/odishatv-khabar/media/post_attachments/uploadimage/library/16_9/16_9_0/IMAGE_1691299338.jpg)
students stage dharna over sudden change in hostel rules
ଏକାଧିକ ଦାବି ନେଇ ହଷ୍ଟେଲ ସାମ୍ନାରେ ଧାରଣାରେ ବସିଲେ ବ୍ରହ୍ମପୁର ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଝାନସୀରାଣୀ ଛାତ୍ରୀ ନିବାସର ଅନ୍ତେବାସୀ । ଗତ ଦୁଇ ଦିନ ହେବ ଏହି ଛାତ୍ରୀ ନିବାସରେ ଜଣେ ନୂତନ ସୁପରିନଟେଣ୍ଡେଣ୍ଟ୍ ଦାୟିତ୍ୱ ନେଇଛନ୍ତି । ସେ ଆସିବା ପରେ ହଷ୍ଟେଲର ଏକାଧିକ ନିୟମ ବଦଳାଇ ଦେଇଥିବା ଛାତ୍ରୀମାନେ ଅଭିଯୋଗ ଆଣିଛନ୍ତି।
Advertisment
ଛାତ୍ରୀମାନେ ବାହାରେ କୌଣସି ସ୍ଥାନରେ କୋଚିଂ ନେଇ ପାରିବେନି, ସନ୍ଧ୍ୟା ୬ଟା ସୁଦ୍ଧା ହଷ୍ଟେଲରେ ପହଞ୍ଚିବା ବାଧ୍ୟତାମୂଳକ କରିଛନ୍ତି ନୂତନ ସପରିନଟେଣ୍ଡେଣ୍ଟ। ଏହାବାଦ ହଷ୍ଟେଲ ୱାସରୁମ୍ ଭାଙ୍ଗିଯାଇଥିବା ବେଳେ ଏଠାରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ମଧ୍ୟ ଛାତ୍ରୀ ମାନେ ଆଣିଛନ୍ତି।
ତେବେ ଏ ନେଇ ନବନିଯୁକ୍ତି ସୁପରିନଟେଣ୍ଡେଣ୍ଟଙ୍କ ବା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ... ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)