• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବଢ଼ିଲେ ମଧୁବାବୁ ପେନସନ୍ ଯୋଜନାରେ ହିତାଧିକାରୀ । ଆହୁରୀ ୪ ଲକ୍ଷ ୧୩ ହଜାର ନୂଆ ହିତାଧିକାରୀ ପାଇବେ ମଧୁବାବୁ ପେନସନ୍ । ଆଜି ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି । ଏବେ ୨୮ ଲକ୍ଷ ୬୧ ହଜାର ହିତାଧିକାରୀ ଥିବା ବେଳେ ନୂଆ ହିତାଧିକାରୀ ମିଶିବା ପରେ ଏହି ସଂଖ୍ୟା ୩୨ ଲକ୍ଷ ୭୫ ହଜାରରେ ପହଞ୍ଚିଲା। ସାମିଲ ନୂଆ ହିତାଧିକାରୀ ଅଗଷ୍ଟ ୧୫ରେ ଅର୍ଥାତ ଏ ମାସ ୧୫ ତାରିଖରେ ନିଜର ପ୍ରଥମ ଭତ୍ତା ପାଇବେ । ଏହି ଯୋଜନାରେ ହିତାଧିକାରୀଙ୍କୁ ମାସିକ ୫୦୦, ୭୦୦ ଏବଂ ୯୦୦ ଟଙ୍କା ମିଳୁଛି ।

‘ମଧୁବାବୁ ପେନ୍‌ସନ୍‌ ଯୋଜନା’ରେ ବରିଷ୍ଠ ନାଗରିକ, ଭିନ୍ନକ୍ଷମ, ବିଧବା ଏବଂ ବିଭିନ୍ନ ଦୂରାରୋଗରେ ପୀଡ଼ିତ ଲୋକମାନଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ମାସିକ ଭତ୍ତା ପ୍ରଦାନ କରାଯାଏ । ୨୦୦୮ ମସିହା ଜାନୁଆରୀ ମାସ ପହିଲା ତାରିଖରୁ ଏହି ଯୋଜନା ଆରମ୍ଭ କରାଯାଇଛି । ଦରିଦ୍ର ସୀମାରେଖା ତଳେ ବାସ କରୁଥିବା ଅସହାୟ ବୃଦ୍ଧ ବ୍ୟକ୍ତିମାନଙ୍କୁ କିଛି ଆର୍ଥିକ ସହାୟତା ପ୍ରଦାନ କରିବା ଏହି ଯୋଜନାର ମୂଳ ଉଦ୍ଦେଶ୍ୟ ।