Advertisment

କ୍ୟାମେରା ଲେନ୍ସରେ ଧରାପଡିଲା ୧୦୮ ଆମ୍ବୁଲାନ୍ସ କେଳେଙ୍କାରୀ

ଏବେ ପ୍ରଶ୍ନ କାହିଁକି ଏମିତି ବିନା ରୋଗୀରେ ଦୌଡୁଛନ୍ତି ଏ ଆମ୍ବୁଲାନ୍ସ? ଜଣେ ପୂର୍ବତନ ଆମ୍ବୁଲାନ୍ସ କର୍ମଚାରୀଙ୍କ ଅଭିଯୋଗ ଅନୁସାରେ,ଏମିତି ରାଜ୍ୟର ଅଧିକାଂଶ ଆମ୍ବୁଲାନ୍ସ ଫେକ୍ କଲ୍ କରାନ୍ତି କାରଣ ଗାଡି ଯେତେ ବାଟ ଗଡିବ ସେତେ ଟଙ୍କା ପାଇବ।

author-image
Chandan Shishu
ଅଦ୍ୟତନ ହୋଇଛି
କ୍ୟାମେରା ଲେନ୍ସରେ ଧରାପଡିଲା ୧୦୮ ଆମ୍ବୁଲାନ୍ସ କେଳେଙ୍କାରୀ

Ambulance service Scam

ଭୁବନେଶ୍ୱର: ୧୦୮ ଆମ୍ବୁଲାନ୍ସ ମହାଦୁର୍ନୀତିର ଆଉ ଏକ କଳା ଫର୍ଦ୍ଦ। ବିନା ରୋଗୀରେ ଗଡୁଛି ଆମ୍ବୁଲାନ୍ସ। ଓଟିଭି କ୍ୟାମେରାରେ ଧରାପଡ଼ିଛି ଏ ଚୋରି। ତାରିଖ ଜୁଲାଇ ୨, ସ୍ଥାନ- କଟକ ଶିଶୁ ଭବନ, ସମୟ ସଂଧ୍ୟା ୬ଟା ୩୦ରୁ ୯ଟା ୩୦। ୩ ଘଣ୍ଟା ଧରି ଶିଶୁଭବନ ପରିସରରେ ଜଗି ରହିଥିଲେ ଆମ ରିପୋର୍ଟର। ପ୍ରଥମ ଆମ୍ବୁଲାନ୍ସ- ନଂ OD-05-AT-3955। ଇଏ ଜଗତସିଂହପୁର ସିଏଚସିର ଗାଡ଼ି ଆମ୍ବୁଲାନ୍ସର ଜିପିଏସ୍ ସୂଚାଉଚି। ହସ୍ପିଟାଲ ଇନ୍ ଅର୍ଥାତ ଆମ୍ବୁଲାନ୍ସ ରୋଗୀକୁ ହସ୍ପିଟାଲ ଭିତରେ ଛାଡୁଛି ହେଲେ ବାସ୍ତବରେ ହସ୍ପିଟାଲ ବାହାରେ ଛିଡା ହୋଇଛି ଆମ୍ବୁଲାନ୍ସ। ଡ୍ରାଇଭର କହୁଛନ୍ତି କିଛି କହିବିନି ଅଫିସ୍‌କୁ ପଚାର।

Advertisment

ଠିକ୍ ସେମିତି ବାଲିପାଟଣା ସିଏଚସିର ଆଉ ଏକ ଆମ୍ବୁଲାନ୍ସ- ନମ୍ବର OD-02-BG-0189  ୟାର ବି ଜିପିଏସ୍ ସୂଚନା ହସ୍ପିଟାଲ ଇନ୍ ହେଲେ ଇଏ କେଉଁଠି ଅଛି। ଗୋଟିଏ କି ୨ଟି ନୁହେଁ, ୩ ଘଣ୍ଟାର ଅନୁସନ୍ଧାନ ବେଳେ ଏମିତି ୪ଟି ଗାଡି ଧରାପଡିଥିଲା ଆମ କ୍ୟାମେରାରେ। ଆଉ ଏଠି ଦେଖନ୍ତୁ ଗାଡି ନଂ OD-05-AD-3017 ଏବଂ OD-05-AD-7060  ଗୋଟିଏ ତିଗିରିଆ ଏବଂ ଅନ୍ୟଟି କାନପୁର ଆମ୍ବୁଲାନ୍ସ। ଆଉ ଦୁଇଟି ଯାକ ଗାଡିର ଜିପିଏସ୍ ସୂଚାଉଚି ଗାଡି ହସ୍ପିଟାଲ ଭିତରେ। ହେଲେ ଗାଡି ଛିଡା ହୋଇଛି ମେଡିକାଲରୁ ୧୦୦ ମିଟର ଦୂରରେ।

