Advertisment

'ଆହାର' ଉପରେ ଦରବୃଦ୍ଧିର ପାହାର ! ଆଳୁ ଓ ଭଣ୍ଡାକୁ ଛାଡ଼ି ଡାଲମାରୁ ଉଭାନ ଅନ୍ୟ ପରିବା

ଆହାର ଉପରେ ପନିପରିବା ଦର ବୃଦ୍ଧିର ପାହାର। ବଦଳି ଯାଇଛି ଆହାର କେନ୍ଦ୍ରର ମେନୁ। ଭାତ ଡାଲମା ବଦଳରେ ଯେମିତି ପ୍ଲେଟରେ ପରଷା ଯାଉଛି ଖାଲି ଭାତ ଡାଲି। ଡାଲମାରୁ ଉଭାନ ହୋଇଯାଇଛି ପରିବା।

author-image
Chandan Shishu
Due to soaring price, vegetables go missing from ‘Dalma’ served in Odisha

Due to soaring price, vegetables go missing from ‘Dalma’ served in Odisha

ପନିପରିବା ଦର ବୃଦ୍ଧିର ପ୍ରଭାବ କେବଳ ହାଣ୍ଡି ଶାଳ ଉପରେ ପଡିନି ବରଂ ଉଚ୍ଚା ଦର ଯୋଗୁଁ ପ୍ରଭାବିତ ହୋଇଛି ରାଜ୍ୟ ସରକାରଙ୍କ ଆହାର କେନ୍ଦ୍ର। ବିଭିନ୍ନ ସ୍ଥାନରେ ଖୋଲିଥିବା ଆହାର କେନ୍ଦ୍ରରେ ଭାତ ସାଙ୍ଗକୁ ମିଳୁଥିବା ଡାଲମାରେ ଆଉ ପନିପରିବାର ଦେଖା ମିଳୁନି। ମେଂଚାଏ ଆଳୁ ମିଶା ପାଣିଆ ଡାଲମାକୁ ଲୋକେ ଅସନ୍ତୁଷ୍ଟ ହୋଇ ଖାଉଛନ୍ତି। ପରିବା ଦର ଆକାଶଛୁଆଁ ହେବା ପରେ ଆହାର କେନ୍ଦ୍ର ପରିଚାଳନା କରୁଥିବା SHG ବି ଚିନ୍ତାରେ ପଡ଼ିଛନ୍ତି।

Advertisment

ଆହାର ଉପରେ ପନିପରିବା ଦର ବୃଦ୍ଧିର ପାହାର। ବଦଳି ଯାଇଛି ଆହାର କେନ୍ଦ୍ରର ମେନୁ। ଭାତ ଡାଲମା ବଦଳରେ ଯେମିତି ପ୍ଲେଟରେ ପରଷା ଯାଉଛି ଖାଲି ଭାତ ଡାଲି। ଡାଲମାରୁ ଉଭାନ ହୋଇଯାଇଛି ପରିବା। ବଜାରରେ କଂଚା ପରିବା ଦରରେ ନିଆଁ ଲାଗିଥିବାରୁ କେବଳ ଡାଲିର ରୂପ ନେଇଛି ଡାଲମା। ପରିବା କହିଲେ, ଡାଲମାରେ ଦେଖିବାକୁ ମିଳୁଛି ଖାଲି ଆଳୁ। ତାସହ ଅଳ୍ପ କଖାରୁ ଆଉ ଭଣ୍ଡା। ପାଂଚ ଟଙ୍କା ହେଲେ ବି ଲୋକେ ଅସନ୍ତୁଷ୍ଟ ହୋଇ ଖାଉଛନ୍ତି ମାଲକାନଗିରିର ଏହି ଆହାର କେନ୍ଦ୍ରରେ। 

ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଆହାର କେନ୍ଦ୍ର। ଷ୍ଟିଲ ପାତ୍ରରେ ଥିବା ଡାଲମାରେ ପରିବାର ନାଁ ଗନ୍ଧ ନାହିଁ। ଖାଲି ଅଳ୍ପ କିଛି ଆଳୁ ଭାସୁଛି। ବଜାରରେ ପନପରିବା ଦର ଆକାଶଛୁଆଁ ଥିବା ବେଳେ ଟେନସନରେ ଆହାର କେନ୍ଦ୍ର ପରିଚାଳନା କରୁଥିବା ସ୍ବୟଂ ସହାୟକ ଗୋଷ୍ଠୀ। ଏହି ଆହାର କେନ୍ଦ୍ରରେ ସକାଳୁ ୫ଶହ ଏବଂ ରାତିରେ ଅଢେଇ ଶହ ଜଣଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ ହେଉଛି। ଲୋକେ ଅସନ୍ତୁଷ୍ଟ ଥିଲେବି ପାଣିଆ ଡାଲମା ଖାଇବା ଛଡା ଅନ୍ୟ ଉପାୟ ନାହିଁ।

Advertisment

ଏପଟେ କ୍ୟାପିଟାଲ ହସପିଟାଲ ପରିସରରେ ଖୋଲିଥିବା ଆହାର କେନ୍ଦ୍ରରେ ଖାଦ୍ୟର ମାନ ଟିକେ ଭଲ। ଉଚ୍ଚା ଦର ପାଇଁ ପନିପରିବାର ମାତ୍ରା କମିଥିଲେ ବି ଡାଲମାକୁ ନେଇ ଲୋକେ ସନ୍ତୁଷ୍ଟ। ଏହା ବି ସତ ଯେ ପୂର୍ବରୁ ଯେମିତି ପନିପରିବା ଭର୍ତ୍ତି ବହଳ ଡାଲମା ମିଳୁଥିଲା ଏବେ ମାନ ଟିକେ କମିଛି ନିଶ୍ଚୟ। କେବଳ ଆହାର କେନ୍ଦ୍ର ନୁହେଁ, ଆକାଶଛୁଆଁ ପନିପରିବା ଦରର ପ୍ରଭାବ ଅଙ୍ଗନବାଡି କେନ୍ଦ୍ର ଉପରେ ବି ପଡିଛି। ବାଲେଶ୍ବର ସୋରର ବିଭିନ୍ନ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନରେ ଦିଆଯାଉଥିବା ଖାଦ୍ୟର ମାନ କମିଛି। ଡାଲମାରେ କେବଳ କିଛି ଆଳୁ, ଭଣ୍ଡା ଆଉ କଖାରୁ ପଡୁଛି। ମନ ନଥିଲେ ବି ପିଲା ବାଧ୍ୟ ହୋଇ ଖାଉଛନ୍ତି। 

Vegetable Price Hike
Advertisment
Advertisment