Advertisment

ନିରାଶ୍ରୟ ଭବନରୁ ହଠାତ୍ ୪୫ଜଣଙ୍କୁ ସ୍ଥାନାନ୍ତର କାହିଁକି ? ଭଡ଼ାଘରେ ଦୟନୀୟ ସ୍ଥିତିରେ ଅଛନ୍ତି ଅନ୍ତେବାସୀ

ନିରାଶ୍ରୟମାନଙ୍କ ଏବେ ଦୁଃସ୍ଥିତି। ବରେଇପାଲିର ଏକ ଭଡ଼ା ଘରେ ଗୁଞ୍ଜାଗୁଞ୍ଜି କରି ବେଡ୍ ପଡ଼ିଛି, ଆଉ ସେଇଥିରେ ଦୁଇ ସପ୍ତାହ ହେଲେଣି ୪୫ ଜଣ ଅନ୍ତେବାସୀ ଏମିତି ଦୟନୀୟ ଅବସ୍ଥାରେ ରହୁଛନ୍ତି। ନୂଆ କୋଠାରୁ ଏମାନଙ୍କୁ କାହିଁକି ବାହାର କରାଗଲା, ସେମାନେ ଜାଣନ୍ତିନି।

author-image
Chandan Shishu
Homeless people

Homeless people

ନିରାଶ୍ରୟଙ୍କୁ ମିଳିବ ଆଶ୍ରୟ , ଭିକାରୀ ମୁକ୍ତ ହେବ ସମ୍ବଲପୁର। ଏମିତିକା ସ୍ୱପ୍ନ ଦେଖାଇ ୧୬ କୋଟିରୁ ଅଧିକ ଟଙ୍କାରେ ବିରାଟ ରହଣୀସ୍ଥଳ ବି ନିର୍ମାଣ ହେଲା। କିନ୍ତୁ ମାତ୍ର ଦେଢ ବର୍ଷ ପରେ ସ୍ଥିତି ପୁରା ଓଲଟା। ଏଠି ରହୁଥିବା ୪୫ ଜଣ ଅନ୍ତେବାସୀଙ୍କୁ ହଠାତ୍  ପ୍ରଶାସନ ଏକ ଭଡ଼ା ଘରେ ଦୟନୀୟ ସ୍ଥିତିରେ ରଖିଥିବା ଅଭିଯୋଗ ହୋଇଛି। ପଚାରିବାରେ ଉତ୍ତର ମିଳୁଛି- ଏଠି କୁଆଡ଼େ ଦିବ୍ୟାଙ୍ଗ ଓ ମାନସିକ ଅନଗ୍ରସର ପିଲାଙ୍କ ପାଇଁ ସ୍କୁଲ ଖୋଲିବ।

Advertisment

ଆଖି ଝଲସାଇଲା ଭଳି ସୁଉଚ୍ଚ କୋଠା। ଏକଦମ ରାଜକୀୟ ଶୈଳୀରେ ନିର୍ମାଣ ହୋଇଛି। ଯୋଜନା ଥିଲା ଭିକାରୀ ମୁକ୍ତ ହେବ ସମ୍ବଲପୁର, ନିରାଶ୍ରୟଙ୍କୁ ମିଳିବ ମୁଣ୍ଡ ଗୁଞ୍ଜିବାକୁ ଜାଗା। ସେଥିପାଇଁ ୧୬ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚରେ ସମ୍ବଲପୁରର ବୈଜାମୁଣ୍ଡାରେ ଏହି କୋଠାକୁ ନିର୍ମାଣ କରିଥିଲା ପ୍ରଶାସନା ହେଲେ ମାତ୍ର ମାସ କେଇଟା ଏଠି ନିରାଶ୍ରୟଙ୍କୁ ରଖାଯିବା ପରେ ଏବେ ସେଠୁ ବାହାର କରି ଦିଆଯାଇଛି।

ସେହି ନିରାଶ୍ରୟମାନଙ୍କ ଏବେ ଦୁଃସ୍ଥିତି। ବରେଇପାଲିର ଏକ ଭଡ଼ା ଘରେ ଗୁଞ୍ଜାଗୁଞ୍ଜି କରି ବେଡ୍ ପଡ଼ିଛି, ଆଉ ସେଇଥିରେ ଦୁଇ ସପ୍ତାହ ହେଲେଣି ୪୫ ଜଣ ଅନ୍ତେବାସୀ ଏମିତି ଦୟନୀୟ ଅବସ୍ଥାରେ ରହୁଛନ୍ତି। ନୂଆ କୋଠାରୁ ଏମାନଙ୍କୁ କାହିଁକି ବାହାର କରାଗଲା, ସେମାନେ ଜାଣନ୍ତିନି। ଏଣେ ନିରାଶ୍ରୟଙ୍କ ରହଣୀ ପାଇଁ ନିର୍ମାଣ ହୋଇଥିବା ବିଲ୍ଡିଂ କିନ୍ତୁ ଏବେ ଖାଲି ପଡ଼ିଛି । ଦୁଇ ମହଲା କୋଠାରେ ମୋଟ ୧୧୨ଟି ରୁମ, ୨ଟି ଡର୍ମିଟୋରୀ, ଡାଇନିଂ ଓ କାଉନସେଲିଂ ରୁମ୍ ସୁବିଧା ସୁଯୋଗ ରହିଛି। ହେଲେ ସେ କୋଠାକୁ ତାଲା ପକାଇ କାହିଁକି ରଖିଛି ପ୍ରଶାସନ ?

Advertisment

ଖାଲି ଯାହା ଭିନ୍ନକ୍ଷମଙ୍କ ପାଇଁ ଆସିଥିବା ଏହି ଇଲେକ୍ଟ୍ରି ଅଟୋ ଗୁଡ଼ିକୁ ଏଠି ସାହାରା ମିଳିଛି । ଯେଉଁ ଉଦ୍ଦେଶ୍ୟ ରଖି ଏହାକୁ ନିର୍ମାଣ କରଯାଇଥିଲା ତାହା ଯେମିତି ବାଟବଣା ହୋଇଯାଇଛି। ଏଠି ପ୍ରଶ୍ନ- ନିରାଶ୍ରୟଙ୍କୁ ଆଶ୍ରୟ ପାଇଁ ତ ଯୋଜନା ହୋଇଥିଲା ? ହେଲେ ଏମାନଙ୍କୁ ଏମିତି ତରବରିଆ ଭାବେ କାହିଁକି ଅନ୍ୟତ୍ର ସ୍ଥାନାନ୍ତର କରାଗଲା? ୟା ପଛରେ କାରଣ ବି ଅଜବ। ଏଠି କାଳେ ଏମାନେ ରହିବା ପାଇଁ ପ୍ରଯୁର୍ଯ୍ୟ ନୁହଁନ୍ତି, ଦିବ୍ୟାଙ୍ଗ ଏବଂ ମାନସିକ ଅନଗ୍ରସରଙ୍କ ସ୍ବତନ୍ତ୍ର ସ୍କୁଲ ଏଠି ଖୋଲାଯିବ। ସେଥିପାଇଁ ନିରାଶ୍ରୟମାନଙ୍କୁ ସ୍ଥାନାନ୍ତର କରାଯାଇଥିବା କହିଛନ୍ତି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ।

Homeless
Advertisment
Advertisment