ଦୀର୍ଘ ପ୍ରତୀକ୍ଷା ପରେ ଏବେ କାର୍ଯ୍ୟକ୍ଷମ ହୋଇଥିଲା ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲ। ହେଲେ ଚାଷୀଙ୍କ ସ୍ୱପ୍ନ ପୂରଣ ହେବା ପରିବର୍ତ୍ତେ ଭାସି ଯାଇଛି ସେଇ ପାଣିସୁଅରେ। ଶହ ଶହ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି।
ସ୍ମାର୍ଟଫୋନ ଓ ସୋସିଆଲ ମିଡିଆ ଆପ୍ ପ୍ରତି ବଢୁଛି କୋମଳମତି ଶିଶୁଙ୍କ ଆସକ୍ତି । ଫେସ୍ବୁକ୍ ଓ ଇନ୍ଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ଆପ୍ ବ୍ୟବହାର କରିବାକୁ ୮ରୁ ୧୮ ବର୍ଷ ବର୍ଗର ୫୨.୯ ପିଲା ସ୍ମାର୍ଟଫୋନ ରଖିଥିବା ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ କରିଥିବା ସର୍ଭେରୁ ଜଣାପଡିଛି ।
ନିକଟରେ କାଶ୍ମୀରର ସେହି ବଡ଼ ଭାଗରେ ନିର୍ବାଚନ ହୋଇଛି ଯାହା ପାକିସ୍ତାନର ଦଖଲରେ ଥିବା ପାକିସ୍ତାନର ଦଖଲରେ ଅଛି। ଏହାକୁ ପାକିସ୍ତାନ ଅଧିକୃତ କାଶ୍ମୀର କୁହାଯାଏ। କିନ୍ତୁ ଭାରତ ଏହି ନିର୍ବାଚନକୁ ପ୍ରତ୍ୟାଖ୍ୟାନ କରିଛି। ସେ ପୁନର୍ବାର ପାକିସ୍ତାନକୁ କହିଛି ଯେ ଏହି ନିର୍ବାଚନରେ ସେ ବିଶ୍ୱାସ କରେ ନାହିଁ। ଏହି ଜମି ଭାରତର ଏବଂ ପାକିସ୍ତାନ ଏହାକୁ ଖାଲି କରିବା ଉଚିତ।
କରୋନା ସମୟରେ ଜଳବାହିତ ରୋଗ ଏବଂ ମଶାମାନଙ୍କ ଦ୍ୱାରା ସୃଷ୍ଚି ହେଉଥିବା ରୋଗକୁ ନେଇ ବଢ଼ିଲା ଚିନ୍ତା । କାରଣ କୌଣସି କରୋନା ଆକ୍ରାନ୍ତ ମଶା ଦ୍ୱାରା ହେଉଥିବା ଡେଙ୍ଗୁ କି ଚିକନ୍ଗୁନିଆ ଭଳି ରୋଗ କିମ୍ବା ଜଳବାହିତ ରୋଗର ଶିକାର ହେଲେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାର ଆଶଙ୍କା ରହିଛି। ତେଣୁ ଏଥିପ୍ରତି ସଜାଗ ରହିବାକୁ ସବୁ ରାଜ୍ୟକୁ ଚେତାଇ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ। ଏବେ ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ଉଚ୍ଚରେ ଥିବା ବେଳେ ଡେଙ୍ଗୁ ଆନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ୁଥିବାରୁ ପ୍ରଶାସନର ମୁଣ୍ଡବଥା ବଢ଼ିଛି।
ଧାନବାଦରେ ବିଚାରପତି ଉତ୍ତମ ଆନନ୍ଦଙ୍କୁ ଅଟୋ ଧକ୍କା ଦେଇ ହତ୍ୟା ଘଟଣାକୁ ଗୁରୁତର ସହ ନେଇଛନ୍ତି ସୁପ୍ରିମକୋର୍ଟ । ମୁଖ୍ୟ ବିଚାରପତି ଜଷ୍ଟିସ ଏନ.ଭି. ରମନ୍ନାଙ୍କ ଖଣ୍ଡପୀଠ ନିଜ ଆଡୁ ମାମଲା ରୁଜୁ କରିଛନ୍ତି ।
