• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ଏକ ମେଡ଼ିସିନ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି l ରାତି ପ୍ରାୟ ୧୧ଚଟାରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ତେବେ ଔଷଧ ଗୋଦାମରେ ସାନିଟାଇଜର ଥିବାରୁ ଭୟାଭୟ ସ୍ଥିତି ହୋଇଥିଲା । ଏମିତିକି ନିଆଁ ବହୁ ଦୂର ପର୍ଯ୍ୟନ୍ତ ଦେଖାଯାଉଥିଲା । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ପ୍ରାୟ ଅଧଘଣ୍ଟାରେ ସବୁକିଛି ଜଳିପୋଡି ନଷ୍ଟ ହୋଇଗଲା । ନିଆଁ ସମ୍ପର୍କରେ ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇବା ପରେ ଅଗ୍ନିଶମ ବିଭାଗ ପହଂଚି ଥିଲା । ହେଲେ ସେତେବେଳକୁ ଔଷଧ ଗୋଦାମଟି ସମ୍ପୂର୍ଣ୍ଣ  ଜଳିଯାଇଛି । ପ୍ରାୟ ୫ ଅଗ୍ନିଶମ ଗାଡି ନିଆଁଲିଭା କାର୍ଯ୍ୟରେ ନିୟୋଜିତ ଥିବାବେଳେ ବର୍ତ୍ତମାନ ସୁଦ୍ଧା ନିଆଁ ଲିଭା ଜାରି ରହିଛି ।

ଏହି ନିଆଁରେ ଲକ୍ଷାଧିକ ଟଙ୍କାର ମାସ୍କ, ସାନିଟାଇଜର ଜଳି ପୋଡି ପାଉଁଶ ହୋଇଯାଇଛି । ଅକ୍ସିଜେନ ସିଲିଣ୍ଡର ରହିଥିବାରୁ ନିଆଁ ଲିଭା କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ହେଲେ କେଉଁ କାରଣ ପାଇଁ ଅଗ୍ନିକାଣ୍ଡ ଘଟିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ l ପ୍ରାଥମିକ ତଦନ୍ତରୁ ଜଣାପଡିଛି କି ସର୍ଟସର୍କିଟରୁ ହିଁ ଅଗ୍ନିକାଣ୍ଡ ଘଟିଛି ।

 

 

  • Reported by:
  • BIBARTAN PANDA