Advertisment

ପୁରୀ ବେଳାଭୂମିରେ ମିଳିବ ନାହିଁ ମଦ: ଗୋଆ ଭଳି ହେବ ନି ବିଚ୍‌

ତେବେ ପୂର୍ବରୁ ପୁରୀ ବେଳାଭୂମିରେ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ବା OTDC ପକ୍ଷରୁ ମଦ୍ୟ ପାନ ବ୍ୟବସ୍ଥା କରାଯିବାକୁ ସ୍ଥିର ହୋଇଥିଲା । ବିଚ୍ ସ୍ନାକ୍ସ ନାଁରେ ଖୋଲିବାର ଯୋଜନା ଥିବା ବେଳେ ଗୋଆ ଭଳି ପୁରୀ ବେଳାଭୂମୀରେ ଏହି ବ୍ୟବସ୍ଥା ପାଇଁ ଓଟିଡିସି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ପର୍ଯ୍ୟଟକଙ୍କ ପାଇଁ ମଦ୍ୟପାନ ବ୍ୟବସ୍ଥା ମଧ୍ୟ କରାଯିବା ପାଇଁ ସ୍ଥିର ହୋଇଥିଲା। ଏଥିପାଇଁ ଅନଲାଇନ୍ ଆବେଦନ ଆରମ୍ଭ ହୋଇଥିଲା।

author-image
Sarbeswar
ଅଦ୍ୟତନ ହୋଇଛି
ପୁରୀ ବେଳାଭୂମିରେ ମିଳିବ ନାହିଁ ମଦ: ଗୋଆ ଭଳି ହେବ ନି ବିଚ୍‌

Drinks

ପୁରୀ: ପୁରୀ ବେଳାଭୂମିରୁ ପ୍ରତ୍ୟାହାର ହେଲା ମଦ କୁଡ଼ିଆ ଯୋଜନା। ମଦ କୁଡ଼ିଆ ଯୋଜନା ପ୍ରତ୍ୟାହାର ନେଇ ଜିଲ୍ଲାପାଳ ଦେଲେ ସୂଚନା। ବିଭିନ୍ନ ସଂଗଠନ ଓ ବିଜେପିର ପ୍ରତିବାଦ ପରେ ନିଷ୍ପତ୍ତି ବଦଲାଇଲା ପ୍ରଶାସନ। ଗୋଆ ଭଳି ପୁରୀରେ ମଦ କୁଡ଼ିଆ ପାଇଁ ଯୋଜନା କରାଯାଇଥିଲା। ତେବେ ମୋଟ୍‌ ଉପରେ ପୁରୀରେ କାର୍ଯ୍ୟକାରୀ ହେବନି ବିଚ୍ ସ୍ୟାକ୍ସ ଯୋଜନା। ରାଜ୍ୟ ସରକାରଙ୍କୁ ଏନେଇ ଅବଗତ କଲା ଜିଲ୍ଲା ପ୍ରଶାସନ। ବିଭିନ୍ନ ସଙ୍ଗଠନ ବିଚ୍ ସ୍ୟାକ୍ସ ଯୋଜନାକୁ ବିରୋଧ କରାଯାଇଥିଲା। ସରକାରଙ୍କଠାରୁ ସୂଚନା ମିଳିବା ପରେ ଯୋଜନା ବାତିଲ କରିଛି ଜିଲ୍ଲା ପ୍ରଶାସନ।

Advertisment

ତେବେ ପୂର୍ବରୁ ପୁରୀ ବେଳାଭୂମିରେ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ବା OTDC ପକ୍ଷରୁ ମଦ୍ୟ ପାନ ବ୍ୟବସ୍ଥା କରାଯିବାକୁ ସ୍ଥିର ହୋଇଥିଲା । ବିଚ୍ ସ୍ନାକ୍ସ ନାଁରେ ଖୋଲିବାର ଯୋଜନା ଥିବା ବେଳେ ଗୋଆ ଭଳି ପୁରୀ ବେଳାଭୂମୀରେ ଏହି ବ୍ୟବସ୍ଥା ପାଇଁ ଓଟିଡିସି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ପର୍ଯ୍ୟଟକଙ୍କ ପାଇଁ ମଦ୍ୟପାନ ବ୍ୟବସ୍ଥା ମଧ୍ୟ କରାଯିବା ପାଇଁ ସ୍ଥିର ହୋଇଥିଲା। ଏଥିପାଇଁ ଅନଲାଇନ୍ ଆବେଦନ ଆରମ୍ଭ ହୋଇଥିଲା।

Advertisment

ଅନ୍ୟପଟେ ଶ୍ରୀକ୍ଷେତ୍ର ଭଳି ଜାଗାରେ ଓଟିଡିସି ପର୍ଯ୍ୟଟନର ବିକାଶ ନାଁରେ ମଦ ପ୍ରସାରର ଯୋଜନାକୁ କଡା ବିରୋଧ କରିଥିଲେ ପୁରୀର ବିଭିନ୍ନ ସଂଗଠନ । ଏଭଳି ଯୋଜନାକୁ ଜମା ବି ପୁରୀ ସହରରେ କରାଇ ଦିଆଯିବ ନାହିଁ ବୋଲି ବିଭିନ୍ନ ସଂଗଠନ କହିଥିଲେ । ଏଥିପାଇଁ ୫୦ରୁ ଅଧିକ ସଂଗଠନ ଏକାଠି ହୋଇଥିବା ବେଳେ ଏନେଇ ପୁରୀ ଜିଲାପାଳଙ୍କୁ ଭେଟି ଏହି ଯୋଜନା ବନ୍ଦ ପାଇଁ ଦାବି କରାଯାଇଥିଲା ।

ସେପଟେ ଅଧ୍ୟାତ୍ମିକ ଓ ଧାର୍ମିକ ନଗରୀ ଶ୍ରୀକ୍ଷେତ୍ରର ମହୋଦଧି କୂଳରେ ଏପରି ମଦ୍ୟପାନ ବ୍ୟବସ୍ଥା ବନ୍ଦ କରିବାକୁ ଜଗତଗୁରୁ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମତ ରଖିଥିଲେ । ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପୁରୀ ବେଳାଭୂମିରେ ମଦ କୁଟିର ପ୍ରତିଷ୍ଠାରୁ କ୍ଷାନ୍ତ ରୁହନ୍ତୁ ବୋଲି ସେ କହିଥିଲେ ।

ରାଜ୍ୟର ପ୍ରମୁଖ ୬ଟି ସମୁଦ୍ରତଟରେ ଗୋଆ ଭଳି ବେଳାଭୂମି କୁଟୀର ବା ଅସ୍ଥାୟୀ ବାର ନିର୍ମାଣ ଲାଗି ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର । ଯେଉଁଠି ମିଳିବ ଭଳିକି ଭଳି ସୁସ୍ୱାଦୁ ଖାଦ୍ୟ ସାଙ୍ଗକୁ ଆଲକୋହଲ ଯୁକ୍ତ ପାନୀୟ, ମ୍ୟୁଜିକ୍ ସାଙ୍ଗକୁ ମନୋରଂଜନର ଅନ୍ୟାନ୍ୟ ସୁବିଧା । ଘରୋଇ ସଂସ୍ଥାମାନେ ଏସବୁ ବାର ପରିଚାଳନା ଦାୟିତ୍ୱରେ ରହିବେ । ତେବେ ଓଟିଡିସି ସମସ୍ତ ଆନୁସଂଗିକ ସୁବିଧା ଯୋଗାଇ ଦେବ ବୋଲି ସ୍ଥିର ହୋଇଥିଲା । ତେବେ ବିରୋଧ ପରେ ଆଜି ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର।

Odisha Puri
Advertisment
Advertisment