ଆକାଶରେ ବର୍ଷା ନାହିଁ କି କେନାଲରେ ପାଣି ଆସୁନି। ଚାଷ ଜମି ଫାଟି ଆଁ କରିଥିବା ବେଳେ ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ।ଏବର୍ଷ ଚାଷ କେମିତି ହେବ ସେନେଇ ଏବେ ତାଙ୍କୁ ଚିନ୍ତା ଘାରିଛି।ଏପରି ଅବସ୍ଥା ଏବେ ଜଗତସିଂହପୁର ଜିଲ୍ଲାର ଅନେକ ଚାଷୀଙ୍କର।
ଚଳିତ ବର୍ଷ ମୋସୁମୀ ବର୍ଷା ଅଭାବରୁ କେନାଲରେ ପାଣି ଆସିନଥିବାରୁ ଯାହା ଫଳରେ ଚାଷ କାର୍ଯ୍ୟକୁ ନେଇ ଚାଷୀ ଆଶଙ୍କାରେ ରହିଛି ।
ଚଳିତବର୍ଷ ଏଯାଏଁ ସ୍ବାଭାବିକ ବର୍ଷା ତୁଳନାରେ ୩୯ ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଛି। ଫଳରେ ଶୁଖିଲା ପଡିଛି ଜଳଭଣ୍ଡାର। ଆଉ ଏହାର ସିଧାସଳଖ ପ୍ରଭାବ ପଡିଛି ପିଇବା ପାଣି, ଜଳସେଚନ ଓ ବିଦ୍ୟୁତ୍ ଉତ୍ପାଦନ ଉପରେ।
କଥାରେ ଅଛି, ଚାଷ ତରତର ବଣିଜ ମଠ । ହେଲେ ଚାଷୀ ତରବର ହେବ କେମିତି । ଚାଷୀକୁ ଚିନ୍ତାରେ ପକାଇଛି ନିଅଣ୍ଟିଆ ବର୍ଷା । ବର୍ଷା ଅଭାବରୁ ଜମି ଫାଟି ଆଁ କଲାଣି । ମୁଣ୍ଡରେ ହାତ ଦେବା ଛଡା ଚାଷୀ ପାଖେ ଅନ୍ୟ ଉପାୟ ବି ନାହିଁ । ଉପକୂଳରୁ ଦକ୍ଷିଣ ଓଡିଶା ସବୁଠି ସ୍ଥିତି ସମାନ । ଚଳିତ ମୌସୁମୀ ଋତୁରେ ରାଜ୍ୟରେ ୧୨ ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଛି । ବର୍ଷା ଅଭାବରୁ ୧୨ଟି ଜିଲ୍ଲାରେ ସ୍ଥିତି ସଙ୍ଗୀନ ।
ଉପକୂଳରୁ ଦକ୍ଷିଣ ଓଡିଶା ସବୁଠି ସ୍ଥିତି ସମାନ । ଚଳିତ ମୌସୁମୀ ଋତୁରେ ରାଜ୍ୟରେ ୧୨ ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଛି ।
ସ୍ବଳ୍ପ ବୃଷ୍ଟି ପାଇଁ ରାଜ୍ୟରେ ବିଗିଡ଼ିବାରେ ଲାଗିଛି ଚାଷର ହାଲ୍। ରାଜ୍ୟର ୨୨ଟି ଜିଲ୍ଲାରେ ଜଳ ଜଳ ଦିଶିଲାଣି ଆସନ୍ନ ମରୁଡ଼ିର ସ୍ଥିତି। କେବଳ ସେତିକି ନୁହେଁ ଆଗାମୀ ତିନିଦିନ ଭିତରେ ବି ରାଜ୍ୟରେ ସେଭଳି ବଡ଼ ବର୍ଷାର ସମ୍ଭାବନା ନଥିବା ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି।