୨୨ ବର୍ଷର ସ୍ଥିର ସରକାର । ଏଯାଏଁ ଗାଁକୁ ମିଳିଲାନି ମୌଳିକ ସୁବିଧା...ପିଇବା ପାଣି ପାଇଁ ନଈ ଭରସା, ଆଲୁଅ ଲାଗି ଡିବିରି ଭରସା
ବୈଷୟିକ ଶିକ୍ଷାରେ ନାମ ଲେଖାଇବାକୁ ପରୀକ୍ଷା ଦେଲେ। ରାଙ୍କ୍ ବି ପାଇଲେ। ହେଲେ ମାସେ ପରେ ବି ଆଡମିଶନ୍ ହୋଇନି। ଅସନ୍ତୋଷ ପ୍ରବଳ ତେଜିବାରୁ ଓଜେଇଇ ପକ୍ଷରୁ ଆସନ୍ତାକାଲି ଠାରୁ କାଉନସେଲିଂ ଆରମ୍ଭ କରାଯାଉଛି।
ଦକ୍ଷିଣ ଭାରତର ସବୁ ପ୍ରମୁଖ ମନ୍ଦିରରେ ନିୟମ ଅଛି, ହେଲେ ଶ୍ରୀମନ୍ଦିରରେ କାହିଁକି ଲାଗୁ ହେଉନି ଡ୍ରେସକୋଡ୍। ଭକ୍ତଙ୍କ ଏକାଗ୍ରତା ଓ ଜଗନ୍ନାଥ ସଂସ୍କୃତିର ମହାନତା ଦୃଷ୍ଟିରୁ କାଳିଆ ଦର୍ଶନପାଇଁ ଆସୁଥିବା ଭକ୍ତଙ୍କ ପାଇଁ ଡ୍ରେସକୋଡ୍ ବ୍ୟବସ୍ଥା ଲାଗୁ କରିବାକୁ ଦାବି ଉଠାଇଛି ଦଇତାପତି ନିଯୋଗ। ଯାହାକୁ ଭକ୍ତ ଓ ସେବକ ସମର୍ଥନ କରିଥିବାବେଳେ ଶ୍ରୀମନ୍ଦିର ପରିଚାଳନା କମିଟିର ମୋହର ବାଜିଲେ ହିଁ ଏହା ଲାଗୁ ହୋଇପାରିବ ବୋଲି ମତ ରଖିଛନ୍ତି ନୀତି ପ୍ରଶାସକ।
ସମସ୍ୟା ଭିତରେ ବୁଡ଼ି ରହିଛି ବ୍ରହ୍ମପୁରର MKCG ମେଡିକାଲ କଲେଜ୍ ଓ ହସ୍ପିଟାଲ । ଦକ୍ଷିଣ ଓଡ଼ିଶାର ସବୁଠୁ ବଡ଼ ଆଉ ନିର୍ଭରଯୋଗ୍ୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ଏବେ ୧୭୦ରୁ ଅଧିକ ଡାକ୍ତର ପଦବି ଖାଲି।
ଦେଶରେ ୟୁନିଟ୍ ପିଛା ବିଜୁଳିର ହାରାହାରି ମୂଲ୍ୟ ଯେତିକି, ରାଜ୍ୟରେ ସେହି ମୂଲ୍ୟଠୁ ଅଧିକ ୭୯ ପାଇସା ଅଧିକ ଦେଉଛନ୍ତି ଗ୍ରାହକ । ଦେଶର ସମସ୍ତ ୧୧୭ଟି ବିଜୁଳି ବିତରଣ କମ୍ପାନୀ ଗୁଡ଼ିକର ପ୍ରଦର୍ଶନ ଉପରେ କେନ୍ଦ୍ର ଶକ୍ତି ମନ୍ତ୍ରାଳୟ ଅଧୀନ ପାୱାର ଫାଇନାନ୍ସ କର୍ପୋରେସନ୍ ବା ପିଏଫ୍ସିର ଅଡିଟ୍ ରିପୋର୍ଟରୁ ଏ ତଥ୍ୟ ମିଳିଛି । ବର୍ଷ ୨୦୨୧-୨୨ ପାଇଁ ପିଏଫସିର ଅଡିଟ୍ ରିପୋର୍ଟ ପରେ ଏବେ ରାଜ୍ୟର ବିଜୁଳି ଉପଭୋକ୍ତାଙ୍କଠୁ ନିଆଯାଇଥିବା ଅଧିକ ଟଙ୍କା କେମିତି ଗ୍ରାହକଙ୍କୁ ଫେରାଯିବ, ସେନେଇ ବିଭିନ୍ନ ସଗଂଠନ ପକ୍ଷରୁ ଆରମ୍ଭ ହୋଇଛି ଅଭିଯାନ ।
ମାଇକ୍ରୋ ଫାଇନାନ୍ସ ସଂସ୍ଥାର ଜୁଲମ ପାଇଁ ଆତ୍ମହତ୍ୟା ବଢୁଥିବା ଅଭିଯୋଗ । ରାଜ୍ୟରେ ୭ଦିନରେ ୫ଜଣ ଜୀବନ ହାରିବା ପରେ ଏଭଳି ଅଭିଯୋଗ ଆସିଛି । ମାଇକ୍ରୋ ଫାଇନାନ୍ସ ସଂସ୍ଥା ଗୁଡ଼ିକ ଲୋଭ ଦେଖାଇ ଋଣ ଦେଉଛନ୍ତି ଆଉ ତାପରେ ଆଦାୟ ବେଳକୁ ସବୁ ସୀମା ପାର କରିଯାଉଛନ୍ତି। ଯାହାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ।
ରାଜଧାନୀର ପ୍ରତିଷ୍ଠିତ ବ୍ୟାବସାୟିକ ସାମ୍ରାଜ୍ୟ ଡିଏନ୍ ଗ୍ରୁପରେ ପଶିଲା ଆୟକର ବିଭାଗ । ବଡ଼ ଧରଣର ଚଢ଼ାଉରେ ମିଳିଲା ସୁଟକେଶ୍ ସହ ୩ ଟ୍ରଙ୍କର ପ୍ରାୟ ୩୦କୋଟି ଟଙ୍କା
କାଳିଆ ଦର୍ଶନ ପାଇଁ ଯାଉଥିବା ମହିଳା ମାନେ ଶରୀରକୁ ସମ୍ପୂର୍ଣ୍ଣ ଘୋଡ଼େଇ ରଖିଲା ଭଳି ଶାଢ଼ୀ ଓ ସାଲୱାର ପରିଧାନ କଲେ ଭଲ । ସେହିପରି ପୁରୁଷ ଭକ୍ତମାନେ ଧୋତି, ଗାମୁଛା ସହ ମଠା ବି ପିନ୍ଧିବାକୁ ପ୍ରସ୍ତାବ ଦେଇଛି ଦଇତାପତି ନିଯୋଗ।
ରାଜା ସୋମନାଥ ସିଂ ଜଗଦେବଙ୍କ ପ୍ରତିମୂର୍ତ୍ତିକୁ ଅପମାନ। ଶୌର୍ଯ୍ୟର ପ୍ରତୀକ ଖଣ୍ଡାକୁ କେହି ନେଇଯାଇଥିବା ଅଭିଯୋଗ । ଅନୁଗୋଳ ପୌରପାଳିକା କାର୍ଯ୍ୟାଳୟ ସାମ୍ନାରେ ଏହି ପ୍ରତିମୂର୍ତ୍ତି ଥିଲେ ବି କାହାରି ନଜର ନାହିଁ।
5T ସଚିବଙ୍କ ଗସ୍ତବେଳେ ବୌଦ୍ଧ ସହରରେ ପ୍ରଶାସନ ଅଣ୍ଡା ଦୋକାନ ବନ୍ଦ କରିଥିବା ଅଭିଯୋଗ । 'ପର୍ବପର୍ବାଣିରେ ଅଣ୍ଡା ଦୋକାନ ବନ୍ଦ ହେଉନାହିଁ ହେଲେ 5T ସଚିବଙ୍କ ଗସ୍ତବେଳେ ଅଣ୍ଡା ଦୋକାନ ବନ୍ଦ ହୋଇଛି। ଜୀବନ ଜୀବିକା ଉପରେ ପ୍ରଭାବ ପଡୁଛି ।' - ଅଣ୍ଡା ବ୍ୟବସାୟୀ