Advertisment

ଏ ତ ଆମ୍ବୁଲାନ୍ସ ଇନ୍‌ର ଖେଳ। ଏବେ ଆଉଟ୍। ଜୁଲାଇ ୩ ତାରିଖ ଫେକ୍ ରୋଗୀ ନାଁରେ ରେଜିଷ୍ଟ୍ରେସନ୍ କରି OD-05-AV-0345 ନମ୍ବରର ଏଇ ଆମ୍ବୁଲାନ୍ସ ଏସସିବି ଯାଉଥିବା ଖବର ପାଇ କଟକ ଓଏମ୍‌ପି ଛକରୁ ତାର ପିଛା କରିଥିଲେ ଆମ ରିପୋର୍ଟର। ଆମ୍ବୁଲାନ୍ସ ଏସ୍‌ସିବି ଆଡେ ଚାଲିଥାଏ ହେଲେ ଏସ୍‌ସିବି ପାଖ ରାଣୀହାଟ ଛକରେ କିଛି ସମୟ ସ୍ଲୋ କରି ହଠାତ୍ ବାଦାମବାଡ଼ି ଆଡ଼େ ଚାଲିଲା ଆମ୍ବୁଲାନ୍ସ। ଆମେ ପିଛା କରିବା ଛାଡ଼ି ନଥିଲୁ। ବାଦାମବାଡି ନିକଟରେ ଥିବା ଏକ ମେଡିସିନ୍ ଷ୍ଟୋର ପାଖରେ ଆମ୍ବୁଲାନ୍ସ ଅଟକିଲା। ଆଉ ଆମ୍ବୁଲାନ୍ସରେ ଜିପିଏସ୍ ସିଗ୍‌ନାଲ ଥିଲା ହସ୍ପିଟାଲ ଆଉଟ୍ ଅର୍ଥାତ ସଙ୍ଗେ ସଙ୍ଗେ ହସ୍ପିଟାଲରୁ ରୋଗୀ ଛାଡି ବାହାରିଛି ଆମ୍ବୁଲାନ୍ସ କିନ୍ତୁ ବାସ୍ତବ କଥା ହେଲା ନା ଏ ଆମ୍ବୁଲାନ୍ସ ହସ୍ପିଟାଲକୁ ଯାଇଛି ନା ତା ଭିତରେ କିଏ ରୋଗୀ ଥିଲେ।

ଏବେ ପ୍ରଶ୍ନ କାହିଁକି ଏମିତି ବିନା ରୋଗୀରେ ଦୌଡୁଛନ୍ତି ଏ ଆମ୍ବୁଲାନ୍ସ? ଜଣେ ପୂର୍ବତନ ଆମ୍ବୁଲାନ୍ସ କର୍ମଚାରୀଙ୍କ ଅଭିଯୋଗ ଅନୁସାରେ,ଏମିତି ରାଜ୍ୟର ଅଧିକାଂଶ ଆମ୍ବୁଲାନ୍ସ ଫେକ୍ କଲ୍ କରାନ୍ତି କାରଣ ଗାଡି ଯେତେ ବାଟ ଗଡିବ ସେତେ ଟଙ୍କା ପାଇବ। ଏହାବାଦ୍ ନିର୍ଦ୍ଦିଷ୍ଟ କିଲୋମିଟର ଗଡିବା ପରେ ମେଣ୍ଟେନାନ୍ସ ବାବଦକୁ ଅତିରିକ୍ତ ଟଙ୍କା ବି ମିଳିବ କିଲୋମିଟର ପିଛା। ତେବେ ସଂପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି ଅଭିଯୋଗ ସତ ହୋଇଥିଲେ ସାଂଘାତିକ, ଲିଖିତ ଅଭିଯୋଗ ଆସିଲେ ତଦନ୍ତ ହେବ। ହେଲେ ଏ ସଂପର୍କରେ ୧୦୮ ଆମ୍ବୁଲାନ୍ସ ସେବା ଯୋଗାଉଥିବା ଜିକିତ୍ସା ହେଲ୍ଥକେୟାର ଲିମିଟେଡ୍ କିନ୍ତୁ ମୁହଁ ଖୋଲୁନି।

Odisha News Odisha Government Govt Hospitals 108 Ambulance
Advertisment
Advertisment