ଲା ମୁଖ୍ୟାଳୟ ଏବଂ ସବ୍ ଡିଭିଜନଗୁଡିକୁ ରେଳ ପଥ ସଂଯୋଗ ହେବ। ଗତ ମାସରେ ଆସିଥିବା ୬ଟି ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କାମ ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ କାମ ବି ଖୁବ୍ ଶୀଘ୍ର ସରିବ। ମୁଖ୍ୟନ୍ତ୍ରୀ କହିଛନ୍ତି ପୂର୍ବ ସରକାର ଜମି ଅଧିଗ୍ରହଣରେ କେନ୍ଦ୍ର ସରାକାରକୁ ସହଯୋଗ କରୁନଥିଲେ। କିନ୍ତୁ ଡବଲ୍ ଇଞ୍ଜିନ ସରକାରରେ ବନ୍ଦେ ଭାରତ ଏକ୍ସପ୍ରେସ ବେଗରେ ମୋହନ ସରକାର କାମ କରିବ।

Advertisment

ପୁରୁଣା ବନ୍ଦେ ଭାରତ ଅପେକ୍ଷା ନୂଆ ବନ୍ଦେ ଭାରତରେ ରହିଛି ଅଧିକ ଅତ୍ୟାଧୁନିକ ସୁବିଧା। ନୂଆ ଟ୍ରେନ, ପୂର୍ବ ଟ୍ରେନ ଅପେକ୍ଷା ଓଜନରେ ୩୬ ଟନ୍ କମ୍। ସେହିପରି ନୂଆ ବନ୍ଦେ ଭାରତ ୧୫ ପ୍ରତିଶତ କମ୍ ବିଜୁଳି ବ୍ୟୟ କରିବ। ସବୁଠୁ ବଡ଼ ଫିଚର ରହିଛି ଫୋଟୋ କାଟାଲିକ ୟୁଭି ଏୟାର ପ୍ୟୁରିଫିକେସନ। ଅର୍ଥାତ ଏହା ଦ୍ବାରା ବାୟୁମଣ୍ଡଳରୁ ପୁରା ନିର୍ମଳ ବାୟୁ ବଗି ଭିତରକୁ ଆସିବ। ସେହିପରି ଟ୍ରେନରେ ସମସ୍ତ ବ୍ୟବସ୍ଥା ଟଚ୍ ଫ୍ରି ରହିଛି। 
ଯେମିତି ବାର୍ଥ ରୁମ୍ ଡୋର, ପିଇବା ପାଣି, ଲାଇଟ୍। ସେହିପରି ୱାଇଫାଇ, LED ଲାଇଟ୍ ସହ ଡିଜିଟାଲ ଡିସ୍ପ୍ଲେ ସାହାଯ୍ୟରେ ଯାତ୍ରୀ ପାଇବେ ସମସ୍ତ ତଥ୍ୟ। ସ୍ୱଚ୍ଛତାକୁ ଗୁରୁତ୍ୱ ଦେଇ ବାୟୋ ଭାକ୍ୟୁମ ଟଏଲେଟ୍ ଲଗାଯାଇଛି।

ଏସବୁ ଅତ୍ୟାଧୁନିକ ବ୍ୟବସ୍ଥା ଦେଖି ପ୍ରଥମ ଦିନରେ ଟ୍ରେନରେ ଯାତ୍ରୀ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ପ୍ରବଳ ଉତ୍ସାହ। ନିଜେ ମୁଖ୍ୟମନ୍ତ୍ରୀ ବନ୍ଦେ ଭାରତ ଏକ୍ସପ୍ରେସରେ ବ୍ରହ୍ମପୁରରୁ ଭୁବନେଶ୍ୱର ଯାଏଁ ଯାତ୍ରା କରିବା ସହିତ ଚିଲିକାର ମନୋରମ ଦୃଶ୍ୟକୁ ଉପଭୋଗ କରିଥିଲେ। ତା ସହ ସମସ୍ତ ବଗି ବୁଲି ଯାତ୍ରୀ ଏବଂ ଛାତ୍ରଛାତ୍ରୀଙ୍କ ସହ କଥା ହୋଇଥିଲେ। 

ବ୍ରହ୍ମପୁର-ଟାଟାନଗର ବନ୍ଦେଭାରତ ବ୍ରହ୍ମପୁରରୁ ସକାଳ ୫ଟା ୧୫ରୁ ବାହାରି  ବାଲୁଗାଁ, ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର, କଟକ, ଜଖପୁରା, ହରିଚନ୍ଦନପୁର, କେନ୍ଦୁଝରଗଡ, ବାଂଶପାଣି, ଚାଇବସା ଷ୍ଟେସନ ଦେଇ ଟାଟନଗରରେ ଦିନ ୨ଟା ୨୦ରେ ପହଞ୍ଚିବ। ସେହିପରି ଟାଟାନଗରରୁ ଦିନ ୨ଟା ୫୦ରେ ଛାଡ଼ି ରାତି ୧୧ଟା ୫୫ରେ ବ୍ରହ୍ମପୁରରେ ପହଞ୍ଚିବ। ସେହିପରି ରାଉରକେଲା-ହାୱଡ଼ା ବନ୍ଦେ ଭାରତ ରାଉରକେଲାରୁ ଦିନ ଗୋଟାଏ ୪୦ରେ ବାହାରି କୋଲକାତାରେ ସଂଧ୍ୟା ୭ଟା ୪୦ରେ ପହଞ୍ଚିବ। ଏହି ଟ୍ରେନ୍ ଚକ୍ରଧରପୁର, ଟାଟାନଗର, ଖଡଗପୁରରେ ରହିବ। ଦୁଇଟି ଯାକ ଟ୍ରେନ ମଙ୍ଗଳବାର ଛଡା ସପ୍ତାହର ଅନ୍ୟ ୬ ଦିନ ଚାଲିବ ।

PM Modi Vande Bharat Train
Advertisment
Advertisment