• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Odia Labourers died
ମୋବାଇଲ କିଣି ଅନ୍‌ଲାଇନ୍‌ରେ ପାଠ ପଢ଼ିବା ପାଇଁ ଦାଦନ ଖଟିବାକୁ ଯାଇଥିଲେ, ହେଲେ ଶବ ହୋଇ ଫେରିଲେ

ମୋବାଇଲ କିଣି ଅନ୍‌ଲାଇନ୍‌ରେ ପାଠ ପଢ଼ିବା ପାଇଁ ଦାଦନ ଖଟିବାକୁ ଗଲେ। ହେଲେ ଅଧା ରହିଗଲା ମୋବାଇଲ କିଣା ଓ ଅଧୁରା ରହିଗଲା ଅନ୍‌ଲାଇନ୍‌ରେ ପାଠପଢା ସ୍ୱପ୍ନ। ଶେଷରେ ଶବ ହୋଇ ଫେରିଲେ।

Mo Bus Drivers Launch Strike
ଦରମା ବୃଦ୍ଧି ଦାବିରେ ‘ମୋ ବସ୍’ ଡ୍ରାଇଭରଙ୍କ ଆନ୍ଦୋଳନ, ‘ମାସକୁ ୧୮ ହଜାର ଟଙ୍କା ଦରମା କରାଯାଉ’

ଦରମା ବୃଦ୍ଧି ଦାବିରେ ‘ମୋ ବସ୍’ ଡ୍ରାଇଭର ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଫଳରେ ଆଜି ଭୁବନେଶ୍ୱରର ୧୪ଟି ରୁଟ୍‌ରେ ‘ମୋ ବସ୍’ ଚଳାଚଳ ବନ୍ଦ ରହିଛି। ଦରମା ବୃଦ୍ଧିକୁ ନେଇ ଡ୍ରାଇଭରମାନେ ଆନ୍ଦୋଳନ କରୁଥିବାରୁ ଭୁବନେଶ୍ୱରର ୧୪ଟି ରୁଟ୍‌ରେ ‘ମୋ ବସ୍’ ଚଳାଚଳ କରୁନି। 

online-auction
ରାସ୍ତା କଡ଼ରୁ ୯୦ ପଇସାରେ କିଣିଥିଲେ ପୁରୁଣା ଚାମଚ : ନିଲାମୀରେ ୨ଲକ୍ଷ ଟଙ୍କାରେ ବିକ୍ରି କଲେ

୯୦ ପଇସାରେ କିଣିଥିଲେ, ୨ ଲକ୍ଷରେ ବିକ୍ରି କଲେ । ରାତାରାତି ଲକ୍ଷପତି ହୋଇଗଲେ ଲଣ୍ଡନର ଜଣେ ବ୍ୟକ୍ତି । ରାସ୍ତା କଡ଼ରୁ କିଣିଥିବା ଏକ ଭଙ୍ଗା ପୁରୁଣା ଚାମଚକୁ ଅନଲାଇନ ନିଲାମୀରେ ୧୨ ଗୁଣରୁ ଦାମରେ ଅଧିକ ବିକ୍ରି କରି ଲକ୍ଷପତି ହୋଇ ଯାଇଛନ୍ତି ।

Subarnarekha river
ବିପଦ ସଙ୍କେତ ଟପିଲା ସୁବର୍ଣ୍ଣରେଖା, ଗାଁରେ ପଶିଲା ପାଣି

ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି ପାଇଛି। ଫଳରେ ବାଲିଆପାଳ ଓ ଜଳେଶ୍ୱର ବ୍ଲକ୍‌ର ୨୦ଟି ଗାଁରେ ବନ୍ୟା ପାଣି ପଶିଛି। ଗତକାଲି ରାତିରେ ବନ୍ୟା ପାଣି ଗାଁରେ ପଶିଥିବା ବେଳେ ସ୍ଥାନୀୟ ଲୋକ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି।

Ambulance service Scam
କ୍ୟାମେରା ଲେନ୍ସରେ ଧରାପଡିଲା ୧୦୮ ଆମ୍ବୁଲାନ୍ସ କେଳେଙ୍କାରୀ

ଏବେ ପ୍ରଶ୍ନ କାହିଁକି ଏମିତି ବିନା ରୋଗୀରେ ଦୌଡୁଛନ୍ତି ଏ ଆମ୍ବୁଲାନ୍ସ? ଜଣେ ପୂର୍ବତନ ଆମ୍ବୁଲାନ୍ସ କର୍ମଚାରୀଙ୍କ ଅଭିଯୋଗ ଅନୁସାରେ,ଏମିତି ରାଜ୍ୟର ଅଧିକାଂଶ ଆମ୍ବୁଲାନ୍ସ ଫେକ୍ କଲ୍ କରାନ୍ତି କାରଣ ଗାଡି ଯେତେ ବାଟ ଗଡିବ ସେତେ ଟଙ୍କା ପାଇବ।

ISS Officer
ରୋଷେୟାଙ୍କ ପୁଅ ହେଲେ ଆଇଏସଏସ ଅଫିସର

ବାପା ପ୍ରଫୁଲ ଦାସ ଓ ମାଆ ଝରଣା ଦାସଙ୍କ ସାନ ପୁଅ ହେଉଛନ୍ତି ପ୍ରଭାତ । ଅଭାବ ଅନଟନ ଭିତରେ ରହି ମଧ୍ୟ ପ୍ରଭାତ କେବେ ହାର ମାନି ନାହାଁନ୍ତି ସେ। ୨୦୦୬ ମସିହାରେ ସାଆନ୍ଦା ଉଚ୍ଚ ବିଦ୍ୟାଳୟରୁ ପାସ କରିବା ପରେ ସାଆନ୍ଦା ଆଞ୍ଚଳିକ ମହାବିଦ୍ୟାଳୟରେ ଯୁକ୍ତ ଦୁଇ କଳାରେ ନାମ ଲେଖାଇଥିଲେ । ବିଜ୍ଞାନ ପାଠ ପଢିବା ପାଇଁ ଇଚ୍ଛା ଥିଲେ ମଧ୍ୟ ମାର୍କ ଯୋଗୁଁ ଏଥିରୁ ବଂଚିତ ରହିଥିଲେ ପ୍ରଭାତ । ପରେ ୨୦୧୧ ମସିହାରେ ଢେ଼ଙ୍କାନାଳ ସ୍ୱୟଂ ଚାଳିତ ମହାବିଦ୍ୟାଳୟରୁ ରାଜନୈତିକ ବିଜ୍ଞାନରେ ସ୍ନାତକ ଶେଷ ପରେ ଉତ୍କଳ ବିଶ୍ଵବିଦ୍ୟାଳୟରେ ପରିସଂଖ୍ୟାନ ବିଭାଗରେ ପିଜି ,ଏମ.ଫିଲ ଓ ପି .ଏଚଡି କରି ଡ଼କ୍ଟେରେଟ ଅର୍ଜନ କରିଥିଲେ ପ୍ରଭାତ ।

Bhitarkanika National Park
ଅଗଷ୍ଟ ୫ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା

ଅଗଷ୍ଟ ୫ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ। ଏ ନେଇ ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ପର୍ଯ୍ୟଟକଙ୍କୁ ରାତ୍ରୀଯାପନ ପାଇଁ ଅନୁମତି ନାହିଁ।

truck terminal
ଟ୍ରକ ଟର୍ମିନାଲ ପାଇଁ ଦୀର୍ଘ ବର୍ଷର ଦାବି କେବେ ନେବ ବାସ୍ତବ ରୂପ ?

ଜିଲ୍ଳାରେ ଶିଳ୍ପ ଓ ଖଣି ଖାଦାନର ସଂଖ୍ୟା ଅଧିକ ଥିବାବେଳେ ସେହି ଅନୁପାତରେ ବଢିଚାଲୁଛି ଟ୍ରକର ସଂଖ୍ୟା । ସଡ଼କ ପଥରେ କୋଇଲା ପରିବହନ ସହ ଶିଳ୍ପାନୁଷ୍ଠାନ ପାଇଁ ଆବଶ୍ୟକୀୟ କଞ୍ଚାମାଲ ଏବଂ ଶିଳ୍ପାନୁଷ୍ଠାନର ଉତ୍ପାଦିତ ସାମଗ୍ରୀ ତଥା ଅନ୍ୟାନ୍ୟ କାର୍ଯ୍ୟପାଇଁ ଟ୍ରକଗୁଡିକର ବ୍ୟବହାର ହୋଇଥାଏ ।