ଟିକା ପାଇଁ ଠେଲା ପେଲା ହେବାରୁ ଲୋଙ୍କୁ ପିଟିଲା ପୋଲିସ । ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା କୃତିବାସ ଭବନ ଟିକାକରଣ କେନ୍ଦ୍ରରେ ।
ହାଇକୋର୍ଟରେ ମାମଲାର ଶୁଣାଣି ବେଳେ ସିଧା ପ୍ରସାରଣ ବ୍ୟବସ୍ଥାକୁ ସ୍ଥଗିତ ରଖିବାକୁ ମୁଖ୍ୟ ବିଚାରପତିଙ୍କୁ ହାଇକୋର୍ଟ ବାର୍ ଆସୋସିଏସନ ପକ୍ଷରୁ ଚିଠି ।
ତେବେ ପୂର୍ବରୁ ପୁରୀ ବେଳାଭୂମିରେ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ବା OTDC ପକ୍ଷରୁ ମଦ୍ୟ ପାନ ବ୍ୟବସ୍ଥା କରାଯିବାକୁ ସ୍ଥିର ହୋଇଥିଲା । ବିଚ୍ ସ୍ନାକ୍ସ ନାଁରେ ଖୋଲିବାର ଯୋଜନା ଥିବା ବେଳେ ଗୋଆ ଭଳି ପୁରୀ ବେଳାଭୂମୀରେ ଏହି ବ୍ୟବସ୍ଥା ପାଇଁ ଓଟିଡିସି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ପର୍ଯ୍ୟଟକଙ୍କ ପାଇଁ ମଦ୍ୟପାନ ବ୍ୟବସ୍ଥା ମଧ୍ୟ କରାଯିବା ପାଇଁ ସ୍ଥିର ହୋଇଥିଲା। ଏଥିପାଇଁ ଅନଲାଇନ୍ ଆବେଦନ ଆରମ୍ଭ ହୋଇଥିଲା।
ହିମାଚଳ ପ୍ରଦେଶରେ ବାଦଲଫଟା ବର୍ଷା ପରେ ବନ୍ୟା । ଆଉ ତାସହ ଭୂସ୍ଖଳନ । ସୋଲାନ୍ର ଚମ୍ବାଘାଟରେ ଭୂସ୍ଖଳନ ଯୋଗୁଁ ଜାତୀୟ ରାଜପଥରେ ଯାତାୟତ ଠପ୍ ହୋଇଯାଇଛି ।
ଅସନ୍ତୁଷ୍ଟଙ୍କ ପାଇଁ ଶେଷ ସୁଯୋଗ । କାଲିଠାରୁ ଆରମ୍ଭ ହେବ ମାଟ୍ରିକ୍ ଅଫ୍ ଲାଇନ୍ ପରୀକ୍ଷା । ନିଜ ପ୍ରଦର୍ଶନରେ ସୁଧାର ଆଣିବାକୁ କାଲିଠାରୁ ରାଜ୍ୟର ୧୫ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ ।
ଛୋଟ ପିଲା ସିନା, ମୁଣ୍ଡରେ କିନ୍ତୁ ବଡ଼ ଚିନ୍ତା । ପ୍ରଶାସନିକ ସ୍ତରରେ ଯାହା ହୋଇପାରିଲାନି, ମେଳି ବାନ୍ଧି କରି ଦେଖାଇଲେ । କାଦୁଅ, ଖାଲଖମା ଭର୍ତ୍ତି ରାସ୍ତାର ମରାମତି କଲେ ।
ସେପଟେ ସୁନାବେଡ଼ା ଜଙ୍ଗଲ ହେବ ବାଘ ଅଭୟାରଣ୍ୟ। ଶିମିଳିପାଳ, ସାତକୋଶିଆ ପରେ ସୁନାବେଡ଼ାକୁ ବାଘ ଅଭୟାରଣ୍ୟ ମାନ୍ୟତା ପାଇଁ ଏନଟିସିଏ ମାନକ ପୂରଣ କାର୍ଯ୍ୟ ଜାରି ରହିଛି। ଅନ୍ୟପକ୍ଷରେ ଦେଶରେ ବାଘ ସଂଖ୍ୟା ବଢୁଥିବା ବେଳେ ରାଜ୍ୟରେ ସଂଖ୍ୟା କମି କମି ଯାଉଛି। ଏହା ପୂର୍ବରୁ ୨୦୧୮ ଓ ୨୦୧୪ରେ ହୋଇଥିବା ଗଣନାରେ ବାଘଙ୍କ ସଂଖ୍ୟା ଥିଲା ମାତ୍ର ୨୮। ଏଥିପାଇଁ ଏଥର ବାଘ ଗଣନାରେ ପୂର୍ବଥର ଭଳି ୧୫ ବଦଳରେ ଅଧିକ ବନଖଣ୍ଡକୁ ସାମିଲ କରାଯିବ ବୋଲି ପିସିସିଏଫ୍ ସୂଚନା ଦେଇଛନ୍ତି।