ସମ୍ବଲପୁର ବିଶ୍ୱବିଦ୍ୟାଳୟର ଫୁଡ୍ ଓ ନ୍ୟୁଟ୍ରିସନ ଏବଂ ଜିଲ୍ଲା ବନବିଭାଗ ସହଯୋଗରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ୪ ଦିନିଆ କର୍ମଶାଳା । ଏଥିରେ ଖାଦ୍ୟ ପ୍ରସ୍ତୁତି ନେଇ ପ୍ରଶିକ୍ଷଣ ଦିଆଯାଇଥିଲା । ଏଥିରେ ମହୁଲ, ସଜନା ପତ୍ର ଓ ଆମ୍ବରୁ ବିଭିନ୍ନ ପ୍ରକାର ସୁସ୍ୱାଦୁ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରିବାର କଳା କୌଶଳ ଶିକ୍ଷା ଦିଆଯାଇଥିଲା । ଜିଲ୍ଲାର ଗ୍ରାମାଞ୍ଚଳରୁ ମହିଳାମାନେ ଏଥିରେ ସାମିଲ ହୋଇଥିଲେ...
ବୌଦ ଗସ୍ତରେ ଯାଇଥିବା 5T ସଚିବ ଭି.କେ. ପାଣ୍ଡିଆନଙ୍କୁ ବିରୋଧ । କଚେରୀ ଛକ ନିକଟରେ ବିରୋଧୀଙ୍କ ପକ୍ଷରୁ ତାଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଥିବା ସୂଚନା ମିଳିଛି । ଫଳରେ ତାଙ୍କ ଗାଡିରେ ଚିହ୍ନ ଥିବା ଦେଖିବାକୁ ମିଳିଛି । ବିରୋଧୀ ପକ୍ଷରୁ ଜଣେ କର୍ମୀଙ୍କୁ ଉଠାଇ ନେଇ ପୋଲିସ ପଚରାଉଚରା କରୁଛି ।
ମାଫିଆଙ୍କ ବିରୋଧରେ ଲଢ଼ିବାକୁ ବନ କର୍ମଚାରୀଙ୍କୁ ମିଳିଲା ବଳ। ଆତ୍ମରକ୍ଷା ପାଇଁ ଗୁଳି କଲେ ତୁରନ୍ତ ହୋଇପାରିବନି କାର୍ଯ୍ୟାନୁଷ୍ଠାନ। ମାଜିଷ୍ଟ୍ରେଟସ୍ତରୀୟ ତଦନ୍ତ ପରେ ହିଁ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ।
ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ, ମୁଖ୍ୟ ପ୍ରଶାସକଙ୍କୁ ନୋଟିସ, ଏଏସ୍ ଆଇ ଡିଜି ଓ ଏଏସ୍ ଆଇ ଅଧୀକ୍ଷକଙ୍କୁ ନୋଟିସ
ସ୍ୱାସ୍ଥ୍ୟକେନ୍ଦ୍ର ଭିତରେ ଅଜବ ଦୃଶ୍ୟ, ଡାକ୍ତରଙ୍କ ମୁଣ୍ଡରେ ହେଲମେଟ୍..
ହାର୍ ମାନିଛି ବୟସ । ୫୦ ବର୍ଷୀୟ ଷ୍ଟଣ୍ଟମ୍ୟାନ ପ୍ରଶାନ୍ତ । ଦୁଇ ଆଙ୍ଗୁଠି ସାହାଯ୍ୟରେ ୪୫ ସେକେଣ୍ଡରେ ୫୨ ଥର ପୁସଅପ୍ କରି ଚର୍ଚ୍ଚାରେ..
ଉପହାର ଦେଖି ସାର୍ କାବା । ବିଦ୍ୟାଳୟରୁ ବିଦାୟ ନେଲେ ଶିକ୍ଷକ, ସୁନା ମୁଦି, ବାଇକ୍ ଉପହାର ଦେଲେ ଛାତ୍ରଛାତ୍ରୀ..
ବିଶ୍ୱାସ ନ ହେଉଥଲେ ବି ସତ, କ୍ଷୀର ପିଉଛନ୍ତି ବାସୁଆ ବଳଦ !
ଖେଳକୁଦ ବୟସରେ ପରଘରେ ମୂଲ ଲାଗୁଛି ଝିଅ । ମାସେ ହେଲାଣି ନିଖୋଜ ବାପା । ଖୋଜି ଖୋଜି ନିରାଶ ଭାଇଭଉଣୀ..
ଶବ ପୋଡାହେଲେ ଅନେକ କାଠ ଦରକାର ହୋଇଥାଏ। ଏଥିପାଇଁ ଅନେକ ଗଛ ମଧ୍ୟ କାଟିବାକୁ ପଡେ। ପରିବେଶକୁ ରକ୍ଷା କରିବା ପାଇଁ ବର୍ତ୍ତମାନ ବୈଦ୍ୟୁତିକ ପଦ୍ଧତି ଗ୍ରହଣ କରାଯାଉଛି। କିନ୍ତୁ ଏହି ସମୟରେ ବ୍ରିଟେନ୍ରେ ଆଉ ଏକ ନୂଆ ପଦ୍ଧତି ଆରମ୍ଭ କରାଯାଇଛି। ଚାରି ଘଣ୍ଟାରେ ମେସିନ୍ରେ ମିଳେଇ ଯିବ ଶରୀର, ବ୍ୟାଗ୍ରେ ରହିଯିବ ହାଡ ଏବଂ ପାଉଁଶ।
ବୁର୍ଲାରେ ଦୁଇ ଡାକ୍ତରୀ ଛାତ୍ର ଗୋଷ୍ଠୀ ପିଟାପିଟି । ‘ୟୁଫୋରିଆ’ ଉତ୍ସବବେଳେ ମୁହାଁମୁହିଁ ଭୀମସାର ଏବଂ ବ୍ରହ୍ମପୁର ଏମକେସିଜି ଛାତ୍ର । ବସ୍ ଭିତରକୁ ଏକ୍ସଟିଂଗୁଇସର୍ ଗ୍ୟାସ୍ ଛାଡ଼ି ଦେବାରୁ ଅନେକ ଛାତ୍ର ଅସୁସ୍ଥ
ଶୁଭାରମ୍ଭର ମାତ୍ର ୬ ମାସ ନଯାଉଣୁ ରାଉରକେଲାରୁ ବିମାନ ସେବା ବ୍ୟାଘାତ । ଛୋଟ ରନୱେ ଓ ନାଇଟ୍ ଲାଇଟ୍ ଅଭାବରୁ ବିମାନ ଲ୍ୟାଣ୍ଡିଂରେ ସମସ୍ୟା । ନାଗରିକ ସୁରକ୍ଷା କମିଟି ଓ ବଣିକ ସଂଘର ଅସନ୍ତୋଷ
ଅଫିସ୍ରେ ଛୋଟିଆ କାମ ପାଇଁ ଆଉ ଦରକାର ପଡ଼ିବେନି HR, ଆଗକୁ ସବୁ କାମ କରିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି
ଗଛର ଚିହ୍ନବର୍ଣ୍ଣ ନାହିଁ, ଫଳକ କହୁଛି ଖର୍ଚ୍ଚ ହୋଇଛି ଲକ୍ଷାଧିକ ଟଙ୍କା । ବଡ଼ଚଣାରେ ଚାରା ରୋପଣରେ ଅନିୟମିତତା ଅଭିଯୋଗ ।
କାହାପାଇଁ ସରକାରୀ ଯୋଜନା। ସ୍ୱାମୀଙ୍କ ମୃତ୍ୟୁର ୩ ବର୍ଷ ପରେ ବି ମିଳୁନି ବିଧବା ଭତ୍ତା ପାଇବାରୁ ବଞ୍ଚିତ ବରଗଡ଼ର ପୁଷ୍ପା ।