Advertisment

ଅଗଷ୍ଟ ୫ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା

ଅଗଷ୍ଟ ୫ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ। ଏ ନେଇ ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ପର୍ଯ୍ୟଟକଙ୍କୁ ରାତ୍ରୀଯାପନ ପାଇଁ ଅନୁମତି ନାହିଁ।

author-image
Rajalaxmi Sahoo
ଅଗଷ୍ଟ ୫ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା

Bhitarkanika National Park

କେନ୍ଦ୍ରାପଡ଼ା: ଅଗଷ୍ଟ ୫ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ। ଏ ନେଇ ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ପର୍ଯ୍ୟଟକଙ୍କୁ ରାତ୍ରୀଯାପନ ପାଇଁ ଅନୁମତି ନାହିଁ। କେବଳ ଦିନରେ ଭିତରକନିକା ବୁଲିପାରିବେ ପର୍ଯ୍ୟଟକ। କୁମ୍ଭୀର ପ୍ରଜନନ ପାଇଁ ୩ ମାସରୁ ଅଧିକ ସମୟ ହେବ ଭିତରକନିକା ବନ୍ଦ ଥିଲା।

Advertisment

ଅଗଷ୍ଟ ମାସର ଗାଇଡ୍‌ଲାଇନ୍‌ ଆସିବା ପରେ ଭିତରକନିକା ଜାତୀୟ ଉଦ୍ୟାନ ଖୋଲିବା ପାଇଁ ବନ ବିଭାଗ ନିଷ୍ପତ୍ତି ନେଇଛି। ଡାଙ୍ଗମାଳ, ଖୋଳା ଏବଂ ଗୁପ୍ତି ପ୍ରବେଶ ପଥ ଦେଇ ପର୍ଯ୍ୟଟକମାନେ ଭିତରକନିକା ମଧ୍ୟକୁ ପ୍ରବେଶ କରିପାରିବେ। ପର୍ଯ୍ୟଟକଙ୍କ ଭ୍ରମଣ ପାଇଁ ବନ ବିଭାଗ ପକ୍ଷରୁ ସରକାରୀ ଓ ଘରୋଇ ବୋଟ୍ ପ୍ରସ୍ତୁତ କରାଯାଉଛି। ବର୍ତ୍ତମାନ ପର୍ଯ୍ୟଟକମାନେ ରାତ୍ରି ଯାପନ କରିପାରିବେ ନାହିଁ।  ଖୁବଶୀଘ୍ର ଏନେଇ ନିଷ୍ପତ୍ତି ନିଆଯିବ ବୋଲି ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି।

ଆଜିଠାରୁ ଲାଗୁ ହେଲା ଅଗଷ୍ଟ ଅନଲକ୍ । ଅଗଷ୍ଟ ମାସ ପାଇଁ ଜାରି ହୋଇଥିବା ଗାଇଡଲାଇନ୍ ଆଜି ସକାଳ ୬ଟାରୁ ଲାଗୁ ହୋଇଛି । ସକାଳ ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ସାରା ରାଜ୍ୟରେ ଖୋଲା ରହିବ ଦୋକାନ ବଜାର । ରାଜ୍ୟରେ ପ୍ରତିଦିନ ରାତି ୮ଟାରୁ ସକାଳ ୬ ନାଇଟ କର୍ଫ୍ୟୁ ଜାରି ରହିବ । ଅଗଷ୍ଟ ପାଇଁ ଜାରି ହୋଇଥିବା ନୂଆ ନିର୍ଦ୍ଦେଶନାମା ମାସକ ପାଇଁ ଅର୍ଥାତ ସେପ୍ଟେମ୍ବର ପହିଲା ଯାଏ ଲାଗୁ କରାଯାଇଛି।

Advertisment

ନୂଆ ଗାଇଡଲାଇନ୍ ଅନୁଯାୟୀ ଆଜିଠୁ ସିନେମା ହଲ୍ ଓ ମଲ୍‌ ଖୋଲୁଛି । ସୀମିତ ସଂଖ୍ୟକ ଗ୍ରାହକଙ୍କୁ ନେଇ ଖୋଲିପାରିବ ମଲ୍। ସିନେମା ହଲ୍ ୫୦ ପ୍ରତିଶତ ଦର୍ଶକ କ୍ଷମତାକୁ ନେଇ ଖୋଲିପାରିବ। ଆଜିଠାରୁ ସମୁଦ୍ର କୂଳ, ପାର୍କ ଖୋଲିବାକୁ ଅନୁମତି ଦିଆଯାଇଛି । ହେଲେ କରୋନା ଗାଇଡଲାଇନକୁ ମାନିବେ ପର୍ଯ୍ୟଟକ । ରାଜ୍ୟର ସମସ୍ତ ଆହାର କେନ୍ଦ୍ର ଖୋଲା ରହିବ । ରେଷ୍ଟୁରାଣ୍ଟ, ବାର୍, ଢାବା ୫୦ ପ୍ରତିଶତ କ୍ଷମତାକୁ ନେଇ ଖୋଲିବ । 

Bhitarkanika Bhitarkanika Odisha
Advertisment
Advertisment