Advertisment

ଅଦ୍ଭୁତ ଘଣ୍ଟା : ଘଣ୍ଟାରେ କେବେ ବି ବାଜେନି ୧୨ଟା

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପୃଥିବୀର ଏମିତି ଏକ ଘଣ୍ଟା ଅଛି ଯେଉଁଥିରେ କେବେ ବି ୧୨ଟା ବାଜି ନ ଥାଏ । ଏହା ପଛରେ ରହିଛି ଏକ ରହସ୍ୟମୟ କଥା । ସୂଚନା ଅନୁସାରେ ଏହି ସ୍ୱତନ୍ତ୍ର ଘଣ୍ଟା ସ୍ୱିଜରଲ୍ୟାଣ୍ଡର ସୋଲୋଥର୍ନଠାରେ ଅଛି । ଏହି ଘଣ୍ଟାରେ କେବଳ ୧୧ ନମ୍ବର ରହିଛି ‌ଓ ୧୨ ନମ୍ବର ଏଥିରୁ ନିଖୋଜ ଅଛି । ତେବେ ସେଠିକାର ଲୋକମାନେ ୧୧ ନମ୍ବରକୁ ଖୁବ୍ ପସନ୍ଦ କରିଥାନ୍ତି ।

author-image
Pallipuspa Samal
ଅଦ୍ୟତନ ହୋଇଛି
ଅଦ୍ଭୁତ ଘଣ୍ଟା : ଘଣ୍ଟାରେ କେବେ ବି ବାଜେନି ୧୨ଟା

clock

ସ୍ୱିଜରଲାଣ୍ଡ: ଆମ ଦେଶରେ ସାଧାରଣତଃ ୧୨ଟା ସମୟକୁ ଏକ ଉଦ୍ଧିଷ୍ଟ ସମୟ ବୋଲି ଧରାଯାଏ । ସେଥିପାଇଁ କଥାରେ କୁହାଯାଏ ଯେ ତୋ ମୁହଁରେ ୧୨ଟା କାହିଁକି ବାଜିଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପୃଥିବୀରେ ଏମିତି ଏକ ଘଣ୍ଟା ଅଛି ଯେଉଁଥିରେ କେବେ ବି ୧୨ଟା ବାଜି ନ ଥାଏ । ଏହା ପଛରେ ରହିଛି ଏକ ରହସ୍ୟମୟ କଥା । ସୂଚନା ଅନୁସାରେ ଏହି ସ୍ୱତନ୍ତ୍ର ଘଣ୍ଟା ସ୍ୱିଜରଲ୍ୟାଣ୍ଡର ସୋଲୋଥର୍ନଠାରେ ଅଛି । ଏହି ଘଣ୍ଟାରେ କେବଳ ୧୧ ନମ୍ବର ରହିଛି ‌ଓ ୧୨ ନମ୍ବର ଏଥିରୁ ନିଖୋଜ ଅଛି । ତେବେ ସେଠିକାର ଲୋକମାନେ ୧୧ ନମ୍ବରକୁ ଖୁବ୍ ପସନ୍ଦ କରିଥାନ୍ତି।

Advertisment

ଏହାଛଡା ଆହୁରି ଆଶ୍ଚର୍ଯ୍ୟର କଥା ହେଉଛି ମ୍ୟୁଜିୟମ,ଐତିହାସିକ ସ୍ଥାନ କିମ୍ବା ଟାଓ୍ବାର ସବୁଠି ୧୧ ନମ୍ବର ରହିଛି। ସେଠାକାର ସେଣ୍ଟ ଉର୍ସୁସ୍‌ର ମୁଖ୍ୟ ଚର୍ଚ୍ଚରେ ୧୧ ନମ୍ବର ମହତ୍ୱ ପଛରେ ଏକ ପୁରାଣ କଥା ରହିଛି । ଏହି ଚର୍ଚ୍ଚ ମଧ୍ୟ ୧୧ ବର୍ଷରେ ତିଆରି ହୋଇଛି। ସେଠାରେ ତିନୋଟି ସିଢିର ସେଟ୍ ରହିଛି ଓ ପ୍ରତି ସେଟ୍‌ରେ ୧୧ଟି ପାହାଚ ରହିଛି। ଏହାଛଡା ସେଠାରେ ୧୧ଟି କବାଟ ଓ ୧୧ଟି ଘଣ୍ଟି ରହିଛି। ଏପରିକି ସହରର ଅନେକ ଲୋକ ନିଜର ୧୧ତମ ଜନ୍ମଦିନକୁ ଖୁବ୍ ଖାସ୍ ଭାବରେ ପାଳନ କରିଥାନ୍ତି । ଏହି ଅବସରରେ ଦିଆଯାଉଥିବା ଉପହାରର କନେକ୍ସନ ୧୧ ନମ୍ବର ସହିତ ଥାଏ ।

୧୧ ନମ୍ବର ପ୍ରତି ଲୋକଙ୍କର ଦୁର୍ବଳତା ରହିବା ପଛରେ ବହୁ ପୁରାତନ ମାନ୍ୟତା ରହିଛି। କୁହାଯାଏ ଯେ, ଏକ ସମୟରେ ସୋଲୋଥର୍ନର ଲୋକ ଖୁବ୍ ପରିଶ୍ରମ କରୁଥିଲେ, କିନ୍ତୁ ତାଙ୍କ ଜୀବନରେ ଖୁସି ନ ଥିଲା । କିଛି ସମୟ ପରେ ସେଠାର ପାହାଡରୁ ଏଲଫ୍ ଆସିବାରେ ଲାଗିଥିଲା ଓ ଲୋକଙ୍କର ମନୋବଳ ବଢିଥିଲା। ଏଲଫ୍ ଆସିବା ପରେ ସେଠାକାର ଲୋକଙ୍କ ଜୀବନରେ ଖୁସି ଆସିଥିଲା । ଏଲଫ୍ ବିଷୟରେ ବହୁ ପୌରାଣିକ କାହାଣୀ ଥିବା ଜର୍ମାନୀରେ ଶୁଣାଯାଏ । କୁହାଯାଏ ଯେ ସେମାନଙ୍କ ନିକଟରେ ଏକ ଅଲୌକିକ ଶକ୍ତି ଅଛି । ଜର୍ମାନୀ ଭାଷାରେ ଏଲଫ୍ ର ଅର୍ଥ ହେଉଛି ୧୧ ନମ୍ବର । ତେଣୁ ସୋଲୋଥର୍ନର ଲୋକମାନେ ଏଲଫ୍ ବା ୧୧କୁ ନମ୍ବର ସହିତ ସଂଯୋଗ କରିଥିଲେ ଏବଂ ସେହି ଦିନଠାରୁ ଏଠାରେ ଲୋକମାନେ ୧୧ ନମ୍ବରକୁ ଗୁରୁତ୍ୱ ଦେବା ଆରମ୍ଭ କରିଥିଲେ।

Advertisment
India Switzerland Strange Clock
Advertisment
Advertisment