Advertisment

ରତ୍ନଭଣ୍ଡାରର ମରାମତି ଆବଶ୍ୟକ : ASI ଅଧୀକ୍ଷକ

ହାଇକୋର୍ଟରେ ସତ୍ୟପାଠ ଦାଖଲ ପରେ ASI ଅଧୀକ୍ଷକଙ୍କ ପ୍ରତିକ୍ରିୟା

author-image
Prangyan Parimita
ଅଦ୍ୟତନ ହୋଇଛି
Reopening of Ratna Bhandar

ASI , Ratna Bhandar ,

ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାରେ ASI ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି । ହାଇକୋର୍ଟରେ ସତ୍ୟପାଠ ଦାଖଲ ପରେ ASI ଅଧୀକ୍ଷକ ପ୍ରତିକ୍ରିୟା ରଖିଛନ୍ତି । ଭିତର ଭଣ୍ଡାର କେବେ ବି ଅନୁଧ୍ୟାନ ହୋଇ ନଥିବା ସେ କହିଛନ୍ତି ।

Advertisment

୨୦୧୮ରେ ଶେଷ ଥର ପାଇଁ ବାହାର ଭଣ୍ଡାର ଅନୁଧ୍ୟାନ ହୋଇଥିଲା । ସେତେବେଳେ ଛାତରୁ ପାଣି ଗଳୁଥିଲା ଓ ଚଟାଣରେ ପଥର ପଡ଼ିଥିଲା । ଏପରିକି କାନ୍ଥ ଭିତରୁ ଏକ ଫମ୍ଫସା ଶବ୍ଦ ମଧ୍ୟ ଶୁଭୁଥିଲା । ଏବେ ରତ୍ନଭଣ୍ଡାରରକୁ ମରାମତି କରିବାର ଆବଶ୍ୟକତା ରହିଛି । ମାମଲା ହାଇକୋର୍ଟରେ ବିଚାରାଧୀନ ଥିବାବେଳେ ନିର୍ଦ୍ଦେଶ ଦେଲେ ଯଥାଶୀଘ୍ର ମରାମତି କରାଯିବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଅନେକ ହୋହଲ୍ଲା ପରେ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲିବାକୁ ସୁପାରିସ୍ ହୋଇଛି, ତା ପୁଣି ଆରବର୍ଷକୁ। ଆସନ୍ତା ବର୍ଷ ରଥଯାତ୍ରାବେଳେ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ପାଇଁ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ ଏକ ହାଇଲେବଲ୍ କମିଟି ଗଢ଼ିବାକୁ ୪ ଅଗଷ୍ଟରେ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ସୁପାରିସ୍ ହୋଇଥିଲା ।

Advertisment

ତେବେ ଏହି ପ୍ରକ୍ରିୟା ପରେ ପ୍ରଶ୍ନ ଉଠିଥିଲା । ଖାଲି କୋଟି କୋଟି ଜଗନ୍ନାଥ ପ୍ରେମୀ ନୁହଁନ୍ତି, ଖୋଦ୍ ମ୍ୟାନେଜିଂ କମିଟି ମେମ୍ବର ବି ଆପତ୍ତି କରିଥିଲେ । ହାଇକୋର୍ଟଙ୍କ ଛାଟ ଡରରେ ରାଜ୍ୟ ସରକାର ତରବରିଆ ଭାବେ ମ୍ୟାନେଜିଂ କମିଟି ଜରିଆରେ ୨୦୨୪ ରଥଯାତ୍ରାବେଳେ ରତ୍ନଭଣ୍ଡାର ଖୋଲିବାକୁ ସୁପାରିସ କରି ଓଡ଼ିଆ ଲୋକଙ୍କୁ ଭୁଆଁ ବୁଲାଇବାକୁ ଉଦ୍ୟମ କରିଥିବା କହିଥିଲେ ବରିଷ୍ଠ ଆଇନଜୀବୀ ତଥା ପିଟିସନର ସମୀର ମହାନ୍ତିଙ୍କ ଓକିଲ ପୀତାମ୍ବର ଆଚାର୍ଯ୍ୟ।

ASI Ratna Bhandar
Advertisment
Advertisment