ପାଇକ ବିଦ୍ରୋହର ସ୍ମାରକୀ ନିର୍ମାଣରେ ବିଳମ୍ବ ନେଇ ପୁଣି ବିବାଦ। ଖୋର୍ଦ୍ଧା ବରୁଣେଇଠାରେ ନିର୍ମାଣ ହେବାକୁ ଥିବା ଏହି ସ୍ମାରକୀକୁ ନେଇ ମୁହାଁମୁହିଁ ବିଜେପି-ବିଜେଡି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ମାଣରେ ବିଳମ୍ବକୁ ନେଇ ଉଦବେଗ ପ୍ରକାଶ କରିବା ପରେ ଉଭୟ ଦଳ ଏବେ ପରସ୍ପର ଉପରେ ଦୋଷ ଲଦୁଛନ୍ତି।
ଆହାର ଉପରେ ପନିପରିବା ଦର ବୃଦ୍ଧିର ପାହାର। ବଦଳି ଯାଇଛି ଆହାର କେନ୍ଦ୍ରର ମେନୁ। ଭାତ ଡାଲମା ବଦଳରେ ଯେମିତି ପ୍ଲେଟରେ ପରଷା ଯାଉଛି ଖାଲି ଭାତ ଡାଲି। ଡାଲମାରୁ ଉଭାନ ହୋଇଯାଇଛି ପରିବା।
ବାହାନଗା ଟ୍ରାଜେଡିର ଷ୍ଟେସନ ମାଷ୍ଟରଙ୍କୁ ସିବିଆଇ ସମନ ।
ମନ୍ଦିରର ମଝି ଦେଉଳ ଓ ଗର୍ଭଗୃହ ମଧ୍ୟକୁ ମୋବାଇଲ ନେବା ମନା କରାଯାଇଛି ।
ଦିନେ ଦୁଇ ପଇସା ରୋଜଗାର ଚିନ୍ତା ଘାରିଥିଲା ଏବେ ଆଉ ଟେନସନ୍ ନାହିଁ.. ଏବେ ଲକ୍ଷାଧିକ ଟଙ୍କା ରୋଜଗାର ହେଉଛି.. ତା ସହ ଅନ୍ୟମାନଙ୍କୁ ମଧ୍ୟ ସେ ନିୟମିତ ଦରମା ଦେଇ ଚାକିରି ଦେଇଛନ୍ତି..
ଏଇ ସମୟରେ କ୍ଷେତ କାଦୁଆ ରହିବା କଥା.. ହେଲେ ଦେଖନ୍ତୁ କେମିତି ଜମି ଫାଟି ଆଁ କରିଛି.. ସେପଟେ ବର୍ଷାକୁ ଚାତକ ପରି ଚାହିଁ ଚାହିଁ ଶେଷରେ ମୁଣ୍ଡରେ ହାତ ଦେଇ ବସିଲାଣି ଚାଷୀ..ଆଷାଢ ସରିଗଲା ଶ୍ରାବଣ ଚାଲିଛି..ହେଲେ ମୌସୁମୀ ଲୁଚକାଳି ଖେଳୁଛି..ଏ ବର୍ଷ କେମିତି ହେବ ଚାଷ ! କଣ କରିବ ଅନ୍ନଦାତା !
ଏ ଦୃଶ୍ୟ ଯେତିକି ବ୍ୟଥିତ କରୁଛି ତାଠାରୁ ଅଧିକ ଥଟ୍ଟା କରୁଛି ଆମ ବିଶ୍ୱସ୍ତରୀୟ ବ୍ୟବସ୍ଥାଗୁଡ଼ିକୁ.. ଏମାନେ ଜାଣନ୍ତିନି ସ୍ୱାଧୀନତାର ଅର୍ଥ କଣ.. ଗାଁ ଆଉ ଗ୍ରାମବାସୀମାନଙ୍କ ଅବସ୍ଥା ଟିକେ ଦେଖନ୍ତୁ.. ଏଠାରେ ବିକାଶ କେଉଁଠି ଲୁଚିଛି ନିଜେ ଜାଣିପାରିବେ..
ଆବାସ ଦୁର୍ନୀତି ହେଉଛି.. ନୂଆପଡ଼ା ଜିଲ୍ଲାରେ ଏ ହେଉଛି ପ୍ରମାଣ..ଏଥର ମାନିବେ ତ ରାଜ୍ୟ ସରକାର ?
ନିରାଶ୍ରୟମାନଙ୍କ ଏବେ ଦୁଃସ୍ଥିତି। ବରେଇପାଲିର ଏକ ଭଡ଼ା ଘରେ ଗୁଞ୍ଜାଗୁଞ୍ଜି କରି ବେଡ୍ ପଡ଼ିଛି, ଆଉ ସେଇଥିରେ ଦୁଇ ସପ୍ତାହ ହେଲେଣି ୪୫ ଜଣ ଅନ୍ତେବାସୀ ଏମିତି ଦୟନୀୟ ଅବସ୍ଥାରେ ରହୁଛନ୍ତି। ନୂଆ କୋଠାରୁ ଏମାନଙ୍କୁ କାହିଁକି ବାହାର କରାଗଲା, ସେମାନେ ଜାଣନ୍ତିନି।
ଶ୍ରୀମନ୍ଦିର ପ୍ରଶାସନର ନିୟମକୁ ଫୁ । ଘୋଷଯାତ୍ରା ବେଳେ ସେବକ ବେଶରେ ରଥ ଉପରେ ପୁଳା ପୁଳା ରିଲ୍ କରି ସୋସିଆଲ୍ ମିଡ଼ିଆରେ ଅପଲୋଡ୍ କରୁଛନ୍ତି ଅଣସେବାୟତ । ଆପତ୍ତି ଉଠାଇଲେ ଭକ୍ତ, ଚିହ୍ନଟ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ବରିଷ୍ଠ ସେବାୟତଙ୍କ ଦାବି
ଆଖି ଝଲସାଇବା ଭଳି କୋଠା...ଏକଦମ୍ ରାଜକୀୟ ଶୈଳୀରେ ନିର୍ମାଣ ହେଲା କୋଠା..ଯୋଜନା ଥିଲା ନିରାଶ୍ରୟମାନେ ଏଠାରେ ରହିବେ । ହେଲେ ମାସେ ନଯାଉଣୁ ସେମାନଙ୍କୁ ଏଠାରୁ ବାହାର କରିଦିଆଗଲା । ହେଲେ କାହିଁକି?
ନୂଆପଡ଼ା ଜିଲ୍ଲାର ବୃହତ୍ତମ ଗାଁ ତୁକଲା । ଗାଁରେ ପ୍ରାୟ ୧୦ ହଜାରରୁ ଅଧିକ ଲୋକ ରହୁଛନ୍ତି । ହେଲେ ଗାଧୋଇବା ଏବେ ଗାଁ ଲୋକଙ୍କ ଲାଗି ବଡ଼ ସମସ୍ୟା ଭାବରେ ଉଭା ହୋଇଛି । ବୈଶାଖ ଯାଇ ଆଷାଢ ହେଲାଣି କିନ୍ତୁ ଗାଁରେ ପାଣି ସମସ୍ୟାର ସମାଧାନ ହେଲାନି । ପୂର୍ବରୁ ଗାଁରେ ୨ଟି ପୋଖରୀ ଥିଲା । ଗୋଟିଏର ଅବସ୍ଥା ପୂରା ବେହାଲ ଥିବା ବେଳେ ଅନ୍ୟଟି ଖୋଳାଯାଇଛି । ତେଣୁ ଗାଧୋଇବା ଏଇ ଗାଁ ଲୋକଙ୍କ ଲାଗି ୭ ସପନ ହୋଇଯାଇଛି ।
ଗଦାଗଦା ଫଳୁଛି ସପୁରୀ । ଦେଖିଲେ ଖାଇବାକୁ ଇଚ୍ଛା ହେବ । ପାହାଡ ଉପରେ ଏତେ ମାତ୍ରାରେ ସପୁରୀ ଫଳିବା ପରେ କାନ୍ଧରେ ବୋହି ବୋହି ବଜାରରେ ପସରା ମେଲାଇଛନ୍ତି ପାହାଡିଆ ଅଂଚଳରେ ରହୁଥିବା ଆଦିବାସୀମାନେ । ଆଉ ସପୁରୀ ଏତେ ମାତ୍ରାରେ ସ୍ୱାଦିଷ୍ଟ ଯେ ଯିଏ ଥରେ ଖାଉଛି ସିଏ ବାରମ୍ବାର ଖାଇବାକୁ ମନ କରୁଛି । କାରଣ ଏଠାରେ କୌଣସି ରସାୟନିକ ସାର ନୁହେଁ ବରଂ ପୂରା ଜୈବିକ ପଦ୍ଧତିରେ ଫଳୁଛି ସପୁରୀ ।
ମେଡିକାଲ ଅଛି ହେଲେ ଡାକ୍ତର ନାହାନ୍ତି । ଦେହ ଖରାପ ହେଲେ ରୋଗୀ ଆସୁଛନ୍ତି ସତ ହେଲେ ଫେରିକି ଯାଉଛନ୍ତି । କାରଣ ମେଡିକାଲରେ ଜଣେ ମାତ୍ର ଫାର୍ମାସିଷ୍ଟ ଓ ଜଣେ ଆୟୁଷ ଡାକ୍ତରଙ୍କୁ ନେଇ ଚାଲିଛି ରୋଗୀସେବା । ଜାଣି ଆଶ୍ଚର୍ଯ୍ୟ ହେବେ କି ମେଡିକାଲ ଉପରେ ପ୍ରାୟ ୪ରୁ ଊର୍ଦ୍ଧ୍ୱ ପଂଚାୟତର ଲୋକେ ନିର୍ଭର କରୁଥିବା ପରେ ବି ପ୍ରଶାସନ ନିଦାବିଷ୍ଣୁ ସାଜିଛି । ଆଉ ହଇରାଣ ହେଉଛନ୍ତି ଶହଶହ ଲୋକ ।
ଏ ସରକାର ଖାଲି କଥାରେ କହେ, କାମରେ କିଛି କରେନି । ବାରମ୍ବାର ଦାବି ପରେ ବି ଶୀତଳଭଣ୍ଡାରଟିଏ କରିପାରୁନି.... ଫସଲ ମେଞ୍ଚା ମେଞ୍ଚା କରୁଛନ୍ତି ହେଲେ ଶୀତଳଭଣ୍ଡାର ନଥିବାରୁ ସବୁ ପଚି ନଷ୍ଟ ହେଉଛି ।
ଶ୍ରୀମନ୍ଦିର ବରିଷ୍ଠ ସେବକ ତଥା ଛତିଶାନିଯୋଗ ମହାନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ରଙ୍କ ଠାରୁ ଏହି ଜଗନ୍ନାଥ ମନ୍ଦିର ସମ୍ପର୍କରେ ଖବର ପାଇ ସେଠାକୁ ଯାଇଥିଲେ ଅଭିନେତା ସବ୍ୟସାଚୀ ଓ ଅର୍ଚ୍ଚିତା ।
ରଥ ଉପରେ ଅଣସେବାୟତ ଶ୍ରୀଜିଉଙ୍କୁ ଅଲିଙ୍ଗନ କରି ବିଭିନ୍ନ ପୋଜରେ ଫଟୋ ଉଠାଉଥିବା ଦେଖିବାକୁ ମିଳୁଛି । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ବାଃ ବାଃରେ ସ୍ୱାସ୍ଥ୍ୟସେବା । ଇଏ ଏମିତି ମେଡିକାଲ ଯେଉଁଠି ସବୁ ଅଛି ହେଲେ ଡାକ୍ତର ନାହାନ୍ତି । ଦେହ ଖରାପ ହେଲେ ରୋଗୀଙ୍କୁ ଫାର୍ମାସିଷ୍ଟ ହିଁ ସାହାଭରସା
ଆମେରିକୀୟ ଶିଳ୍ପପତି ବ୍ରାଏନ୍ ଜନସନ ପ୍ରକୃତି ବିରୁଦ୍ଧରେ ଯାଇ ନିଜକୁ ବହୁ ବର୍ଷ ପଛକୁ ନେଇ ଯାଇଛନ୍ତି। ସେ ଏବେ ବହୁ ଯୁବକ ଭଳି ଲାଗୁଛନ୍ତି। ସେ ଦିନ ୧୧ ଟାରେ ହିଁ ରାତ୍ରୀ ଭୋଜନ କରିନିଅନ୍ତି ବୋଲି କହିଛନ୍ତି।
ମଧ୍ୟ ଆଫ୍ରିକୀୟ ଦେଶ ଗାବନରେ ଫସିଥିବା ୪ ଜଣ ଓଡ଼ିଆ ଯୁବକ ନିଜ ମାଟି କେନ୍ଦ୍ରାପଡ଼ାରେ ପହଞ୍ଚିଛନ୍ତି। ଗତକାଲି ବିଳମ୍ବିତ ରାତିରେ କୋଣାର୍କ ଏକ୍ସପ୍ରେସ୍ରେ ଆସି ଭୁବନେଶ୍ୱରରେ ପହଞ୍ଚିଥିଲେ।
ଲୋକମାନଙ୍କ ଘର ସହ ଆଖପାଖ ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖିବାକୁ କଟକ ବାସୀଙ୍କୁ ସଚେତନ କରାଯିବ ସେ ନେଇ ଆଲୋଚନା କରାଯାଇଥିଲା ।
ବାଃ ବାଃରେ ଶିକ୍ଷା ବ୍ୟବସ୍ଥା । ୫ଟି ଶ୍ରେଣୀର ପିଲାଙ୍କୁ ପଢାଇବାକୁ ନିଯୁକ୍ତି ହୋଇଛନ୍ତି ଜଣେ ମାତ୍ର ଶିକ୍ଷକ । ଯଦି ସେ କାମରେ ଗଲେ ସେ ଦିନ ସ୍କୁଲ ଛୁଟି
ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ବିବାହର ପ୍ରତିଶ୍ରୁତି ଦେଇ ଦୁଇ ପ୍ରାପ୍ତ ବୟସ୍କଙ୍କ ମଧ୍ୟରେ ସହମତିରେ ଯୌନ ସମ୍ପର୍କକୁ ଦୁଷ୍କର୍ମ ଧରାଯିବନି ବୋଲି କହିଛନ୍ତି ହାଇକୋର୍ଟ । ଆବେଦନକାରୀ ମନୋରଞ୍ଜନ ଦାସଙ୍କ ପକ୍ଷରୁ ଦାୟର ଏକ ମାମଲାରେ ଜଷ୍ଟିସ ଆର.କେ. ପଟ୍ଟୟନାୟକ ସ୍ପଷ୍ଟ କରିଛନ୍ତି ଯେ, ଉତ୍ତମ ସମ୍ପର୍କ ଥାଇ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ମନ୍ଦ ଉଦ୍ଦେଶ୍ୟରେ ମିଛ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ, ଏକା କଥା ନୁହେଁ ।
‘ବହୁତ ହେଇଗଲା..ଆଉ ମିଛ ପ୍ରତିଶ୍ରୁତିରେ ଫସିବାର ନାହିଁ.. ଏଥର ଆଉ ଚଳିବନି.. ଗାଁରେ ପଶିବାକୁ ଦେବୁନି.. ବୁଥ୍ ବି କରେଇ ଦେବୁନି.. ଆଗେ କାମ ସରିବ ଦେଖିବୁ ପରେ ଯାଇ ଭୋଟ୍’
୨୦୧୬ରୁ ଏଭଳି ଅଚଳ ହୋଇ ପଡି ରହିଛି.. ଖାଲିଟାରେ ବସି ବସି ଦରମା ନେଉଛନ୍ତି ୩ ଷ୍ଟାଫ୍.. ମରାମତି ନାଁରେ ପୁଳା ପୁଳା ଟଙ୍କା ଚଳୁ ଅଭିଯୋଗ.. ସେପଟେ ଉଚ୍ଚ ଦରରେ ଘରୋଇ ବୋଟ୍ ଭଡାରେ ନେଇ କାମ ଚଳାଉଛି ବିଭାଗ..