/odishatv-khabar/media/post_attachments/uploadimage/library/16_9/16_9_0/s_1691465414.jpg)
Divyang Youth Pleads Collector To Find Him A Life Partner In Odisha
ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଅଜବ ଆବେଦନ। ନିଜ ପାଇଁ ଏକ ଜୀବନସାଥୀ ଖୋଜିଦେବା ପାଇଁ ଦରଖାସ୍ତ ଲେଖି ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି ଜଣେ ଦିବ୍ୟାଙ୍ଗ।ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଏହି ଘଟଣା ଦେଖିବାକୁ ମିଳିଛି। ଦିବ୍ୟାଙ୍କ ଯୁବକ ହେଲେ ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ ନୂଆପଡା ଗାଁର ମୁରଲୀଧର ମହାପାତ୍ରଙ୍କ ସାନପୁଅ ସଞ୍ଜିବ ମହାପାତ୍ର।
ସଞ୍ଜିବଙ୍କ କହିବା ଅନୁସାରେ, ‘ବାପା–ମା’ ବୃଦ୍ଧ ହୋଇଗଲେଣି। ବଡ଼ ଭାଇ ଅଲଗା ରହୁଥିବାରୁ ଚଳଣିରେ ଅସୁବିଧା ବି ହେଉଛି। ତେଣୁ ମୋ ପାଇଁ ନିହାତି ଜଣେ ଜୀବନସାଥୀ ଦରକାର। ମୁଁ ଜଣେ ଦିବ୍ୟାଙ୍ଗ ହୋଇଥିବାରୁ କେହି ଝିଅ ଦେଉ ନାହାନ୍ତି’ ବୋଲି ଦରଖାସ୍ତରେ ଉଲ୍ଲେଖ କରିବା ସହ ଜୀବନ ସାଥୀଟିଏ ଖୋଜିଦେବାକୁ ଜିଲ୍ଲାପାଳଙ୍କୁ ଗୁହାରି କରିଛନ୍ତି ସଞ୍ଜିବ।
#ଜୀବନ_ସାଥୀ_ଖୋଜିଦେବାକୁ_ଦରଖାସ୍ତ
ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଅଜବ ଆବେଦନ । ନିଜ ପାଇଁ ଜୀବନ ସାଥୀ ଖୋଜି ଦେବାକୁ ଦରଖାସ୍ତ ଲେଖି ନିବେଦନ କଲେ ଜଣେ ଦିବ୍ୟାଙ୍ଗ । #Angul#Odisha#OTVpic.twitter.com/39xH5LYe0X— ଓଟିଭି (@otvkhabar) August 8, 2023
ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଏଭଳି ଏକ ଘଟଣା ବେଶ୍ ଭାବବିହ୍ୱଳ କରିଥିଲା। ତେବେ ଏନେଇ ଜିଲ୍ଲାପାଳ କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)