ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ହେବ ପ୍ରତିଷ୍ଠା। ଏନେଇ ସୂଚନା ଦେଇଛନ୍ତି ଗଜପତି ମହାରାଜା। ଆଜି ଶ୍ରୀମନ୍ଦିର ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କରିବା ପରେ ଏହି ସୂଚନା ଦେଇଛନ୍ତି ଗଜପତି ମହାରାଜା।
Also Read
#ଜାନୁଆରୀ_୧୭ରେ_ପରିକ୍ରମା_ପ୍ରକଳ୍ପ_ପ୍ରତିଷ୍ଠା
— ଓଟିଭି (@otvkhabar) November 3, 2023
- ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା
- ୧୭ରେ ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ନେଇ ଗଜପତି ମହାରାଜାଙ୍କ ସୂଚନା
- ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା ପରେ ସୂଚନା ଦେଲେ ଗଜପତି ମହାରାଜା
- ଶ୍ରୀସେତୁ, ଜଗନ୍ନାଥ ବଲ୍ଳଭ ପାର୍କିଂ କାର୍ଯ୍ୟ ଅନୁଧ୍ୟାନ କଲେ#Puri #Odisha pic.twitter.com/eTFQYlYsWG
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ହେବା ପୂର୍ବରୁ ଆଜି ପରିକ୍ରମା ପ୍ରକଳ୍ପ, ଜଗନ୍ନାଥ ବଲ୍ଲଭ ଓ ଶ୍ରୀସେତୁର ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କରିଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ । କାମ କେତେ ଦୂର ଆଗେଇଛି, କାମ କେତେ ସରିଛି ଓ କେତେ ବାକି ଅଛି ତା’ର ସମୀକ୍ଷା କରିଥିଲେ ଗଜପତି ମହାରାଜା । ଆଜି ସ୍ଥିତି ସମୀକ୍ଷା ବେଳେ ଗଜପତି ମହାରାଜାଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ ମଧ୍ୟ ଉପସ୍ଥିତ ଥିଲେ ।