• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Physical academy
ଏଇଠି ଯିଏ ଟ୍ରେନିଂ ନେଉଛି ସିଏ ସେନାରେ ପାଉଛି ଚାକିରି !

ସକାଳୁ ସଞ୍ଜଯାଏଁ ପିଲାଙ୍କୁ ଦିଆଯାଉଛି ଟ୍ରେନିଂ । ପୁଅଠୁ ଝିଅ...ସମସ୍ତେ ନେଉଛନ୍ତି ଟ୍ରେନିଂ । ଅଧିକାଂଶ ପିଲା ସେନାଠୁ ଆରମ୍ଭ କରି ରାଜ୍ୟ ପୋଲିସ୍‌ରେ ପାଇଲେଣି ଚାକିରି । ଏକାଡେମୀକୁ ନେଇ ସବୁଆଡେ ଚାଲିଛି ଚର୍ଚ୍ଚା।

Deficit rainfall
ଆଉ ୪ ଦିନରେ ବର୍ଷା ନହେଲେ ମରୁଡ଼ି ନିଶ୍ଚିତ !

ଆଷାଢ ଯାଇ ଶ୍ରାବଣ ହେଲାଣି..ବର୍ଷାର ଦେଖା ନାହିଁ । ପ୍ରତିବର୍ଷ ଏ ସମୟରେ ରୁଆ ସରେ..ହେଲେ ଏଥର ବର୍ଷା ନଥିବାରୁ ହିଡ ମୁଣ୍ଡରେ କାନ୍ଦୁଛି ଚାଷୀ

Bahanaga Train Tragedy
ସରୁନି ବାହାନଗା ଦୁଃଖ : ଶୁଦ୍ଧିକ୍ରିୟା ଲାଗି ସ୍ତ୍ରୀର ଶବ ମାଗୁଛି ସ୍ୱାମୀ

ବାହାନଗା ଦୁର୍ଘଟଣାକୁ ମାସେ ପୂରିଲାଣି । ସ୍ୱାମୀକୁ ହସ୍ତାନ୍ତର କରାଯାଉନି ସ୍ତ୍ରୀର ମୃତଦେହ । ଏମ୍ସ ଯାଇ ପୁଅ ଡିଏନଏ ଟେଷ୍ଟ ବି କରିକି ଆସିଲାଣି । ହେଲେ ଆଜିକାଲି କହୁଛନ୍ତି..ଶବ ପରିବାରକୁ ଦେଉନାହାନ୍ତି । ସ୍ଥିତି ଏମିତି ହେଲାଣି କାନ୍ଦି କାନ୍ଦି ଏବେ ଦିନ କାଟୁଛନ୍ତି ପୂରା ପରିବାର ଲୋକ

PM Awas Yojana
ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବି ମାଧବଙ୍କୁ ମିଳୁନି ଆବାସ

ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବି ଖାତିର ନାହିଁ । ତୁରନ୍ତ ଆବାସ ଘର ଦେବାକୁ ନିର୍ଦ୍ଦେଶ ଥିବା ପରେ ବି ଏଯାଏଁ ମିଳିଲାନି ଘର । ପ୍ରଶାସନ ପାଖକୁ ଦୌଡି ଦୌଡି ହତାଶ୍‌...ଘର ମିଳିବ ତ?

Education system
ଆଦର୍ଶ ସ୍କୁଲରେ ଘର ନାହିଁ : ବର୍ଷେ ହେଲାଣି ଇଆଡେ ସିଆଡେ ବୁଲୁଛନ୍ତି ପିଲା

ଆଦର୍ଶ ସ୍କୁଲର ଭୟଙ୍କର ବ୍ୟବସ୍ଥା । ବର୍ଷେ ହେଲାଣି ଘର ତିଆରି ହେଉଛି ଯେ ସରିବାର ନା ଧରୁନି । ୧୨ ଦୁଆର ସୁଣ୍ଢି ପିଣ୍ଡା ପରି ଏ ସ୍କୁଲରେ ପଢୁଛନ୍ତି ସେ ସ୍କୁଲରେ ପରୀକ୍ଷା ଦେଉଛନ୍ତି ପିଲା । ଯାହାକୁ ନେଇ ତେଜୁଛି ଅସନ୍ତୋଷ

