Advertisment

ଜଳ ଲାଗି ପୂର୍ବରୁ ଚାଲିଗଲା ଜୀବନ, ମନ୍ଦିରରେ କାଉଡ଼ିଆଙ୍କ ମୃତ୍ୟୁ

ମନ୍ଦିରରେ ଶୋଇଥିବା ଅବସ୍ଥାରେ ଜଣେ ବୋଲ୍‌ବମ୍‌ କାଉଡ଼ିଆଙ୍କ ମୃତ୍ୟୁ ହୋଇଛି। ଦେବଗଡ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଶ୍ରୀ ଝାଡେଶ୍ୱର ମନ୍ଦିର ପରିସରରେ ଏହି ଅଭାବନୀୟ ଘଟଣା ଘଟିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Kanwariya Death at Deogarh

Kanwariya Dies In Deogarh

ଶିବ..ଶିବ...ଆଉ ଶିବ...ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ଏହି ଅବସରରେ ମହାଦେବଙ୍କୁ ଜଳ ଲାଗି କରୁଛନ୍ତି କାଉଡ଼ିଆ। ଆଉ ଏନେଇ ଚାରିଆଡ଼େ ଶିବମୟ। ରାଜ୍ୟର ବିଭିନ୍ନ ଶୈବ ପୀଠରେ କାଉଡ଼ିଆଙ୍କ ଭିଡ଼ ଜମିଛି। ଏସବୁ ଭିତରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ମନ୍ଦିରରେ ଶୋଇଥିବା ଅବସ୍ଥାରେ ଜଣେ ବୋଲ୍‌ବମ୍‌ କାଉଡ଼ିଆଙ୍କ ମୃତ୍ୟୁ ହୋଇଛି। ଦେବଗଡ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଶ୍ରୀ ଝାଡେଶ୍ୱର ମନ୍ଦିର ପରିସରରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ଦେଓଝରଣ ଗାଁର ବିଭୂତି ବେହେରା।

Advertisment

ସୂଚନା ଅନୁସାରେ, ବିଭୂତି ଢେଙ୍କାନାଳ ଜିଲ୍ଲା ବାଲିମୀ ସ୍ଥିତ ପଠାଣୀ ସାମନ୍ତ ଡିପ୍ଲୋମା କଲେଜରେ ପିଅନ ଭାବେ କାର୍ଯ୍ୟ କରୁଥିଲେ। ଗତକାଲି କିଛି ଯୁବକଙ୍କ ସେ ଜଳାଭିଷେକ ପାଇଁ ଦେବଗଡ଼ର ଝାଡେଶ୍ୱର ମନ୍ଦିରକୁ ଆସିଥିଲେ। ସନ୍ଧ୍ୟାରେ ନିକଟସ୍ଥ ବାଳିଆପିଟାରୁ ପାଣି ଉଠାଇ ମନ୍ଦିର ପରିସରରେ ରଖିଥିଲେ ଓ ସକାଳ ହୋଇଥିଲେ ଜଳ ଲାଗି କରିଥାନ୍ତେ। ହେଲେ ତା’ପୂର୍ବରୁ ତାଙ୍କ ଜୀବନ ଚାଲି ଯାଇଛି। 

ରାତି ପ୍ରାୟ ୧୧ଟା ସମୟରେ ଖାଇ ସାରି ମନ୍ଦିର ପରିସରରେ ଶୋଇଥିଲେ। ଆଜି ଭୋର ସମୟରେ ତାଙ୍କ ସହ ଆସିଥିବା ଅନ୍ୟ କାଉଡ଼ିଆମାନେ ଜଳାଭିଷେକ ପାଇଁ ବିଭୂତିଙ୍କୁ ଡାକିଥିଲେ। ହେଲେ ସେ କୌଣସି ଜବାବ ଦେଇଥିଲେ। ତୁରନ୍ତ ତାଙ୍କୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

Advertisment

ସୂଚନାଥାଉ କି, ଶ୍ରାବଣ ମାସର ପ୍ରଥମ ସୋମବାର ପାଇଁ କିଛି ଶିବାଳୟରେ ରାତି ୧୨ଟାରୁ ଦେବ ଦେବ ମହାଦେବଙ୍କ ପାଖରେ ଜଳ ଲାଗି ଆରମ୍ଭ ହୋଇଥିଲା। କାନ୍ଧରେ ବାହୁଙ୍ଗି, ତୁଣ୍ଡରେ ବୋଲବମ ନାରା ଦେଇ ଶିବ ମନ୍ଦିରକୁ ଛୁଟିବାରେ ଲାଗିଛି କାଉଡିଆଙ୍କ ଲମ୍ବା ଧାଡ଼ି। ମନ୍ଦିରରେ ବି ହୋଇଛି ବ୍ୟାପକ ବ୍ୟବସ୍ଥା। ବ୍ୟାରିକେଡ୍ ସହ ଶୃଙ୍ଖଳିତ ଜଳ ଲାଗି, ଆଇନ୍ ଶୃଙ୍ଖଳା ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା ହୋଇଛି। 

Bolbam
Advertisment
Advertisment