Advertisment

Personality Test: କାଣି ଆଙ୍ଗୁଠିର ଆକାରରୁ ଜଣା ପଡିବ ବ୍ୟକ୍ତିତ୍ବ, ଜାଣନ୍ତୁ କେମିତି

କାଣି ଆଙ୍ଗୁଠି ଓ ଅନାମିକା ଆଙ୍ଗୁଠି ମଧ୍ୟରେ ଥିବା ରେଖାରୁ କୌଣସି ବ୍ୟକ୍ତି ମାନସିକ ଭାବରେ କିଭଳି ତାହା ଜଣା ପଡିଥାଏ। କାଣି ଆଙ୍ଗୁଠିର ଶୀର୍ଷ ଓ ଅନାମିକା ଆଙ୍ଗୁଠିର ଅନ୍ତିମ ରେଖା ମଧ୍ୟରେ ଥିବା ଦୂରତାରୁ ଏହା ନିର୍ଦ୍ଧାରଣ କରାଯାଏ।

author-image
Saroj Kumar Jena
ଅଦ୍ୟତନ ହୋଇଛି
finger

finger

ଶରୀର ଗଠନ ସହିତ ଆମ ବ୍ୟକ୍ତିତ୍ବ ଅଙ୍ଗାଙ୍ଗୀ ଭାବରେ ଜଡିତ। ମୁହଁ ଓ କପାଳର ଗଠନକୁ ନେଇ ଅନେକଙ୍କ ଚରିତ୍ର ଓ ବ୍ୟକ୍ତିତ୍ବ ସମ୍ପର୍କିତ କିଛି ଅଜଣା ତଥ୍ୟ ସାମ୍ନାକୁ ଆସିଥାଏ। ସମାନ ଭାବରେ କାଣି ଆଙ୍ଗୁଠିର ମଧ୍ୟ ଆମ ବ୍ୟକ୍ତିତ୍ବ ଉପରେ ପ୍ରଭାବ ରହିଥାଏ। କାଣି ଆଙ୍ଗୁଠି ଓ ଅନାମିକା ଆଙ୍ଗୁଠି ମଧ୍ୟରେ ଥିବା ରେଖାରୁ କୌଣସି ବ୍ୟକ୍ତି ମାନସିକ ଭାବରେ କିଭଳି ତାହା ଜଣା ପଡିଥାଏ। କାଣି ଆଙ୍ଗୁଠିର ଶୀର୍ଷ ଓ ଅନାମିକା ଆଙ୍ଗୁଠିର ଅନ୍ତିମ ରେଖା ମଧ୍ୟରେ ଥିବା ଦୂରତାରୁ ଏହା ନିର୍ଦ୍ଧାରଣ କରାଯାଏ।

Advertisment

କାଣି ଆଙ୍ଗୁଠିର ଶୀର୍ଷ ଓ ଅନାମିକା ଆଙ୍ଗୁଠିର ଅନ୍ତିମ ରେଖା ସମାନ ରହିଲେ- ଯଦି କୌଣସି ବ୍ୟକ୍ତିଙ୍କ କାଣି ଆଙ୍ଗୁଠିର ଶୀର୍ଷ ଓ ଅନାମିକା ଆଙ୍ଗୁଠିର ଅନ୍ତିମ ରେଖା ସମାନ ସ୍ଥାନରେ ରହିଛି ତେବେ ସେ ବେଶ ସମ୍ବେଦନଶୀଳ ଓ ବିଶ୍ବସ୍ତ ହୋଇଥାନ୍ତି। ଏହା ସହିତ ସେ ଜୀବନରେ ସର୍ବଦା ବାଲାନ୍ସଡ ଆପ୍ରୋଚ ରଖିଥାନ୍ତି। ଏପରି ବ୍ୟକ୍ତି ମାନେ ସାଧାରଣତଃ ଅନ୍ୟମାନଙ୍କ ପ୍ରତି ଦୟା ମନୋଭାବ ରଖିଥାନ୍ତି। ବନ୍ଧୁ ବା ପାର୍ଟନର ଭାବେ ଏମାନେ ସର୍ବଦା ବିପଦରେ ଠିଆ ହୋଇଥାନ୍ତି।

