Advertisment

ବିପଦ ସଙ୍କେତ ଟପିଲା ସୁବର୍ଣ୍ଣରେଖା, ଗାଁରେ ପଶିଲା ପାଣି

ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି ପାଇଛି। ଫଳରେ ବାଲିଆପାଳ ଓ ଜଳେଶ୍ୱର ବ୍ଲକ୍‌ର ୨୦ଟି ଗାଁରେ ବନ୍ୟା ପାଣି ପଶିଛି। ଗତକାଲି ରାତିରେ ବନ୍ୟା ପାଣି ଗାଁରେ ପଶିଥିବା ବେଳେ ସ୍ଥାନୀୟ ଲୋକ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ବିପଦ ସଙ୍କେତ ଟପିଲା ସୁବର୍ଣ୍ଣରେଖା, ଗାଁରେ ପଶିଲା ପାଣି

Subarnarekha river

ଜଳେଶ୍ୱର: ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି ପାଇଛି। ଫଳରେ ବାଲିଆପାଳ ଓ ଜଳେଶ୍ୱର ବ୍ଲକ୍‌ର ୨୦ଟି ଗାଁରେ ବନ୍ୟା ପାଣି ପଶିଛି। ଗତକାଲି ରାତିରେ ବନ୍ୟା ପାଣି ଗାଁରେ ପଶିଥିବା ବେଳେ ସ୍ଥାନୀୟ ଲୋକ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି।

Advertisment

ଗଲୁଡିହ ବ୍ୟାରେଜରୁ ୮ ହଜାର qm  ପାଣି ପ୍ରବାହିତ ହେଉଛି। ଜଳେଶ୍ୱର ସ୍ଥିତ ରାଜଘାଟଠାରେ ସୁବର୍ଣ୍ଣରେଖା ବିପଦ ସଙ୍କେତ ଟପିଛି। ବିପଦ ସଙ୍କେତ ୧୦.୩୬ ଥିବା ବେଳେ ଏବେ ୧୦.୪୨ ମିଟର ଉଚ୍ଚରେ ପାଣି ପ୍ରବାହିତ ହେଉଛି। ବାଲିଆପାଳ  ବ୍ଲକର ତଳିଆ ଅଞ୍ଚଳରେ ଥିବା ଆଠବାଟିଆ, କୁଦମାନସିଂ, ଗୁନାପୁର, ସୁଙ୍ଗ ମୁହଁ, ବିଷ୍ଣୁପୁର ଓ ଜଳେଶ୍ୱର ବ୍ଲକର ଛଟ ଖାନପୁରରେ ପାଣି ପଶିଛି। ବର୍ଷା ନ କମିଲେ ଅଧିକ ଗାଁରେ ବନ୍ୟା ପାଣି ପଶିବା ଆଶଙ୍କା କରାଯାଉଛି।

Advertisment

ଗ୍ରାମବାସୀଙ୍କ କହିବା ଅନୁଯାୟୀ,‘ଗତ ରାତିରେ କାଲି ରାତିରେ ବନ୍ୟା ପାଣି ପଶି ୪-୫ଟି ଗାଁ ବୁଡ଼ି ଯାଇଛି। ଚାଷ ଜମି ବୁଡ଼ି ଯାଇଛି। ଆଜି ପାଣି ନ କମିଲେ ଫସଲ ସବୁ ନଷ୍ଟ ହେବ। ଖାଇବାକୁ ପାଇବୁ ନାହିଁ। ପ୍ରଶାସନ ପକ୍ଷରୁ କାହାରି ଦେଖା ନାହିଁ।’ ତେବେ ସୁବର୍ଣ୍ଣରେଖାର ପାଣି ବଢୁଥିବାରୁ ନଦୀ କୂଳିଆ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।   

Subarnarekha River
Advertisment
Advertisment