୨ ଯୋଜନା ନାଁରେ ଲକ୍ଷ ଲକ୍ଷ ଟଙ୍କା ଖାଇଗଲେ ସରକାରୀ ବାବୁ
ଏଇ ଆଜ୍ଞା ଆଉ ଗୋଟିଏ ଘର, ଜୀବନ ବେଳାରେ ସନ୍ଧ୍ୟା ହୋଇ ହୋଇ ଆସୁଥିବା ଅନେକ ପକ୍ଷୀଙ୍କ ମେଳ ଇଏ। ଏଠି ବିଶ୍ୱାସ ଅଛି ଏଠି ନିଶ୍ୱାସ ବି ଅଛି। ଏଠି ଆତ୍ମୀୟତା ଅଛି, ଏଠି ମମତା ଅଛି।
ପୂଜା ମାହୋଲରେ ଅସ୍ତବ୍ୟସ୍ତ କରୁଛି ଗନ୍ଧ । ଅଳିଆ ଆବର୍ଜନାରେ ଭାସୁଛି ରାଜଧାନୀ । ଯୁଆଡ଼େ ଦେଖିବ ସେଆଡ଼େ କୁଢ଼ କୁଢ଼ ଅଳିଆ ।
କେବେ ବନ୍ଦ ହେବ ଧଳା ଜହର ବେପାର? ପୋଲିସ ଏବଂ ପ୍ରଶାସନ ପାଖରେ ଏନେଇ ଖବର ଅଛି ତ ? ଦେଶର ଭବିଷ୍ୟତ ନିଶା କବଳରୁ କେବେ ମୁକୁଳିବ ?
୨ ହଜାର ଟଙ୍କିଆ ନୋଟ୍ ବଦଳ ପଛରେ କିଏ? ଏ କଳାଧନ କାହାର ? ଏହା ପଛରେ କେଉଁ ରାକେଟ୍ କାମ କରୁଛି ?
ସକାଳ ୮ଟା ବେଳେ ଭୁବନେଶ୍ୱର RBI ସାମ୍ନାରେ ଗତକାଲି ଭଳି ଆଜି ବି ଲୋକଙ୍କ ଲମ୍ବା ଲାଇନ୍ । ହେଲେ ଆଜି କିନ୍ତୁ ବଦଳି ଯାଇଥିଲା ନୋଟ୍ ବଦଳର ତରିକା । କାଲି ଲାଇନ ଲଗାଇଥିବା ଅଧିକାଂଶ ଲୋକଙ୍କ ହାତରେ ୨ ହଜାର ଟଙ୍କିଆ ନୋଟ୍ ନଥିଲା । RBI ଗେଟ୍ ପାଖରେ ସେମାନେ ପହଞ୍ଚିବା ପରେ ଦୂରରେ ଛିଡ଼ା ହେଉଥିବା ଏଜେଣ୍ଟମାନେ ସେମାନଙ୍କୁ ଟଙ୍କା ବଢ଼ାଇ ଦେଉଥିଲେ ।
ସହର ଭିତରେ ଅଳିଆର ପାହାଡ଼ । ଇଏ ପାହାଡ଼ ତ ନୁହେଁ ପର୍ବତ । ଗଦା ହୋଇ ରହିଛି ପୁରା ସ୍ମାର୍ଟ ସିଟିର ଅଳିଆ ଆବର୍ଜନା । ପ୍ରତିଦିନ ଟନ୍ ଟନ୍ ଅଳିଆ ବୁହା ହୋଇ ଆସୁଛି, ଆଉ ଖୁନ୍ଦି ଖୁନ୍ଦି ଭର୍ତ୍ତି କରାଯାଉଛି । ମଲା ଗାଈ ଗୋରୁ, କୁକୁର ଏବଂ ପଶୁପକ୍ଷୀଙ୍କ ବି ଏହା ମଶାଣି ପାଲଟିଛି ।
ଦିନ ଥିଲା, ଇଏ ଥିଲା ସେବକ ପ୍ରିୟ ମାଧବ ଶ୍ରୀଜଗନ୍ନାଥଙ୍କ ଏକ ପ୍ରମୁଖ ସେବା । ଦେବଦାସୀ ସେବା । ଆଉ ଥିଲେ ମହାପ୍ରଭୁଙ୍କ ଦେବଦାସୀ ପରଂପରାର ଶେଷ ସେବିକା ପରସ ମଣି । ସେ ବି ୨୦୨୧ରୁ ଇହଧାମ ଛା଼ଡ଼ିଲେଣି । ତେବେ ଦେବଦାସୀ ପ୍ରଥା ବନ୍ଦ ହେବା ପରେ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ଏମିତି ଗୀତ ଗୋବିନ୍ଦ ଗାଉଥିଲେ ପରସ ମଣି ।