ଅଧିକ ପଢ଼ନ୍ତୁ:  ଶପଥ ଗ୍ରହଣର କିଛି ମିନିଟ ମଧ୍ୟରେ ଟ୍ରମ୍ପଙ୍କ ନାମରେ ମାମଲା

କାଣି ଆଙ୍ଗୁଠିର ଶୀର୍ଷ ଓ ଅନାମିକା ଆଙ୍ଗୁଠିର ଅନ୍ତିମ ରେଖାଠୁ ଉଚ୍ଚରେ ରହିଲେ- ଯଦି କୌଣସି ବ୍ୟକ୍ତିଙ୍କ କାଣି ଆଙ୍ଗୁଠିର ଶୀର୍ଷ ଓ ଅନାମିକା ଆଙ୍ଗୁଠିର ଅନ୍ତିମ ରେଖାଠୁ ଉଚ୍ଚରେ ରହିଥାଏ ତେବେ ଏମାନେ ସର୍ବଦା ସକରାତ୍ମକ ମନୋଭାବ ରଖିଥାନ୍ତି। ନିଜ ଚତୁଃପାର୍ଶ୍ବରେ ଥିବା ଲୋକ ମାନଙ୍କ ଉପରେ ଏହି ବ୍ୟକ୍ତିତ୍ବର ଲୋକଙ୍କ ପ୍ରଭାବ ଅଧିକ ରହିଥାଏ। ସର୍ବଦା ଏହି ବ୍ୟକ୍ତି ମାନେ ଉତ୍ସାହରେ ଭରି ରହିଥାନ୍ତି।

Advertisment

ଆତ୍ମବିଶ୍ବାସ ହୋଇଥିଲେ ମଧ୍ୟ ନିଜ କମ୍ଫର୍ଟ ଜୋନରୁ ବାହାରିବାର ଭୟ ଏଭଳି ବ୍ୟକ୍ତିଙ୍କ ଠାରେ ରହିଥାଏ। ତେବେ ଯେତେବେଳେ ବି ଏମାନେ କୌଣସି ନୂଆ ଚ୍ୟାଲେଞ୍ଜ ଗ୍ରହଣ କରନ୍ତି ନିଶ୍ଚିତ ଭାବେ ସଫଳ ହୁଅନ୍ତି। ଅନ୍ୟ ମାନଙ୍କ ପାଇଁ ମନରେ କୌଣସି ଦ୍ବେଷ ଭାବନା ନ ରଖି କ୍ଷମା ଦେବାରେ ଏଭଳି ବ୍ୟକ୍ତି ବିଶ୍ବାସ ରଖନ୍ତି।

କାଣି ଆଙ୍ଗୁଠିର ଶୀର୍ଷ ଓ ଅନାମିକା ଆଙ୍ଗୁଠିର ଅନ୍ତିମ ରେଖାଠୁ ନିମ୍ନରେ ରହିଲେ- ଯଦି କୌଣସି ବ୍ୟକ୍ତିଙ୍କ କାଣି ଆଙ୍ଗୁଠିର ଶୀର୍ଷ ଓ ଅନାମିକା ଆଙ୍ଗୁଠିର ଅନ୍ତିମ ରେଖାଠୁ ନିମ୍ନରେ ରହିଥାଏ ତେବେ ଏମାନଙ୍କ ବ୍ୟକ୍ତିତ୍ବ ସାମାନ୍ୟ ଲାଜକୁଳା ରହିଥାଏ। କୌଣସି ନୂତନ ସମ୍ପର୍କ ପୂର୍ବରୁ ଏମାନେ ଶହେ ଥର ଚିନ୍ତା କରିଥାନ୍ତି।

ସହଜରେ ଅନ୍ୟ ମାନଙ୍କ ଉପରେ ଭରସା ମଧ୍ୟ କରିଥାନ୍ତି ଏହି ଧରଣର ଲୋକ। ଏହି ପ୍ରକୃତିର ଲୋକ ମାନେ ଧ୍ୟାନର ସହିତ ଶୁଣୁଥିବା ବେଳେ ଅତ୍ୟନ୍ତ ବିଶ୍ବସ୍ତ ହୋଇଥାନ୍ତି। କୌଣସି ସମ୍ପର୍କରେ ଏମାନଙ୍କ ବିଶ୍ବସନୀୟତାକୁ ଆଖି ବନ୍ଦ କରି ବିଶ୍ବାସ କରାଯାଇପାରେ।

ଅଧିକ ପଢ଼ନ୍ତୁ: ଶୀତ ଲହରୀ ଯୋଗୁଁ ବାହାରକୁ ଯାଇ କରିହେଉନି କି ବ୍ୟାୟାମ… ଘରେ କରନ୍ତୁ ଏହିସବୁ ଯୋଗ

Astrology
Advertisment
Advertisment