Kanwariya Dies In Deogarh
ଜଳ ଲାଗି ପୂର୍ବରୁ ଚାଲିଗଲା ଜୀବନ, ମନ୍ଦିରରେ କାଉଡ଼ିଆଙ୍କ ମୃତ୍ୟୁ

ମନ୍ଦିରରେ ଶୋଇଥିବା ଅବସ୍ଥାରେ ଜଣେ ବୋଲ୍‌ବମ୍‌ କାଉଡ଼ିଆଙ୍କ ମୃତ୍ୟୁ ହୋଇଛି। ଦେବଗଡ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଶ୍ରୀ ଝାଡେଶ୍ୱର ମନ୍ଦିର ପରିସରରେ ଏହି ଅଭାବନୀୟ ଘଟଣା ଘଟିଛି। 

Fire breaks out
ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ମେଡିସିନ୍ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ : ଚାହୁଁଚାହୁଁ ଜଳିଗଲା ପୂରା ଗୋଦାମ ଘର

ନିଆଁ ସମ୍ପର୍କରେ ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇବା ପରେ ଅଗ୍ନିଶମ ବିଭାଗ ପହଂଚି ଥିଲା । ହେଲେ ସେତେବେଳକୁ ଔଷଧ ଗୋଦାମଟି ସମ୍ପୂର୍ଣ୍ଣ  ଜଳିଯାଇଛି । ପ୍ରାୟ ୫ ଅଗ୍ନିଶମ ଗାଡି ନିଆଁଲିଭା କାର୍ଯ୍ୟରେ ନିୟୋଜିତ ଥିବାବେଳେ ବର୍ତ୍ତମାନ ସୁଦ୍ଧା ନିଆଁ ଲିଭା ଜାରି ରହିଛି ।

delay in construction of Odia University
ପାଦେ ଚାଲି ଦଶ ପାଦ ଝୁଣ୍ଟୁଛି ଓଡ଼ିଆ ବିଶ୍ବବିଦ୍ୟାଳୟ

ପାଦେ ଚାଲି ଦଶ ପାଦ ଝୁଣ୍ଟୁଛି ଓଡ଼ିଆ ବିଶ୍ବବିଦ୍ୟାଳୟ। ନା ସରୁଛି କ୍ୟାମ୍ପସ କାମ ନା ଆରମ୍ଭ ହେଉଛି ଆଡମିଶନ୍। ଓଡ଼ିଆ ଭାଷା ବିଶ୍ବବିଦ୍ୟାଳୟ ଉଦଘାଟନରେ ବିଳମ୍ବତାକୁ ନେଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ଭାଷାବିତ୍।

  • Sunday, 09 July 2023
Dalma
ଆହାର କେନ୍ଦ୍ରରେ ପନିପରିବା ଦର ବୃଦ୍ଧିର ପ୍ରଭାବ

ପନିପରିବା ଦର ବୃଦ୍ଧିର ପ୍ରଭାବ କେବଳ ହାଣ୍ଡି ଶାଳ ଉପରେ ପଡିନି ବରଂ ଉଚ୍ଚା ଦର ଯୋଗୁଁ ପ୍ରଭାବିତ ହୋଇଛି ରାଜ୍ୟ ସରକାରଙ୍କ ଆହାର କେନ୍ଦ୍ର। ବିଭିନ୍ନ ସ୍ଥାନରେ ଖୋଲିଥିବା ଆହାର କେନ୍ଦ୍ରରେ ଭାତ ସାଙ୍ଗକୁ ମିଳୁଥିବା ଡାଲମାରେ ଆଉ ପନିପରିବାର ଦେଖା ମିଳୁନି। ଆହାର କେନ୍ଦ୍ର ପରିଚାଳନା କରୁଥିବା SHG ବି ଚିନ୍ତାରେ ପଡ଼ିଛନ୍ତି

drought possibility looming large over odisha
ରାଜ୍ୟରେ ମରୁଡ଼ି ଶଙ୍କା ଜଳ ଜଳ: ଶୀଘ୍ର ବର୍ଷା ନହେଲେ ଜଳିଯିବ ଧାନ ତଳି

ମୌସୁମୀ ଋତୁରେ ବର୍ଷା ଉଭାନ, ସବୁଠି ମରୁଡ଼ି ଆସନ୍ନ। ରାଜ୍ୟର ଅଧିକାଂଶ ଜିଲ୍ଲାରେ ନିଅଣ୍ଟିଆ ବର୍ଷା କାରଣରୁ ଖରିଫ ଧାନ ଚାଷ ଏବର୍ଷ ମାଡ଼ ଖାଇବା ଆଶଙ୍କା। ପାଣିପାଗ ବିଭାଗ କହୁଛି- ୧୬ ଜିଲ୍ଲା ନିଅଣ୍ଟିଆ ବର୍ଷାର ସମ୍ମୁଖୀନ ହୋଇଛି। ଏଣେ ଚାଷୀ କହିଲେଣି- ତଳି ଜଳିଯାଉଛି ୨ରୁ ୩ଦିନ ଭିତରେ ବର୍ଷା ନହେଲେ ଗଜା ମରୁଡ଼ି ବି ନିଶ୍ଚିତ। ଆସନ୍ନ ମରୁଡ଼ି ଜଳ ଜଳ। ଆକାଶରେ ମେଘ ମାଳ ମାଳ, ହେଲେ ଟୋପାଏ ବର୍ଷୁନି। ଶ୍ରାବଣ ଅଧାରେ ଶୁଖିଲା ଜମିରେ ହଳ କରୁଛି ଚାଷୀ।

Delay in Paika Bidroha project
ପାଇକ ବିଦ୍ରୋହର ସ୍ମାରକୀ ନିର୍ମାଣରେ ବିଳମ୍ବ ନେଇ ପୁଣି ବିବାଦ

ପାଇକ ବିଦ୍ରୋହର ସ୍ମାରକୀ ନିର୍ମାଣରେ ବିଳମ୍ବ ନେଇ ପୁଣି ବିବାଦ। ଖୋର୍ଦ୍ଧା ବରୁଣେଇଠାରେ ନିର୍ମାଣ ହେବାକୁ ଥିବା ଏହି ସ୍ମାରକୀକୁ ନେଇ ମୁହାଁମୁହିଁ ବିଜେପି-ବିଜେଡି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ମାଣରେ ବିଳମ୍ବକୁ ନେଇ ଉଦବେଗ ପ୍ରକାଶ କରିବା ପରେ ଉଭୟ ଦଳ ଏବେ ପରସ୍ପର ଉପରେ ଦୋଷ ଲଦୁଛନ୍ତି।

Due to soaring price, vegetables go missing from ‘Dalma’ served in Odisha
'ଆହାର' ଉପରେ ଦରବୃଦ୍ଧିର ପାହାର ! ଆଳୁ ଓ ଭଣ୍ଡାକୁ ଛାଡ଼ି ଡାଲମାରୁ ଉଭାନ ଅନ୍ୟ ପରିବା

ଆହାର ଉପରେ ପନିପରିବା ଦର ବୃଦ୍ଧିର ପାହାର। ବଦଳି ଯାଇଛି ଆହାର କେନ୍ଦ୍ରର ମେନୁ। ଭାତ ଡାଲମା ବଦଳରେ ଯେମିତି ପ୍ଲେଟରେ ପରଷା ଯାଉଛି ଖାଲି ଭାତ ଡାଲି। ଡାଲମାରୁ ଉଭାନ ହୋଇଯାଇଛି ପରିବା।

CBI Cummons
ଓଡ଼ିଶା ଟ୍ରେନ୍‌ ଟ୍ରାଜେଡି: ଷ୍ଟେସନ ମାଷ୍ଟରଙ୍କୁ CBI ସମନ !

ବାହାନଗା ଟ୍ରାଜେଡିର ଷ୍ଟେସନ ମାଷ୍ଟରଙ୍କୁ ସିବିଆଇ ସମନ ।

Sarala Temple
ଶାରଳାଙ୍କ ପୀଠରେ ମୋବାଇଲ୍‌ ମନା; ନିୟମ ଭାଙ୍ଗିଲେ ଗଣିବେ ମୋଟା ଅଙ୍କର ଫାଇନ୍‌..

ମନ୍ଦିରର ମଝି ଦେଉଳ ଓ ଗର୍ଭଗୃହ ମଧ୍ୟକୁ ମୋବାଇଲ ନେବା ମନା କରାଯାଇଛି ।

farming
ମାଛ ଓ ବତକ ରୋଜଗାର ଦେଲେ..ଏବେ ଆତ୍ମନିର୍ଭର ମନମୋହନ

ଦିନେ ଦୁଇ ପଇସା ରୋଜଗାର ଚିନ୍ତା ଘାରିଥିଲା ଏବେ ଆଉ ଟେନସନ୍ ନାହିଁ.. ଏବେ ଲକ୍ଷାଧିକ ଟଙ୍କା ରୋଜଗାର ହେଉଛି.. ତା ସହ ଅନ୍ୟମାନଙ୍କୁ ମଧ୍ୟ ସେ ନିୟମିତ ଦରମା ଦେଇ ଚାକିରି ଦେଇଛନ୍ତି..

Crop Loss
‘ତଳି ପୋଡ଼ିଗଲାଣି..ଆମ ଅବସ୍ଥା ଖରାପ.. ବିଷ ଖାଇ ମରିଯିବୁ’

ଏଇ ସମୟରେ କ୍ଷେତ କାଦୁଆ ରହିବା କଥା.. ହେଲେ ଦେଖନ୍ତୁ କେମିତି ଜମି ଫାଟି ଆଁ କରିଛି.. ସେପଟେ ବର୍ଷାକୁ ଚାତକ ପରି ଚାହିଁ ଚାହିଁ ଶେଷରେ ମୁଣ୍ଡରେ ହାତ ଦେଇ ବସିଲାଣି ଚାଷୀ..ଆଷାଢ ସରିଗଲା ଶ୍ରାବଣ ଚାଲିଛି..ହେଲେ ମୌସୁମୀ ଲୁଚକାଳି ଖେଳୁଛି..ଏ ବର୍ଷ କେମିତି ହେବ ଚାଷ ! କଣ କରିବ ଅନ୍ନଦାତା !

Basic amenities
‘ନବୀନଙ୍କ ବିକାଶ’ଠୁ ବହୁ ଦୂର ୪୫ ଆଦିବାସୀ ପରିବାର

ଏ ଦୃଶ୍ୟ ଯେତିକି ବ୍ୟଥିତ କରୁଛି ତାଠାରୁ ଅଧିକ ଥଟ୍ଟା କରୁଛି ଆମ ବିଶ୍ୱସ୍ତରୀୟ ବ୍ୟବସ୍ଥାଗୁଡ଼ିକୁ.. ଏମାନେ ଜାଣନ୍ତିନି ସ୍ୱାଧୀନତାର ଅର୍ଥ କଣ.. ଗାଁ ଆଉ ଗ୍ରାମବାସୀମାନଙ୍କ ଅବସ୍ଥା ଟିକେ ଦେଖନ୍ତୁ.. ଏଠାରେ ବିକାଶ କେଉଁଠି ଲୁଚିଛି ନିଜେ ଜାଣିପାରିବେ..

Awas yojana Scam
ଲିଙ୍ଗରାଜଙ୍କ ନାଁରେ ଘର କରିଛି ଆଉ ଜଣେ

ଆବାସ ଦୁର୍ନୀତି ହେଉଛି.. ନୂଆପଡ଼ା ଜିଲ୍ଲାରେ ଏ ହେଉଛି ପ୍ରମାଣ..ଏଥର ମାନିବେ ତ ରାଜ୍ୟ ସରକାର ?

Homeless people
ନିରାଶ୍ରୟ ଭବନରୁ ହଠାତ୍ ୪୫ଜଣଙ୍କୁ ସ୍ଥାନାନ୍ତର କାହିଁକି ? ଭଡ଼ାଘରେ ଦୟନୀୟ ସ୍ଥିତିରେ ଅଛନ୍ତି ଅନ୍ତେବାସୀ

ନିରାଶ୍ରୟମାନଙ୍କ ଏବେ ଦୁଃସ୍ଥିତି। ବରେଇପାଲିର ଏକ ଭଡ଼ା ଘରେ ଗୁଞ୍ଜାଗୁଞ୍ଜି କରି ବେଡ୍ ପଡ଼ିଛି, ଆଉ ସେଇଥିରେ ଦୁଇ ସପ୍ତାହ ହେଲେଣି ୪୫ ଜଣ ଅନ୍ତେବାସୀ ଏମିତି ଦୟନୀୟ ଅବସ୍ଥାରେ ରହୁଛନ୍ତି। ନୂଆ କୋଠାରୁ ଏମାନଙ୍କୁ କାହିଁକି ବାହାର କରାଗଲା, ସେମାନେ ଜାଣନ୍ତିନି।

ଶ୍ରୀମନ୍ଦିର ପ୍ରଶାସନର ନିୟମକୁ ଫୁ
ଶ୍ରୀମନ୍ଦିର ପ୍ରଶାସନର ନିୟମକୁ ଫୁ

ଶ୍ରୀମନ୍ଦିର ପ୍ରଶାସନର ନିୟମକୁ ଫୁ । ଘୋଷଯାତ୍ରା ବେଳେ ସେବକ ବେଶରେ ରଥ ଉପରେ ପୁଳା ପୁଳା ରିଲ୍ କରି ସୋସିଆଲ୍ ମିଡ଼ିଆରେ ଅପଲୋଡ୍ କରୁଛନ୍ତି ଅଣସେବାୟତ । ଆପତ୍ତି ଉଠାଇଲେ ଭକ୍ତ, ଚିହ୍ନଟ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ବରିଷ୍ଠ ସେବାୟତଙ୍କ ଦାବି

Homeless people
ନିରାଶ୍ରୟଙ୍କୁ ବି ଠକିଦେଲ !

ଆଖି ଝଲସାଇବା ଭଳି କୋଠା...ଏକଦମ୍‌ ରାଜକୀୟ ଶୈଳୀରେ ନିର୍ମାଣ ହେଲା କୋଠା..ଯୋଜନା ଥିଲା ନିରାଶ୍ରୟମାନେ ଏଠାରେ ରହିବେ । ହେଲେ ମାସେ ନଯାଉଣୁ ସେମାନଙ୍କୁ ଏଠାରୁ ବାହାର କରିଦିଆଗଲା । ହେଲେ କାହିଁକି?

renovation of ponds
ବନ୍ଧ ଖୋଲିଦେଲ, ଆମେ ଗାଧୋଇବୁ କେମିତି ?

ନୂଆପଡ଼ା ଜିଲ୍ଲାର ବୃହତ୍ତମ ଗାଁ ତୁକଲା । ଗାଁରେ ପ୍ରାୟ ୧୦ ହଜାରରୁ ଅଧିକ ଲୋକ ରହୁଛନ୍ତି । ହେଲେ ଗାଧୋଇବା ଏବେ ଗାଁ ଲୋକଙ୍କ ଲାଗି ବଡ଼ ସମସ୍ୟା ଭାବରେ ଉଭା ହୋଇଛି । ବୈଶାଖ ଯାଇ ଆଷାଢ ହେଲାଣି କିନ୍ତୁ ଗାଁରେ ପାଣି ସମସ୍ୟାର ସମାଧାନ ହେଲାନି । ପୂର୍ବରୁ ଗାଁରେ ୨ଟି ପୋଖରୀ ଥିଲା । ଗୋଟିଏର ଅବସ୍ଥା ପୂରା ବେହାଲ ଥିବା ବେଳେ ଅନ୍ୟଟି ଖୋଳାଯାଇଛି । ତେଣୁ ଗାଧୋଇବା ଏଇ ଗାଁ ଲୋକଙ୍କ ଲାଗି ୭ ସପନ ହୋଇଯାଇଛି ।

Rayagada farmers suffer due to lack of cold storage
ଶୀତଳଭଣ୍ଡାର ନାହିଁ, ଲକ୍ଷଲକ୍ଷ ଟଙ୍କାର ପଚୁଛି ସପୁରୀ

ଗଦାଗଦା ଫଳୁଛି ସପୁରୀ । ଦେଖିଲେ ଖାଇବାକୁ ଇଚ୍ଛା ହେବ । ପାହାଡ ଉପରେ ଏତେ ମାତ୍ରାରେ ସପୁରୀ ଫଳିବା ପରେ କାନ୍ଧରେ ବୋହି ବୋହି ବଜାରରେ ପସରା ମେଲାଇଛନ୍ତି ପାହାଡିଆ ଅଂଚଳରେ ରହୁଥିବା ଆଦିବାସୀମାନେ । ଆଉ ସପୁରୀ ଏତେ ମାତ୍ରାରେ ସ୍ୱାଦିଷ୍ଟ ଯେ ଯିଏ ଥରେ ଖାଉଛି ସିଏ ବାରମ୍ବାର ଖାଇବାକୁ ମନ କରୁଛି । କାରଣ ଏଠାରେ କୌଣସି ରସାୟନିକ ସାର ନୁହେଁ ବରଂ ପୂରା ଜୈବିକ ପଦ୍ଧତିରେ ଫଳୁଛି ସପୁରୀ ।

Pharmacist treats patients
ବାଃ ବାଃ: ଡାକ୍ତରଖାନା ଅଛି ହେଲେ ଡାକ୍ତର ନାହାନ୍ତି

ମେଡିକାଲ ଅଛି ହେଲେ ଡାକ୍ତର ନାହାନ୍ତି । ଦେହ ଖରାପ ହେଲେ ରୋଗୀ ଆସୁଛନ୍ତି ସତ ହେଲେ ଫେରିକି ଯାଉଛନ୍ତି । କାରଣ ମେଡିକାଲରେ ଜଣେ ମାତ୍ର ଫାର୍ମାସିଷ୍ଟ ଓ ଜଣେ ଆୟୁଷ ଡାକ୍ତରଙ୍କୁ ନେଇ ଚାଲିଛି ରୋଗୀସେବା । ଜାଣି ଆଶ୍ଚର୍ଯ୍ୟ ହେବେ କି ମେଡିକାଲ ଉପରେ ପ୍ରାୟ ୪ରୁ ଊର୍ଦ୍ଧ୍ୱ ପଂଚାୟତର ଲୋକେ ନିର୍ଭର କରୁଥିବା ପରେ ବି ପ୍ରଶାସନ ନିଦାବିଷ୍ଣୁ ସାଜିଛି । ଆଉ ହଇରାଣ ହେଉଛନ୍ତି ଶହଶହ ଲୋକ ।

  • Saturday, 08 July 2023
Lack of cold storage
ଶୀତଳଭଣ୍ଡାର ନାହିଁ, ଲକ୍ଷଲକ୍ଷ ଟଙ୍କାର ପଚୁଛି ସପୁରୀ

ଏ ସରକାର ଖାଲି କଥାରେ କହେ, କାମରେ କିଛି କରେନି । ବାରମ୍ବାର ଦାବି ପରେ ବି ଶୀତଳଭଣ୍ଡାରଟିଏ କରିପାରୁନି.... ଫସଲ ମେଞ୍ଚା ମେଞ୍ଚା କରୁଛନ୍ତି ହେଲେ ଶୀତଳଭଣ୍ଡାର ନଥିବାରୁ ସବୁ ପଚି ନଷ୍ଟ ହେଉଛି ।

  • Saturday, 08 July 2023