ସହର ଭିତରେ ଅଳିଆର ପାହାଡ଼ । ଇଏ ପାହାଡ଼ ତ ନୁହେଁ ପର୍ବତ । ଗଦା ହୋଇ ରହିଛି ପୁରା ସ୍ମାର୍ଟ ସିଟିର ଅଳିଆ ଆବର୍ଜନା । ପ୍ରତିଦିନ ଟନ୍ ଟନ୍ ଅଳିଆ ବୁହା ହୋଇ ଆସୁଛି, ଆଉ ଖୁନ୍ଦି ଖୁନ୍ଦି ଭର୍ତ୍ତି କରାଯାଉଛି । ମଲା ଗାଈ ଗୋରୁ, କୁକୁର ଏବଂ ପଶୁପକ୍ଷୀଙ୍କ ବି ଏହା ମଶାଣି ପାଲଟିଛି ।
ସକାଳ ୮ଟା ବେଳେ ଭୁବନେଶ୍ୱର RBI ସାମ୍ନାରେ ଗତକାଲି ଭଳି ଆଜି ବି ଲୋକଙ୍କ ଲମ୍ବା ଲାଇନ୍ । ହେଲେ ଆଜି କିନ୍ତୁ ବଦଳି ଯାଇଥିଲା ନୋଟ୍ ବଦଳର ତରିକା । କାଲି ଲାଇନ ଲଗାଇଥିବା ଅଧିକାଂଶ ଲୋକଙ୍କ ହାତରେ ୨ ହଜାର ଟଙ୍କିଆ ନୋଟ୍ ନଥିଲା । RBI ଗେଟ୍ ପାଖରେ ସେମାନେ ପହଞ୍ଚିବା ପରେ ଦୂରରେ ଛିଡ଼ା ହେଉଥିବା ଏଜେଣ୍ଟମାନେ ସେମାନଙ୍କୁ ଟଙ୍କା ବଢ଼ାଇ ଦେଉଥିଲେ ।
EOW ପରେ ଇଡି ଟିମ୍ ପହଞ୍ଚି ତନାଘନା କରିଛି । ମଜୁରୀ ନେଇ ଟଙ୍କା ବଦଳ ଖବର ସାମ୍ନାକୁ ଆସିବା ପରେ ଉଭୟ ଟିମ୍ ପହଞ୍ଚି ତନାଘନା ଆରମ୍ଭ କରିଛି ।
ଗତବର୍ଷ ବାଲିଯାତ୍ରା ସମୟରେ କଟକ ଇନ୍ କଟକ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲା । ଏହାକୁ ନବବଧୂ ଭଳି ସଜା ଯାଇଥିଲା । ହେଲେ ଏବେ ଏହା ଜରାଜୀର୍ଣ୍ଣ ଅବସ୍ଥାରେ ।
ମହିଳାଟିଏ ଗର୍ଭବତୀ ହେବା ପରଠୁ ତାର ସମସ୍ତ ଦାୟିତ୍ୱ ସ୍ୱାସ୍ଥ୍ୟ କର୍ମୀ ନେବେ ବୋଲି ସରକାର ଡିଣ୍ତିମ ପିଟୁଛନ୍ତି ।
ଆନନ୍ଦ ବଜାରରେ ଗୋଳିଆ ପାଣି । ଭକ୍ତଙ୍କ ପାଇଁ ଲାଗିଥିବା ଟ୍ୟାପରୁ ନାଲି ରଙ୍ଗର ଗୋଳିଆ ପାଣି ବାହାରୁଛି ।
ନିର୍ଭୀକ ଓ ନିଡର ଥିବା ସାମ୍ବାଦିକ ଆଜି କିନ୍ତୁ ହାରି ଯିବାକୁ ବସିଛନ୍ତି । କର୍କଟର କ୍ରୁରତା ଆଗରେ ହାରିବାକୁ ବସିଛନ୍ତି ସୁଦୀପ୍ତ ।
କାର୍ତ୍ତିକରେ ଆକାଶ ଛୁଆଁ ଅବଢ଼ା ଦର । ମହାପ୍ରସାଦ ଟିକେ ମନଭରି ଖାଇବାକୁ ଇଚ୍ଛା, ହେଲେ ଦର ଦେଖି କିଣିବାକୁ ଡର..
ଏ ସମସ୍ୟାକୁ ନେଇ ଖପ୍ପା ସୁଆର ଓ ମହାସୁଆର ନିଯୋଗ । ନିଯୋଗ କହିଛି, ଆନନ୍ଦ ବଜାରରେ ପୂର୍ବରୁ କେବଳ ସୁପକାର ସେବାୟତ ମହାପ୍ରସାଦ ବିକିବେ ଏବଂ ଅଣସୁପକାରଙ୍କୁ ତଡ଼ିବାକୁ ନିଷ୍ପତ୍ତି ହୋଇଥିଲା ।
ବିନା କାରଣରେ ୩୨୮ ଆଶାୟୀଙ୍କ ନାମ ଚୂଡାନ୍ତ ତାଲିକାରୁ ପଡ଼ିଛି ବାଦ୍ ପଡିଛି । ଯାହାକୁ ନେଇ ଦେଖା ଦେଇଛି ଅସନ୍ତୋଷ । ୭ହାଜର ୪୨୮ ନର୍ସିଂ ଅଫିସର ପୋଷ୍ଟ ପାଇଁ ବିଜ୍ଞାପନ ପ୍ରକାଶ ପାଇଥିବା ବେଳେ ପରୀକ୍ଷା ପରେ ସାଢ଼େ ୪ ହାଜର ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିଲେ ।
କୌଣସି ବଜାର ନୁହେଁ, କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ବାସଭବନ ଆଗରେ ପିଆଜ କେଜି ପିଛା ୮୦ ଟଙ୍କାରେ କିଣି ୨୦ ଟଙ୍କାରେ ବିକିଛି ଛାତ୍ର କଂଗ୍ରେସ । ପିଆଜ ଦରବୃଦ୍ଧି ନିୟନ୍ତ୍ରଣରେ ସରକାରଙ୍କ ବିଫଳତାକୁ ଦାୟୀ କରି ଏଭଳି ଢଙ୍ଗରେ ପ୍ରତିବାଦ କରିଛନ୍ତି ଛାତ୍ର କଂଗ୍ରେସ କର୍ମୀ ।
ଅରୁଣ ରାୟଙ୍କୁ ସରକାରୀ ପ୍ରେସ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ମିଳିଛି । ଅମୃତ ମୋହନ ପ୍ରସାଦଙ୍କୁ ଜେଲ ବିଭାଗ ଡିଜି ଭାବେ ନୂଆ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର ।
ହୁ ହୁ ହୋଇ ବଢ଼ି ଚାଲିଛି ପିଆଜ ଦର । ଓଡ଼ିଶା ବଜାରରେ ୮୦ଟଙ୍କା ଛୁଇଁଲାଣି ପିଆଜ ।
ଆଗକୁ ଆସୁଛି ମାଟ୍ରିକ ପରୀକ୍ଷା । ପରୀକ୍ଷାର୍ଥୀଙ୍କ ମନରୁ ଡର କମେଇବା ପାଇଁ ଗଣଶିକ୍ଷା ବିଭାଗ ତରଫରୁ ପରାମର୍ଶ ଦିଆ ଯାଇଛି ।
ଗୋଟିଏ ପଟେ ଅଭିନେତା ମନୋଜ ମିଶ୍ରଙ୍କୁ ବ୍ୟାନ୍ ଘଟଣାକୁ ନେଇ ବିବାଦ ତେଜିବାରେ ଲାଗି ଥିବାବେଳେ ଅନ୍ୟପଟେ ସ୍ୱତନ୍ତ୍ର କୋଶଳ ପ୍ରଦେଶ ଦାବିରେ ନଭେମ୍ବର ୧୫ରେ ମହା କୋଶଳ ବନ୍ଦ ଡାକରା ଦେଇଛି ।
ପ୍ରଜାପତି ଉଦ୍ୟାନ, ଏହି ନାଁ ଟା ଶୁଣିଲେ ଆପଣଙ୍କୁ ନୂଆ ଲାଗୁଥିବା। ଆପଣ ବିଭିନ୍ନ ସମୟରେ ଅନେକ ପ୍ରକାରର ଉଦ୍ୟାନର ନାଁ ଶୁଣିଥିବେ କିମ୍ବା ଦେଖିଥିବେ । କିନ୍ତ ପ୍ରଥମ ଥର ପାଇଁ ଆପଣ ପ୍ରଜାପତି ଉଦ୍ୟାନ କଥା ଶୁଣୁଥିବେ । ହଁ ଆଜ୍ଞା ସମ୍ବଲପୁରରେ ଆରମ୍ଭ ହେବାକୁ ଯାଉଛି ପ୍ରଥମ ପ୍ରଜାପତି ଉଦ୍ୟାନ।
ଧାଡ଼ିକୁ ଧାଡ଼ି ହୋଇ ଲାଗିଛି ଡ୍ରାଗନ୍ ଫ୍ରୁଟ୍ ଗଛ I ଗଛ ଗୁଡ଼ିକ ବେଶ୍ ସୁନ୍ଦର ହେବା ସହ ଫଳ ବି ଧରିଛି । ଏହି ଫଳ ସବୁ ପାଚିଲେ ବଜାରକୁ ବିକ୍ରି ପାଇଁ ଯିବ । ଏ ଦୃଶ୍ୟ କେଉଁ ବିଦେଶରେ ନୁହେଁ ବରଂ ଆମ ଓଡ଼ିଶାର । ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ଡା ବ୍ଳକ ରାଇଛାପଲ ଗାଁରେ ହୋଇଛି ଏହି ସୁନ୍ଦର ଡ୍ରାଗନ ଚାଷ ।