ଓଡ଼ିଆ ଆଇପିଏସ୍ ସତ୍ୟ ନାରାୟଣ ପ୍ରଧାନଙ୍କୁ ବଡ଼ ଦାୟିତ୍ୱ । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ନେଲେ ସତ୍ୟନାରାୟଣ ପ୍ରଧାନ । ରାକେଶ ଆସ୍ଥାନାଙ୍କ ଠାରୁ ଦାୟିତ୍ୱ ଗ୍ରହଣ କଲେ ।
ପୁରୀ ବେଳାଭୂମିରେ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ବା OTDC ପକ୍ଷରୁ ହେବ ମଦ୍ୟ ପାନ ବ୍ୟବସ୍ଥା । ବିଚ୍ ସ୍ନାକ୍ସ ନାଁରେ ଖୋଲିବାର ଯୋଜନା ଥିବା ବେଳେ ଗୋଆ ଭଳି ପୁରୀ ବେଳାଭୂମୀରେ ଏହି ବ୍ୟବସ୍ଥା ପାଇଁ ଓଟିଡିସି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି ।
ଆଜି ବିଶ୍ୱ ବ୍ୟାଘ୍ର ଦିବସ । ଜୈବ ବିବିଧତା ରକ୍ଷା ପାଇଁ ବାଘ ବଂଶ ବୃଦ୍ଧି ଉପରେ ସବୁଠି ଦିଆଯାଉଛି ଗୁରୁତ୍ୱ । କୌଣସି ଅଞ୍ଚଳରେ ବାଘର ଉପସ୍ଥିତି ସେ ଅଞ୍ଚଳରେ ଉତ୍କ୍ରୁଷ୍ଟ ଜୈବ ବିବିଧତାକୁ ଦର୍ଶାଇଥାଏ ।
ଅନ୍ୟ ବନ୍ଧୁ ମାନେ ନଦୀ ପୀଠକୁ ଉଠି ଆସି ଚିତ୍କାର କରିଥିଲ। ଆଉ ଘଟଣା ସ୍ଥଳରେ ଅନେକ ଲୋକ ମାନେ ମଧ୍ୟ ରୁଣ୍ଡ ହୋଇ ଯାଇଥିଲେ। ତେବେ ଜଳେଶ୍ୱର ଦମକଳ ବାହିନୀ ଖବର ପାଇ ନଇରେ ଭିତରେ ସମ୍ପୃକ୍ତ ଯୁବକକୁ ଉଦ୍ଧାର କରିବା ପରେ ଜଳେଶ୍ୱରର ଜି କେ ଭଟ୍ଟ ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ମେଡ଼ିକାଲରେ ଯୁବକଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଯୁବକ ଜଣକ ପଶ୍ଚିମବଙ୍ଗ ମେଦିନିପୁର ଜିଲ୍ଲା ଖଡ଼ଗପୁର ଥାନା ଗାନ୍ଧିନଗର ଗ୍ରାମର ସେକ ହେପାଜତ ହୁସେନଙ୍କ ପୁତ୍ର ସେକ ସରଫରାଜ ହୁସେନ(୧୭) ବୋଲି ଜଣା ପଡିଛି।
ପେଶା ଶିକ୍ଷକ, ନିଶା ପରିବେଶ ସୁରକ୍ଷା । ପରିଚୟ ସମସ୍ତଙ୍କ ପ୍ରିୟ ଗଛ ସାର । ନୟାଗଡ଼ ଜିଲ୍ଲାର କୋଣ ଅନୁକୋଣରେ ଗଛ ସାରଙ୍କ ନାମରେ ପରିଚିତ ଅନ୍ତର୍ଯ୍ୟାମୀ ସାହୁ । ଗଛ ପାଇଁ ଦେଇଛନ୍ତି ତାଙ୍କ ଜୀବନର ପ୍ରତିଟି ମୁହୂର୍ତ୍ତ, ଆଉ ସୃଷ୍ଟି କରିଛନ୍ତି ସବୁଜ ବଳୟ । ତେବେ କିଛି ଦିନ ହେବ ଗଛ ସାରଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଁ ଦାବି ହେଉଛି ।
ଏଥିସହ ତାଙ୍କୁ ପର୍ଯ୍ୟଟନ ବିଭାଗର ଅତିରିକ୍ତ ଦାୟିତ୍ୱ ବି ମିଳିଛି। ସୁରେନ୍ଦ୍ର କୁମାର ଖଣି ଓ ଇସ୍ପାତ ବିଭାଗର ସଚିବ ରହିଥିଲେ। ଏହାସହ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର୍ ଭିନିଲ କ୍ରିଷ୍ଣାଙ୍କୁ ଯୁବ ଓ କ୍ରୀଡ଼ା ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି।