no Road Connectivity
ଗାଁକୁ ନାହିଁ ରାସ୍ତା, ବିଜୁଳି ଆଲୁଅ ସାତ ସପନ

ଗ୍ରାମାଞ୍ଚଳର ବିକାଶ ଲାଗି ବିଭିନ୍ନ ଯୋଜନାରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସତ। ହେଲେ ଆଜି ବି ରାଜ୍ୟର ଅନେକ ଦୁର୍ଗମ ଅଞ୍ଚଳ ଅଛି, ଯେଉଁଠି ସରକାରଙ୍କ ଯୋଜନା ଅପହଞ୍ଚ। 

sambalpur
ମୃତ ମା’ଙ୍କୁ ନ୍ୟାୟ ଦେବା ପାଇଁ ୧୦ ବର୍ଷ ଧରି ଏକାକୀ ଲଢ଼ୁଛି ଝିଅ

ମୃତ ମା’ଙ୍କୁ ନ୍ୟାୟ ଦେବା ପାଇଁ ୧୦ ବର୍ଷ ଧରି ଏକା ଏକା ସଂଗ୍ରାମ ଜାରି ରଖିଛି ଝିଅ। ୨୦୧୧ରେ ମହିଳା ଜଣକ ନିଖୋଜ ହୋଇଯାଇଥିବା ବେଳେ ୨୦୧୯ରେ ମାଟି ତଳୁ ତାଙ୍କ ମୃତଦେହର ଖପୁରୀ ମିଳିଥିଲା। 

clock
ଅଦ୍ଭୁତ ଘଣ୍ଟା : ଘଣ୍ଟାରେ କେବେ ବି ବାଜେନି ୧୨ଟା

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପୃଥିବୀର ଏମିତି ଏକ ଘଣ୍ଟା ଅଛି ଯେଉଁଥିରେ କେବେ ବି ୧୨ଟା ବାଜି ନ ଥାଏ । ଏହା ପଛରେ ରହିଛି ଏକ ରହସ୍ୟମୟ କଥା । ସୂଚନା ଅନୁସାରେ ଏହି ସ୍ୱତନ୍ତ୍ର ଘଣ୍ଟା ସ୍ୱିଜରଲ୍ୟାଣ୍ଡର ସୋଲୋଥର୍ନଠାରେ ଅଛି । ଏହି ଘଣ୍ଟାରେ କେବଳ ୧୧ ନମ୍ବର ରହିଛି ‌ଓ ୧୨ ନମ୍ବର ଏଥିରୁ ନିଖୋଜ ଅଛି । ତେବେ ସେଠିକାର ଲୋକମାନେ ୧୧ ନମ୍ବରକୁ ଖୁବ୍ ପସନ୍ଦ କରିଥାନ୍ତି ।

balidiaha dam
ପ୍ରକୃତି ପ୍ରେମୀଙ୍କୁ ଆକୃଷ୍ଟ କରୁଛି ବାଲିଡିହା ଡ୍ୟାମ୍ : ଆକାଶରେ ବର୍ଷା ଘୋଟିଲେ ସବୁଜ ବନାନୀରେ ସଜେଇ ଦିଏ ପ୍ରକୃତି ରାଣୀ

ଚାରିଆଡ଼େ ସୁନ୍ଦର ସବୁଜ ବନାନୀ । ଲାଗୁଛି ଯେମିତି ଏଇଠି ମିଶିଛନ୍ତି ଆକାଶ ଏବଂ ପୃଥିବୀ । ଆକାଶ ମାର୍ଗରୁ ଦେଖିଲେ ବି ପ୍ରକୃତିର ଏହି ସୁନ୍ଦର ପରିବେଶକୁ ଉପଭୋଗ ନ କରି ରହି ପାରିବେନି । ଡ୍ରୋନ୍ କେମେରାରେ ଉଠା ଯାଇଥିବା ବାରିପଦା ବାଲିଡିହା ଡ୍ୟାମର ସୌନ୍ଦର୍ଯ୍ୟ ସତରେ ବିମୋହିତ କରୁଛି ।

MS Dhoni
ମାହିଙ୍କ ନୂଆ ଲୁକ୍, ସୋସିଆଲ ମିଡିଆରେ ଭାଇରାଲ ହେଲା କ୍ୟାପଟେନ କୁଲଙ୍କ ହେୟାର ଷ୍ଟାଇଲ

ସୋସିଆଲ ମିଡିଆରେ ଛାୟୀ ହୋଇ ଯାଇଛନ୍ତି ଭାରତର ପୂର୍ବତନ କ୍ୟାପଟେନ୍ । କ୍ରିକେଟ ଆଇକନ୍ ମହେନ୍ଦ୍ର ସିଂ ଧୋନୀ ଫ୍ୟାନ୍ସଙ୍କ ସହ ତାଙ୍କର ନୂଆ ଲୁକ୍ ସେୟାର କରିଛନ୍ତି । ଫଟୋରେ ମାହି ଏକ ନୂଆ ହେୟାର ଷ୍ଟାଇଲରେ ନଜର ଆସିଛନ୍ତି । ସେଲିବ୍ରିଟି ହେୟାର ଷ୍ଟାଇଲିସ୍ ଆଲିମ ହାକିମ ଏକ ପୋଷ୍ଟ ସେୟାର କରିବା ପରେ ଧୋନିଙ୍କ ନୂଆ ଲୁକ୍ ର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

marriage
ଅଜବ ପ୍ରଥା ,ବିବାହ ପୂର୍ବରୁ ବର-କନ୍ୟାଙ୍କୁ ଫିଙ୍ଗାଯାଏ ପଚା ଅଣ୍ଡା-ଟମାଟୋ

ବିବାହକୁ ନେଇ ଅନେକ ଦେଶରେ ଅନେକ ପ୍ରଥା ରହିଛି । ଦୁନିଆରେ ଏମିତି କିଛି ଦେଶରେ ବିବାହକୁ ନେଇ ଅଜବ ପରମ୍ପରା ରହିଛି ଯାହା ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ । ସ୍କଟଲ୍ୟାଣ୍ଡରେ ବର ଓ କନ୍ୟାଙ୍କୁ ବିବାହ ପୂର୍ବରୁ ପଚା ଅଣ୍ଡା ଓ ଟମାଟୋ ଆଦି ଫୋପଡା ଯାଇଥାଏ । ଏମିତି ଏକ ବିବାହ ପ୍ରଥା ସମ୍ପର୍କରେ ଜାଣିବା ଯାହା ଆପଣମାନଙ୍କୁ ଅଦ୍ଭୁତ ଲାଗିପାରେ କିନ୍ତୁ ଏହା ସତ ।

Unavailability Of Bridge
ନଦୀ ଉପରେ ବିପଜ୍ଜନକ ଯାତ୍ରା : ଜୀବନକୁ ପାଣି ଛଡ଼ାଇ ଯାଆସ କରୁଛନ୍ତି ଲୋକେ

ପୋଲ ଉପରେ ଗାଡି ନେଇ ଖୁବ୍ ବିପଜ୍ଜନକ ଭାବେ ଯିବାଆସିବା କରିବାକୁ ପଡ଼ୁଛି । ଯାତ୍ରା ନୁହେଁ ତ, ସତେକି ବାଜିରେ ଲାଗିଛି ଜୀବନ । ସାମାନ୍ୟ ଅନ୍ୟମନସ୍କ ହେଲେ, କିଛି ବି ଘଟିପାରେ ।

 indravati mega lift canal
କାର୍ଯ୍ୟକ୍ଷମ ହେଉ ହେଉ ଭାଙ୍ଗିଗଲା ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲ ବନ୍ଧ; ଉଜୁଡ଼ିଗଲା ଚାଷୀ ସ୍ୱପ୍ନ

ଦୀର୍ଘ ପ୍ରତୀକ୍ଷା ପରେ ଏବେ କାର୍ଯ୍ୟକ୍ଷମ ହୋଇଥିଲା ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲ। ହେଲେ ଚାଷୀଙ୍କ ସ୍ୱପ୍ନ ପୂରଣ ହେବା ପରିବର୍ତ୍ତେ ଭାସି ଯାଇଛି ସେଇ ପାଣିସୁଅରେ। ଶହ ଶହ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। 

Smart Phone
ସ୍ମାର୍ଟ ଫୋନ୍‌ ପ୍ରତି ଅଭିଭାବକ ସାବଧାନ ! ୟୁଟ୍ୟୁବ୍ ନଦେଖିଲେ ପିଲାଙ୍କୁ ନିଦ ହେଉନି, ଦେଖନ୍ତୁ ପୁରା ରିପୋର୍ଟ..

