Advertisment

ଟ୍ରାଫିକ୍‌ରେ କାହିଁକି ଲାଗିଛି ଲାଲ୍-ହଳଦିଆ-ସବୁଜ ରଙ୍ଗର ଲାଇଟ୍, ଏହା କିଏ ଆରମ୍ଭ କରିଥିଲେ…

ପୃଥିବୀର ଅନେକ ଦେଶରେ ଡିଜିଟାଲ୍‌ ଟ୍ରାଫିକ୍‌ ଲାଇଟ୍‌ କଣ୍ଟ୍ରୋଲ୍‌ ବ୍ୟବସ୍ଥା ବି କାର୍ଯ୍ୟକାରୀ ହେଉଛି। ହେଲେ ଆପଣ ଜାଣନ୍ତି କି ପ୍ରଥମ ଟ୍ରାଫିକ୍ ଲାଇଟ୍ କିଏ ଓ କାହିଁକି ଆରମ୍ଭ କରିଥିଲେ ଏବଂ ଏହା କେଉଁ ରଙ୍ଗର ଥିଲା ?

author-image
Sonali Ojha
ଅଦ୍ୟତନ ହୋଇଛି
Traffic

Traffic

ଟ୍ରାଫିକ୍ ଲାଇଟ୍ ଆମ ଜୀବନର ଏକ ବିଶେଷ ଅଂଶ ପାଲଟିଛି । ରାସ୍ତାରେ ସୁରକ୍ଷିତ ଭାବରେ ଯାତାୟତ କରିବାରେ ଏହାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପୃଥିବୀର ଅନେକ ଦେଶରେ ଡିଜିଟାଲ୍‌ ଟ୍ରାଫିକ୍‌ ଲାଇଟ୍‌ କଣ୍ଟ୍ରୋଲ୍‌ ବ୍ୟବସ୍ଥା ବି କାର୍ଯ୍ୟକାରୀ ହେଉଛି। ହେଲେ ଆପଣ ଜାଣନ୍ତି କି ପ୍ରଥମ ଟ୍ରାଫିକ୍ ଲାଇଟ୍ କିଏ ଓ କାହିଁକି ଆରମ୍ଭ କରିଥିଲେ ଏବଂ ଏହା କେଉଁ ରଙ୍ଗର ଥିଲା ?

Advertisment

ଉନବିଂଶ ଶତାବ୍ଦୀର ଶେଷ ଭାଗରେ ଶିଳ୍ପ ବିପ୍ଳବ ବିଶ୍ୱର ସହରଗୁଡିକର ଦ୍ରୁତ ଅଭିବୃଦ୍ଧି ଘଟାଇଲା । ଏହା ସହିତ ଯାନବାହାନ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଲା ଏବଂ ରାସ୍ତାରେ ଟ୍ରାଫିକ୍ ଜାମ୍ ସମସ୍ୟା ଦେଖାଦେଇଥିଲା।ଏହି ସମସ୍ୟାର ସମାଧାନ ପାଇଁ, ଏକ ଉପକରଣର ଆବଶ୍ୟକତା ଅନୁଭବ କରାଯାଇଥିଲା ଯାହା ଟ୍ରାଫିକକୁ ନିୟନ୍ତ୍ରଣ କରିପାରିବ । କୁହାଯାଏ ଯେ ଆବଶ୍ୟକତା ହେଉଛି ଉଦ୍ଭାବନର ଜନନୀ। ବ୍ରିଟେନରେ ପ୍ରଥମ ଟ୍ରାଫିକ୍ ଲାଇଟ୍ ଉଦ୍ଭାବନ କରାଯାଇଥିଲା ।

୧୮୬୮ ମସିହାରେ, ଲଣ୍ଡନର ଏକ ରେଲୱେ କ୍ରସିଂରେ ଏକ ଗ୍ୟାସ୍ ଚାଳିତ ଟ୍ରାଫିକ୍ ଲାଇଟ୍ ସ୍ଥାପନ କରାଯାଇଥିଲା । । ଟ୍ରାଫିକ ଲାଇଟ୍‌କୁ ସେଠାକାର ଜଣେ ରେଲ୍‌ଓ୍ବେ ଅଧିକାରୀ ଜେ.କେ. ନାଇଟ୍‌ ଲଗାଇଥିଲେ।ସେତେବେଳେ ଇଲେକ୍‌ଟ୍ରିକ୍‌ ବ୍ୟବସ୍ଥା ନ ଥିଲା, ତେଣୁ ଏହାକୁ ଗ୍ୟାସ୍‌ ଦ୍ୱାରା ଜଳା ଯାଉଥିଲା, ଯାହାକି ସୁରକ୍ଷିତ ନ ଥିଲା। ଏହି ଟ୍ରାଫିକ୍ ଲାଇଟ୍ ରେ କେବଳ ଦୁଇଟି ରଙ୍ଗ ଥିଲା- ନାଲି ଏବଂ ସବୁଜ । ଲାଲ ରଙ୍ଗର ଅର୍ଥ ହେଉଛି ବନ୍ଦ କରିବା ଏବଂ ସବୁଜ ରଙ୍ଗର ଅର୍ଥ ହେଉଛି ଚଳପ୍ରଚଳ ଆରମ୍ଭ କରିବା।

Advertisment

ଆମେରିକାରେ ଟ୍ରାଫିକ୍ ଲାଇଟର ବିକାଶ ବ୍ରିଟେନ ଅପେକ୍ଷା ଟିକିଏ ପରେ ଘଟିଥିଲା ​। ପ୍ରଥମ ଇଲେକ୍ଟ୍ରିକ୍ ଟ୍ରାଫିକ୍ ଲାଇଟ୍ ୧୯୧୨ ମସିହାରେ ସଲ୍ଟ ଲେକ୍ ସିଟିର ପୋଲିସକର୍ମୀ ଲେଷ୍ଟର ୱାୟାର ଦ୍ୱାରା ବିକଶିତ ହୋଇଥିଲା । ଏହି ଟ୍ରାଫିକ୍ ଲାଇଟ୍ ରେ କେବଳ ଦୁଇଟି ରଙ୍ଗ ଥିଲା - ନାଲି ଏବଂ ସବୁଜ ।

୧୯୧୪ ମସିହା ଅଗଷ୍ଟ ୫ ତାରିଖରେ ଜେମ୍ସ ହଁଗ୍‌ଙ୍କ ଦ୍ୱାରା ଡିଜାଇନ୍‌ କରାଯାଇଥିବା ପ୍ରଥମ ଇଲେକ୍‌ଟ୍ରି ଟ୍ରାଫିକ୍‌ ଲାଇଟ୍‌ ଲଗାଯାଇଥିଲା; ଯାହାକି ଆମେରିକାର ଟ୍ରାଫିକ୍‌ ସିଗ୍‌ନାଲ୍‌ କମ୍ପାନି ପକ୍ଷରୁ ଓହିଓର କ୍ଲିଭ୍‌ଲାଣ୍ଡସ୍ଥିତ ଇଷ୍ଟ ୧୦୫ ଷ୍ଟ୍ରିଟ୍‌ ଏବଂ ୟୁସ୍ଲିଡ୍‌ ଏଭିନ୍ୟୁ ମଧ୍ୟରେ ଲଗାଯାଇଥିଲା।ଲାଲ୍‌ ଏବଂ ସବୁଜ ଦୁଇଟି ଲାଇଟ୍‌ ଥିବା ବେଳେ ଏକ ବଜର୍‌ ଲଗାଯାଇଥିଲା, ଯାହା ଲାଇଟ୍‌ ବଦଳିବା ସମୟରେ ଏକ ଶବ୍ଦ ସଂକେତ ଦେଉଥିଲା। ୧୯୨୦ ଦଶକରେ ଟ୍ରାଫିକ୍ ଲାଇଟରେ ହଳଦିଆ ରଙ୍ଗ ଯୋଡା ଯାଇଥିଲା। ଯାତାୟତ ପାଇଁ ପ୍ରସ୍ତୁତ ହେବାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହାକୁ ଟ୍ରାଫିକ୍ ଲାଇଟ୍‌ରେ ସ୍ଥାନିତ କରାଗଲା।

ଧୀରେ ଧୀରେ, ଟ୍ରାଫିକ୍ ଲାଇଟ୍ ରେ ଅନେକ ପରିବର୍ତ୍ତନ ଘଟିଲା ଏବଂ ଏଥିରେ ନୂତନ ବୈଶିଷ୍ଟ୍ୟଗୁଡିକ ଯୋଡି ହେଲା। ଅଟୋମେଟିକ୍‌ ରଙ୍ଗ ପରିବର୍ତ୍ତନ ହେଉଥିବା ଟ୍ରାଫିକ୍‌ ଲାଇଟ୍‌ ବ୍ୟବସ୍ଥା ପ୍ରଥମଥର ୧୯୯୬ ମସିହାରେ ଭର୍ଜିନିଆ ଏବଂ ହେମ୍ପଟନ୍‌ଠାରେ ଲଗାଯାଇଥିଲା। ଆଜିକାଲି ଟ୍ରାଫିକ୍ ଲାଇଟରେ ବିଭିନ୍ନ ପ୍ରକାରର ସଙ୍କେତ ଅଛି। ତେବେ ବିଂଶ ଶତାବ୍ଦୀର ମଧ୍ୟଭାଗରେ ଭାରତରେ ଟ୍ରାଫିକ୍ ଲାଇଟ୍ ବ୍ୟବହାର ଆରମ୍ଭ ହୋଇଥିଲା। ଆଜିକାଲି ଭାରତର ସମସ୍ତ ପ୍ରମୁଖ ସହରରେ ଟ୍ରାଫିକ୍ ଲାଇଟ୍ ବ୍ୟବହାର କରାଯାଉଛି ।

Traffic Light
Advertisment
Advertisment