• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

ଅଯୋଗ୍ୟଙ୍କୁ ମିଳୁଛି ଭତ୍ତା, ଯୋଗ୍ୟ ପଡ଼ିଛନ୍ତି ବାଦ୍ । କେନ୍ଦ୍ରାପଡ଼ା ଆଳି ବ୍ଲକ ଅର୍ଗଳ ପଞ୍ଚାୟତରୁ ଆସିଛି ବାର୍ଦ୍ଧକ୍ୟ ଭତ୍ତାରେ ବଡ଼ ଧରଣର ଦୁର୍ନୀତି ଅଭିଯୋଗ । ଭୋଟର ତାଲିକାରେ ନାମ ରହିଛି ସମ୍ପଦରାଣୀ ଗାହାଣ, ସ୍ୱାମୀଙ୍କ ନାମ ରମେଶ ଗାହାଣ । ୨୦୨୧ରେ ସମ୍ପଦରାଣୀଙ୍କ ବୟସ ଥିଲା ୫୫ ଓ ସ୍ୱାମୀଙ୍କ ବୟସ ଥିଲା ୫୬ । କିନ୍ତୁ ୨୦୨୩ରେ ହଠାତ୍ ବଢ଼ିଗଲା ବୟସ ୬୫କୁ । ଶୁଣିବାକୁ ଅଶ୍ଚର୍ଯ୍ୟ ଲାଗୁଥିଲେ ବି ବିଲକୁଲ ସତ ଘଟଣା ।

ମାତ୍ର ଦୁଇ ବର୍ଷରେ ୧୦ ବର୍ଷ ବଢ଼ିଗଲା ବୟସ । ସମ୍ପଦରାଣୀଙ୍କ ବୟସ ୬୫ ଏବଂ ସ୍ୱାମୀ ରମେଶଙ୍କ ବୟସ ୬୬ ହୋଇଗଲା । ଏହା କେବଳ ଭାତ ହାଣ୍ଡିରୁ ଗୋଟିଏ ପରି । ଅଭିଯୋଗ ଅନୁସାରେ ଏମିତି ଅନେକ ତାଲିକାରେ ଭୁଲ ଓ ମିଛ ପ୍ରମାଣ ପତ୍ର ଦେଇ ଏଭଳି ବୟସ ବଢ଼ାଇ ବାର୍ଦ୍ଧକ୍ୟ ଭତ୍ତା ପାଉଛନ୍ତି ଲୋକେ । ଅର୍ଗଳ ପଞ୍ଚାୟତର ୨୦୦ରୁ ଅଧିକ ଯୁବକ ଚଞ୍ଚକତା କରି ବାଦ୍ଧକ୍ୟ ଭତ୍ତା ହାତେଇଛନ୍ତି । ଜାଲ୍ ବୟସ ପ୍ରମାଣ ପତ୍ର ଦେଇ ବର୍ଷ ବର୍ଷ ଧରି ଏମିତି ପେନସନ୍ ନେଇ ଚାଲିଥିବା ବିଜେପି ଅଭିଯୋଗ କରିଛି ।

କେନ୍ଦ୍ରାପଡ଼ା ବିଜେପି ଏନେଇ ପ୍ରେସମିଟ୍ କରି ଅଭିଯୋଗ ଆଣିଥିବା ବେଳେ ଲୋକେ ବି ଏନେଇ ଖୋଲାଖୋଲି ସ୍ୱର ଉଠାଇଲେଣି । ଗତ ସରକାରରେ କିଛି ନେତା ଓ ଦୂର୍ନିତିଖୋର ଅଧିକାରୀଙ୍କ ସହାୟତାରେ ଏହି ଦୂର୍ନିତି ଚାଲିଥିବା ଲୋକେ ଅଭିଯୋଗ କରିଛନ୍ତି । ଏନେଇ ତଦନ୍ତ ହେଲା ସବୁ ସତ ଜଣାପଡ଼ିବ ବୋଲି ଲୋକେ କହିଛନ୍ତି । ଅପରପକ୍ଷେ ଘଟଣାକୁ ନେଇ ସମ୍ପଦରାଣୀ ଓ ସ୍ୱାମୀ ରମେଶ ଗାହାଣଙ୍କ ପ୍ରତିକ୍ରିୟା ମିଳିନଥିବା ବେଳେ ଜିଲ୍ଲାପାଳ କହିଛନ୍ତି ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ।

 

OTV is now on Whatsapp

Join and get latest news update delivered to you via whatsapp

Join Now