ସ୍ମାର୍ଟଫୋନ ଓ ସୋସିଆଲ ମିଡିଆ ଆପ୍ ପ୍ରତି ବଢୁଛି କୋମଳମତି ଶିଶୁଙ୍କ ଆସକ୍ତି । ଫେସ୍‌ବୁକ୍ ଓ ଇନ୍‌ଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ଆପ୍ ବ୍ୟବହାର କରିବାକୁ ୮ରୁ ୧୮ ବର୍ଷ ବର୍ଗର ୫୨.୯ ପିଲା ସ୍ମାର୍ଟଫୋନ ରଖିଥିବା ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ କରିଥିବା ସର୍ଭେରୁ ଜଣାପଡିଛି ।

POK
ଭାରତର ପୁନର୍ବାର ପାକିସ୍ତାନକୁ ଚେତାବନୀ : ପିଓକେ ଛାଡ଼

ନିକଟରେ କାଶ୍ମୀରର ସେହି ବଡ଼ ଭାଗରେ ନିର୍ବାଚନ ହୋଇଛି ଯାହା ପାକିସ୍ତାନର ଦଖଲରେ ଥିବା ପାକିସ୍ତାନର ଦଖଲରେ ଅଛି। ଏହାକୁ ପାକିସ୍ତାନ ଅଧିକୃତ କାଶ୍ମୀର କୁହାଯାଏ। କିନ୍ତୁ ଭାରତ ଏହି ନିର୍ବାଚନକୁ ପ୍ରତ୍ୟାଖ୍ୟାନ କରିଛି। ସେ ପୁନର୍ବାର ପାକିସ୍ତାନକୁ କହିଛି ଯେ ଏହି ନିର୍ବାଚନରେ ସେ ବିଶ୍ୱାସ କରେ ନାହିଁ। ଏହି ଜମି ଭାରତର ଏବଂ ପାକିସ୍ତାନ ଏହାକୁ ଖାଲି କରିବା ଉଚିତ।

DENGUE_03
ଜ୍ୱର ହେଲେ ମେଡ଼ିକାଲ ରେ ହେବ ୨ ଟେଷ୍ଟ, ଚିନ୍ତା ବଢାଉଛି ଡେଙ୍ଗୁ

କରୋନା ସମୟରେ ଜଳବାହିତ ରୋଗ ଏବଂ ମଶାମାନଙ୍କ ଦ୍ୱାରା ସୃଷ୍ଚି ହେଉଥିବା ରୋଗକୁ ନେଇ ବଢ଼ିଲା ଚିନ୍ତା । କାରଣ କୌଣସି କରୋନା ଆକ୍ରାନ୍ତ ମଶା ଦ୍ୱାରା ହେଉଥିବା ଡେଙ୍ଗୁ କି ଚିକନ୍‌ଗୁନିଆ ଭଳି ରୋଗ କିମ୍ବା ଜଳବାହିତ ରୋଗର ଶିକାର ହେଲେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାର ଆଶଙ୍କା ରହିଛି। ତେଣୁ ଏଥିପ୍ରତି ସଜାଗ ରହିବାକୁ ସବୁ ରାଜ୍ୟକୁ ଚେତାଇ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ। ଏବେ ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ଉଚ୍ଚରେ ଥିବା ବେଳେ ଡେଙ୍ଗୁ ଆନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ୁଥିବାରୁ ପ୍ରଶାସନର ମୁଣ୍ଡବଥା ବଢ଼ିଛି।

supreme court
ବିଚାରପତି ଉତ୍ତମ ଆନନ୍ଦଙ୍କୁ ହତ୍ୟା ଘଟଣା, ନିଜ ଆଡ଼ୁ ମାମଲା ରୁଜୁ କଲେ ସୁପ୍ରିମକୋର୍ଟ

ଧାନବାଦରେ ବିଚାରପତି ଉତ୍ତମ ଆନନ୍ଦଙ୍କୁ ଅଟୋ ଧକ୍କା ଦେଇ ହତ୍ୟା ଘଟଣାକୁ ଗୁରୁତର ସହ ନେଇଛନ୍ତି ସୁପ୍ରିମକୋର୍ଟ । ମୁଖ୍ୟ ବିଚାରପତି ଜଷ୍ଟିସ ଏନ.ଭି. ରମନ୍ନାଙ୍କ ଖଣ୍ଡପୀଠ ନିଜ ଆଡୁ ମାମଲା ରୁଜୁ କରିଛନ୍ତି ।