ଘର ସମ୍ମୁଖରେ ମେଞ୍ଚା ମେଞ୍ଚା କାଦୁଅ । ସରାଏ ବର୍ଷାରେ ଗାଁ ରାସ୍ତା ବେହାଲ୍ ହୋଇଯାଉଛି । ଶୋଇ ରହୁଛି ପ୍ରଶାସନ । ଆଉ କାଦୁଅ ପଚପଚ ରାସ୍ତାରେ ଯିବା ଆସିବା କରୁଛନ୍ତି ଗାଁ ଲୋକେ
ଅଶାନ୍ତ ହେଉଛି, କୂଳ ଖାଉଛି । ବେଳକୁ ବେଳ ଭୟଙ୍କର ହେଉଛି ସମୁଦ୍ର । କୂଳ ଲଙ୍ଘି ସମୁଦ୍ର ଜୁଆର ମାଡରେ ଉପକୂଳ ପ୍ରାଚୀର ସଦୃଶ ପ୍ରାକୃତିକ ବାଲିବନ୍ତ ଓ ଝାଉଁ ବଣ ସମୁଦ୍ର ଗର୍ଭରେ ଚାଲିଯିବା ପରେ ଏବେ ସମୁଦ୍ର ଢେଉ ସିଧାସଳଖ ମାଡ ହେଉଛି ପୁରୀ କୋଣାର୍କ ବେଳାମାର୍ଗର ସୁରକ୍ଷା ପ୍ରାଚୀରରେ ।
ବ୍ୟାଙ୍କ ଡିପୋଜିଟର୍ସଙ୍କ ପାଇଁ ଖୁସି ଖବର। ବ୍ୟାଙ୍କ ବୁଡ଼ିଲେ ବା ଦେବାଳିଆ ହେଲେ ସୁରକ୍ଷିତ ରହିବେ ଗ୍ରାହକ। ୯୦ ଦିନ ମଧ୍ୟରେ ପାଇବେ ୫ ଲକ୍ଷର ବୀମା ରାଶି।
ଭୁବନେଶ୍ୱର ସ୍ମାର୍ଟ ସିଟିକୁ ମିଳିଛି ଆଉ ଏକ ପୁରସ୍କାର । କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ସାଇକେଲ ଫର ଚେଞ୍ଜ ପ୍ରତିଯୋଗିତାରେ ଏହି ପୁରସ୍କାର ହାତେଇଛି ।
ସିଧା ପ୍ରସାରଣ ହେବ ହାଇକୋର୍ଟରେ ଶୁଣାଣି ହେଉଥିବା ମାମଲା। ଏ ନେଇ ହାଇକୋର୍ଟଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ହେବା ପରେ ଓଡିଶା ବିଚାର ବିଭାଗ କ୍ଷେତ୍ରରେ ଏକ ନୂଆ ପଦକ୍ଷେପ ଯୋଡ଼ି ହୋଇଛି।
ଗତ ୧୫ ତାରିଖରେ ଶହେ ବର୍ଷ ବୟସରେ ଇହ ଲୀଳା ସମ୍ବରଣ କରିଛନ୍ତି ଈଶ୍ୱର ବିଶୋଇ । ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ମଝିଆଖଣ୍ଡ ଗାଁରେ ୧୧ ନଭେମ୍ବର ୧୯୨୧ ମସିହାରେ ପିତା କୃଷ୍ଣ ବିଶୋଇ ଏବଂ ମାତା ପୂର୍ଣା ଦେବୀଙ୍କ କୋଳ ମଣ୍ଡନ କରିଥିଲେ ଈଶ୍ୱର ।ତେବେ ନିଜ ଦାଦାଙ୍କ ବ୍ୟବସାୟ ବୁଝିବାକୁ ସୁଦୂର ରେଂଗୁନ ଯାଇଥିଲେ ଈଶ୍ୱର । କିନ୍ତୁ ମାତ୍ର ୧୯୪୩ ମସିହାରେ ନେତାଜୀଙ୍କ ଡାକରାରେ ଆଜାଦ ହିନ୍ଦ ଫୌଜରେ ସୈନିକ ଭାବେ ପ୍ରଶିକ୍ଷଣ ନେଇ ୧୯୪୫ ମସିହା ପର୍ଯ୍ୟନ୍ତ ବିଭିନ୍ନ ପ୍ରାନ୍ତ ରେ ସଂଗ୍ରାମ କରିଥିଲେ ଏହି ସଂଗ୍ରାମୀ ଯୋଦ୍ଧା
ରାଜ୍ୟର ସବୁ ମେଡିକାଲ କଲେଜ ଖୋଲିବାକୁ ସରକାରଙ୍କ ନିଷ୍ପତ୍ତି । ମେଡିକାଲ କଲେଜ ସହ ଅନ୍ୟାନ୍ୟ ଚିକିତ୍ସା ବିଜ୍ଞାନ ଅନୁଷ୍ଠାନ ମଧ୍ୟ ଖୋଲିବ । ଏହାସହ ଖୋଲିବ ନର୍ସିଂ, ଫାର୍ମାସୀ, ଫିଜିଓଥେରାପୀ କଲେଜ । ଏନେଇ ଆଜି ସରକାରଙ୍କ ପକ୍ଷରୁ ନିଷ୍ପତି ନିଆଯାଇଛି ।