• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ପେଶାରେ ଗାଡ଼ି ମେକାନିକ, ନିଶା କିନ୍ତୁ କିଛି ଅଲଗା । ସେଇଥି ପାଇଁ ତ ଷଢ଼େଇ ଖୋଳରୁ ଡାକୋଟା ବିମାନ ତିଆରି କରିବାକୁ ସେ ପଛାଉନାହାନ୍ତି । ବାସ୍‌ ଏମିତି ନିଆରା କାମ ପାଇଁ ତାଙ୍କୁ ନେଇ ଏବେ ଭାରି ଚର୍ଚ୍ଚା । କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ଦୃଢମନୋବଳ ଥିଲେ ସବୁ କାମ ସମ୍ଭବ ହୋଇଯାଏ । ଆଉ ଏହି କଥାକୁ ଅକ୍ଷରେ ଅକ୍ଷରେ ସତ କରି ଦେଖାଇଛନ୍ତି ମୟୂରଭଞ୍ଜ ଉଦଳା ଏନଏସି ୭ ନମ୍ବର ୱାର୍ଡର ବିଜୟ କମିଳା । ପେଶାରେ ସେ ଜଣେ ମଟରସାଇକେଲ ମେକାନିକ ସତ କିନ୍ତୁ ନିଶା ତାଙ୍କର କାରିଗରୀ କାମ । ଏମିତିକି ଷଢେଇ ଖୋଳରୁ ଭିନ୍ନଭିନ୍ନ ସାମଗ୍ରୀ ତିଆରି କରି ଏବେ ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି ।

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଭଲ ପାଉଥିବା ମଣିଷ ହେଉଛନ୍ତି ବିଜୟ । ସେଇଥି ପାଇଁ ତ ନିଜର ଦୃଢ଼ ଇଚ୍ଛାଶକ୍ତି ଓ ଉଦ୍ୟମରେ ସେ ଦୁଇ ପାଦ ଆଗକୁ ବଢ଼ିବା ସହିତ ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନ ତିଆରି କରିବାରେ ଏବେ ବ୍ୟସ୍ତ ଅଛନ୍ତି । ଖାଲି ଉଦ୍ୟମ କରୁଛନ୍ତି ତାହା ନୁହେଁ ବରଂ ତାହାକୁ ସଫଳ କରିବାକୁ ସେ ଅନବରତ ଚେଷ୍ଟା ବି କରୁଛନ୍ତି । ଏମିତିକି ଡାକୋଟା ବିମାନରେ ବିଜୁ ପଟ୍ଟନାୟକଙ୍କୁ ମଧ୍ୟ ସେ ସ୍ଥାନ ଦେଇଛନ୍ତି । ଆଉ ତିଆରି କରିଥିବା ଡାକୋଟାକୁ ଅନୁମତି ମିଳିଲେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଦେବେ ବୋଲି କହିଛନ୍ତି ।

ତିଆରି ହୋଇଥିବା ଡାକୋଟା ବିମାନ କେବଳ ଷଢେଇ ଖୋଳରେ ତିଆରି ହୋଇଛି । ଯାହାର ଲମ୍ବ ୩ ଫୁଟ୍‌ ୬ ଇଞ୍ଚ ରହିଛି । ଜାଣି ଆଶ୍ଚର୍ଯ୍ୟ ହେବେ କି, ଭିନ୍ନଭିନ୍ନ ସ୍ଥାନରୁ ଷଢେଇ ସଂଗ୍ରହ କରିବା ପରେ ତାକୁ ଛୋଟ ଛୋଟ ପିସ୍‌ କରି କାଟୁଛନ୍ତି । ପରେ ଏହାକୁ ଅଠା ସାହାଯ୍ୟରେ ଯୋଡି ଏମିତି ତିଆରି କରୁଛନ୍ତି ଡାକୋଟା ବିମାନ । ପାଖାପାଖି ୨ ମାସ ଅକ୍ଲାନ୍ତ ପରିଶ୍ରମ କରିବା ପରେ ଏହି ବିମାନ ତିଆରି କରିଥିବା ସେ କହିଛନ୍ତି । ତେବେ ସରକାରୀ ପ୍ରୋତ୍ସାହନ ମିଳିଲେ ସେ ଆହୁରି ଅନେକ ସାମଗ୍ରୀ ତିଆରି କରିପାରିବେ ବୋଲି କହିଛନ୍ତି  ।

 

  • Reported by:
  • Manas Pani