Banpur Balugaon Vaccination Centre
ଟିକା ପାଇଁ ଠେଲା ପେଲା, ନିର୍ଧୁମ୍‌ ପିଟିଲା ପୋଲିସ

ଟିକା ପାଇଁ ଠେଲା ପେଲା ହେବାରୁ ଲୋଙ୍କୁ ପିଟିଲା ପୋଲିସ । ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା କୃତିବାସ ଭବନ ଟିକାକରଣ କେନ୍ଦ୍ରରେ ।

High court of odisha
ହାଇକୋର୍ଟରେ ମାମଲା ଶୁଣାଣିର ସିଧାପ୍ରସାରଣକୁ ବାର ଆସୋସିଏସନ୍‌ର ବିରୋଧ

ହାଇକୋର୍ଟରେ ମାମଲାର ଶୁଣାଣି ବେଳେ ସିଧା ପ୍ରସାରଣ ବ୍ୟବସ୍ଥାକୁ ସ୍ଥଗିତ ରଖିବାକୁ ମୁଖ୍ୟ ବିଚାରପତିଙ୍କୁ ହାଇକୋର୍ଟ ବାର୍ ଆସୋସିଏସନ ପକ୍ଷରୁ ଚିଠି ।

Drinks
ପୁରୀ ବେଳାଭୂମିରେ ମିଳିବ ନାହିଁ ମଦ: ଗୋଆ ଭଳି ହେବ ନି ବିଚ୍‌

ତେବେ ପୂର୍ବରୁ ପୁରୀ ବେଳାଭୂମିରେ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ବା OTDC ପକ୍ଷରୁ ମଦ୍ୟ ପାନ ବ୍ୟବସ୍ଥା କରାଯିବାକୁ ସ୍ଥିର ହୋଇଥିଲା । ବିଚ୍ ସ୍ନାକ୍ସ ନାଁରେ ଖୋଲିବାର ଯୋଜନା ଥିବା ବେଳେ ଗୋଆ ଭଳି ପୁରୀ ବେଳାଭୂମୀରେ ଏହି ବ୍ୟବସ୍ଥା ପାଇଁ ଓଟିଡିସି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ପର୍ଯ୍ୟଟକଙ୍କ ପାଇଁ ମଦ୍ୟପାନ ବ୍ୟବସ୍ଥା ମଧ୍ୟ କରାଯିବା ପାଇଁ ସ୍ଥିର ହୋଇଥିଲା। ଏଥିପାଇଁ ଅନଲାଇନ୍ ଆବେଦନ ଆରମ୍ଭ ହୋଇଥିଲା।

Land slide
ବାଦଲ ଫଟା ବର୍ଷା ପରେ ଏବେ ନୟାନ୍ତ କଲାଣି ଭୁ-ସ୍ଖଳନ

ହିମାଚଳ ପ୍ରଦେଶରେ ବାଦଲଫଟା ବର୍ଷା ପରେ ବନ୍ୟା । ଆଉ ତାସହ ଭୂସ୍ଖଳନ । ସୋଲାନ୍‌ର ଚମ୍ବାଘାଟରେ ଭୂସ୍ଖଳନ ଯୋଗୁଁ ଜାତୀୟ ରାଜପଥରେ ଯାତାୟତ ଠପ୍ ହୋଇଯାଇଛି ।

Matric Exam
ଅସନ୍ତୁଷ୍ଟଙ୍କ ପାଇଁ ଶେଷ ସୁଯୋଗ, ରାତି ପାହିଲେ ମାଟ୍ରିକ୍ ପରୀକ୍ଷା

ଅସନ୍ତୁଷ୍ଟଙ୍କ ପାଇଁ ଶେଷ ସୁଯୋଗ । କାଲିଠାରୁ ଆରମ୍ଭ ହେବ ମାଟ୍ରିକ୍ ଅଫ୍ ଲାଇନ୍ ପରୀକ୍ଷା । ନିଜ ପ୍ରଦର୍ଶନରେ ସୁଧାର ଆଣିବାକୁ କାଲିଠାରୁ ରାଜ୍ୟର ୧୫ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ ।