Advertisment

Rashmika Mandanna: ରଶ୍ମିକା ମନ୍ଦାନାଙ୍କ ଗୋଡ଼ରେ ଆଘାତ; ବିମାନ ବନ୍ଦରରେ ଛୋଟେଇ ଛୋଟେଇ ଗଲେ

ହାଇଦ୍ରାବାଦରୁ ମୁମ୍ବାଇ ଯାଉଥିବାବେଳେ ରଶ୍ମିକା ମନ୍ଦାନାଙ୍କୁ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ଏହି ସମୟରେ ସେ ତାଙ୍କର ମୁହଁକୁ ଲୁଚାଇ ଦେଇଥିଲେ ଏବଂ ଛୋଟେଇ ଛୋଟେଇ ଚାଲୁଥିଲେ।

author-image
Pramod Behera
ଅଦ୍ୟତନ ହୋଇଛି
Rashmika mandanna limps at airport uses wheelchair to travel

Rashmika mandanna limps at airport uses wheelchair to travel

ସାଉଥ୍ ପରେ ରଶ୍ମିକା ମନ୍ଦାନା ମଧ୍ୟ ବଲିଉଡ୍‌ରେ ନିଜର ପ୍ରାଧାନ୍ୟ ବିସ୍ତାର କରିଛନ୍ତି। ହିନ୍ଦୀ ଫିଲ୍ମ ‘ଆନିମଲ୍‌’ ପରେ ସେ ବଲିଉଡ୍‌ରେ ମଧ୍ୟ ନିଜର ପରିଚୟ ସୃଷ୍ଟି କରିଛନ୍ତି। ସଲମାନ ଖାନଙ୍କ ‘ସିକନ୍ଦର’ ଏବଂ ବିକି କୌଶଲଙ୍କ ‘ଛାବା’ରେ ରଶ୍ମିକାଙ୍କୁ ଖୁବ ଶୀଘ୍ର ଦେଖିବାକୁ ମିଳିବ।

Advertisment

ନିକଟରେ ରଶ୍ମିକାଙ୍କୁ ନେଇ ଏକ ଖବର ଆସିଛି, ଯାହାକୁ ଶୁଣି ତାଙ୍କ ପ୍ରଶଂସକମାନେ ନିଶ୍ଚିତ ଦୁଃଖ ପ୍ରକାଶ କରିବେ। ସେ ଏକ ଦୁର୍ଘଟଣାର ଶିକାର ହୋଇଛନ୍ତି। ଜିମ୍ କରିବା ସମୟରେ ତାଙ୍କ ଗୋଡରେ ଆଘାତ ଲାଗିଛି। ରଶ୍ମିକା ନିଜେ ଏକ ପୋଷ୍ଟ ଶେୟାର କରି ଗୋଡରେ ଆଘାତ ଳାଗିଥିବା ସୂଚନା ଦେଇଛନ୍ତି। ଆଘାତ ସତ୍ତ୍ୱେ ରଶ୍ମିକା ତାଙ୍କ କାମରୁ ଛୁଟି ନେଇନାହାଁନ୍ତି।

Advertisment

ଆଜି ହାଇଦ୍ରାବାଦରୁ ମୁମ୍ବାଇ ଯାଉଥିବାବେଳେ ତାଙ୍କୁ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ଏହି ସମୟରେ ସେ ତାଙ୍କ ମୁହଁକୁ ଲୁଚାଇ ଦେଇଥିଲେ ଏବଂ ଛୋଟେଇ ଛୋଟେଇ ଚାଲୁଥିଲେ।

ଅଧିକ ପଢ଼ନ୍ତୁ: ସ୍ୱପ୍ନ ଥିଲା IAS ଅଫିସର୍ ହେବା; KBC ଯୋଗୁଁ ହେଇପାରିଲେ ନାହିଁ

କାର୍‌ ଭିତରୁ ବାହାରିଲେ, ଛୋଟେଇ ଛୋଟେଇ ଗଲେ:

ରଶ୍ମିକାଙ୍କ ଫିଲ୍ମ ‘ଛାଭା’ ଖୁବ ଶୀଘ୍ର ରିଲିଜ୍ ହେବ। ଏଥିରୁ ଜଣାପଡୁଛି ଯେ ଫିଲ୍ମର ପ୍ରମୋସନ ପାଇଁ ରଶ୍ମିକା ହାଇଦ୍ରାବାଦରୁ ମୁମ୍ବାଇ ଯାଇଥିଲେ। ବିମାନବନ୍ଦରରୁ ତାଙ୍କ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି ଯେଉଁଥିରେ ସେ କାର୍‌ ଭିତରୁ ବାହାରି ଛୋଟେଇ ଛୋଟେଇ ଯିବା ନଜର ଆସିଛନ୍ତି।


ଯନ୍ତ୍ରଣା ସତ୍ତ୍ୱେ କାମ:

ଏହି ଭାଇରାଲ୍‌ ଭିଡିଓରେରଶ୍ମିକା ତାଙ୍କ ମୁଣ୍ଡରେ ଏକ ଟୋପି ଏବଂ ମୁହଁରେ ମାସ୍କ ପିନ୍ଧିଛନ୍ତି। ତାଙ୍କ ଗୋଡରେ ପ୍ଲାଷ୍ଟର ହୋଇଛି। ସେ କାର୍‌ରୁ ଓହ୍ଲାଇ ହ୍ୱିଲ୍‌ ଚେୟାରକୁ ଯାଉଛନ୍ତି। ଏହା ପରେ ତାଙ୍କୁ ହ୍ୱିଲ୍‌ ଚେୟାରରେ ବସେଇ ବିମାନବନ୍ଦର ଭିତରକୁ ନିଆଯାଉଥିବା ଦେଖାଯାଏ। ଯନ୍ତ୍ରଣା ସତ୍ତ୍ୱେ ଏଭଳି ପରିସ୍ଥିତିରେ ରଶ୍ମିକା କାମ କରୁଥିବା ଦେଖି ପ୍ରଶଂସକମାନେ ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି।

ଅଧିକ ପଢ଼ନ୍ତୁ: ରାଜାମୌଲି କହିଲେ ‘ପ୍ରଭାସଙ୍କ ତୁଳନାରେ ହ୍ରିତିକ୍ ରୋଶନ କିଛି ନୁହେଁ’; ଅର୍ଶଦ କହିଲେ ପ୍ରଭାସ ଜୋକର୍


ପ୍ରଶଂସକଙ୍କ ପ୍ରତିକ୍ରିୟା:

ପ୍ରଶଂସକମାନେ ରଶ୍ମିକାଙ୍କ ଭିଡିଓ ଉପରେ ଭିନ୍ନ ଭିନ୍ନ ମତ ଦେଉଛନ୍ତି ଏବଂ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରୁଛନ୍ତି। ଜଣେ ଲେଖିଛନ୍ତି - ଶୀଘ୍ର ସୁସ୍ଥ ହୋଇଯାଅ ଶ୍ରୀବଲୀ। ଆଉ ଜଣେ ଲେଖିଛନ୍ତି - ଆମେ ଆପଣଙ୍କୁ ଏହି ଅବସ୍ଥାରେ ଦେଖିପାରୁ ନାହୁଁ, ଶୀଘ୍ର ସୁସ୍ଥ ହୋଇଯାଅ।

‘ଛାଭା’ରେ ରଶ୍ମିକା ମନ୍ଦାନାଙ୍କ ଲୁକ୍‌:

ରଶ୍ମିକା ମନ୍ଦାନାଙ୍କ ‘ଛାଭା’ ୧୪ ଫେବୃଆରୀରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ରିପୋର୍ଟ ଅନୁସାରେ ସେ କେବଳ ଏହି ଚଳଚ୍ଚିତ୍ରର ଟ୍ରେଲର ଲଞ୍ଚ୍ ପାଇଁ ହାଇଦ୍ରାବାଦରୁ ମୁମ୍ବାଇ ଆସିଛନ୍ତି। ନିକଟରେ ‘ଛାଭା’ ଫିଲ୍ମରୁ ରଶ୍ମିକା ମନ୍ଦାନାଙ୍କ ଲୁକ୍‌ ଜାରି କରାଯାଇଛି। ମ୍ୟାଡକ୍ ଫିଲ୍ମସ୍ ଇନ୍‌ଷ୍ଟାଗ୍ରାମ୍‌ରେ ରଶ୍ମିକାଙ୍କ ଲୁକ୍ ଶେୟାର କରି ଲେଖିଛି – “ପ୍ରତ୍ୟେକ ମହାନ ରାଜାଙ୍କ ପଛରେ ଅଦୃଶ୍ୟ ଶକ୍ତି ଭଳି ଜଣେ ରାଣୀ ଠିଆ ହୋଇଥାନ୍ତି। ସ୍ୱରାଜ୍ୟର ଗୌରବ – ମହାରାଣୀ ୟସୁବାଇ ଭାବରେ ରଶ୍ମିକା ମନ୍ଦାନାଙ୍କ ପରିଚୟ।”

ଅଧିକ ପଢ଼ନ୍ତୁ: ‘କନ୍ନପ୍ପା’ର ପ୍ରଥମ ଝଲକ: ଭୋଳା ବାବାଙ୍କ ଅବତାରରେ ଅକ୍ଷୟ କୁମାର

South Indian Stars Viral Video Rashmika Mandanna
Advertisment
Advertisment