Advertisment

ହାଇକୋର୍ଟରେ ମାମଲା ଶୁଣାଣିର ସିଧାପ୍ରସାରଣକୁ ବାର ଆସୋସିଏସନ୍‌ର ବିରୋଧ

ହାଇକୋର୍ଟରେ ମାମଲାର ଶୁଣାଣି ବେଳେ ସିଧା ପ୍ରସାରଣ ବ୍ୟବସ୍ଥାକୁ ସ୍ଥଗିତ ରଖିବାକୁ ମୁଖ୍ୟ ବିଚାରପତିଙ୍କୁ ହାଇକୋର୍ଟ ବାର୍ ଆସୋସିଏସନ ପକ୍ଷରୁ ଚିଠି ।

author-image
Satyendu Shekher Mishra
ହାଇକୋର୍ଟରେ ମାମଲା ଶୁଣାଣିର ସିଧାପ୍ରସାରଣକୁ ବାର ଆସୋସିଏସନ୍‌ର ବିରୋଧ

High court of odisha

କଟକ: ହାଇକୋର୍ଟରେ ମାମଲାର ଶୁଣାଣି ବେଳେ ସିଧା ପ୍ରସାରଣ ବ୍ୟବସ୍ଥାକୁ ସ୍ଥଗିତ ରଖିବାକୁ ମୁଖ୍ୟ ବିଚାରପତିଙ୍କୁ ହାଇକୋର୍ଟ ବାର୍ ଆସୋସିଏସନ ପକ୍ଷରୁ ଚିଠି । ଚିଠିରେ ଉଲ୍ଲେଖ ଅଛି ଯେ, ଏଭଳି ବ୍ୟବସ୍ଥା ଦ୍ୱାରା ବାର ସଦସ୍ୟ ଏବଂ ବିଚାରପତିଙ୍କ ସମ୍ମାନହାନୀ ହେବା ଆଶଙ୍କା ରହିଛି । ତେଣୁ ହାଇକୋର୍ଟ ଏବଂ ବାର ସଦସ୍ୟଙ୍କ ସମୂହ ସ୍ୱାର୍ଥ ଦୃଷ୍ଟିରୁ ଏହାକୁ କାର୍ଯ୍ୟକାରୀ ନକରିବାକୁ ବାର ଆସୋସିଏସନ ପକ୍ଷରୁ ଅନୁରୋଧ କରାଯାଇଛି ।

Advertisment

ଏହ ବ୍ୟତୀତ ଏହି ବ୍ୟବସ୍ଥା ନେଇ ବିଜ୍ଞପ୍ତି ପ୍ରକାଶ ପୂର୍ବରୁ ବାର ସଦସ୍ୟଙ୍କ ସହ ଆଲୋଚନା କରାଯାଇନଥିଲା କି ପରାମର୍ଶ ଗ୍ରହଣ କରାଯାଇନଥିଲା । ଏନେଇ ଆସୋସିଏସନ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି ।

ନିକଟରେ ହାଇକୋର୍ଟ ଅଫ ଓଡିଶା ଲାଇଭ ଷ୍ଟ୍ରିମିଂ ଅଫ କୋର୍ଟ ପ୍ରୋସେଡିଂ ରୁଲ ୨୦୨୧ ପ୍ରଣୟନ କରାଯାଇ ନୂଆ ବିଜ୍ଞପ୍ତି ଜାରି କରାଯାଇଥିଲା । କେଉଁ ସବୁ ମାମଲାର ଲାଇଭ ଟେଲିକାଷ୍ଟ ବା ସିଧା ପ୍ରସାରଣ କରାଯିବ ଓ କେଉଁ ମାମଲା କରାଯିବ ନାହିଁ । ସେନେଇ ସ୍ୱତନ୍ତ୍ର ନିୟାମାବଳୀରେ ଉଲ୍ଲେଖ ରହିଥିଲା । ତେବେ କିଛିଟା ମମଲାର ଶୁଣାଣିର ଲାଇଭ ଟେଲିକାଷ୍ଟ ଉପରେ କଟକଣା ରହିବ ବୋଲି ଉଲ୍ଲେଖ ରହିଛି ।

Advertisment

ଲାଇଭ ଟେଲିକାଷ୍ଟରେ ହାଇକୋର୍ଟର ବିଭିନ୍ନ ପ୍ରୋସିଡିଂ ଅର୍ଥାତ୍‌ ବିଚାର ବିଭାଗୀୟ ପ୍ରୋସିଡିଂ, ପ୍ରଶାସନିକ ପ୍ରୋସିଡିଂ, ଲୋକ ଅଦାଲତ, ଫୁଲକୋର୍ଟ ରେଫରେନ୍ସ ଓ ବିଦାୟକାଳୀନ ସମ୍ବର୍ଦ୍ଧନା ଏବଂ କୋର୍ଟଙ୍କ ଦ୍ୱାରା ପରିଚାଳିତ ବିଭିନ୍ନ ବୈଠକର ପ୍ରସାରଣ ପ୍ଲବିକ ଲାଇଭ ଷ୍ଟ୍ରିମିଂ ପ୍ଲାଟଫର୍ମରେ କରାଯିବ । ପ୍ରସାରଣ ସମୟରେ ଅଡିଓ ଏବଂ ଭିଡଓ ରହିବ । ଲାଇଭ ଟେଲିକାଷ୍ଟ ପାଇଁ ସ୍ୱତନ୍ତ୍ର ଲିଙ୍କ ହାଇକୋର୍ଟର ୱେବ୍‌ସାଇଟ୍‌ କିମ୍ବା କେସ୍‌ ତାଲିକାରେ ଉଲ୍ଲେଖ ରଖାଯିବ ବୋଲି କୁହାଯାଇଛି ।

ଅନ୍ୟପଟେ ବୈବାହିକ ମାମଲା, ଜୁଭେନାଇଲ ଜଷ୍ଟିସ ଆଇନ ମଧ୍ୟରେ ଆସୁଥିବା ଶିଶୁ ଯୌନ ନିର୍ଯାତନା, ଦୁଷ୍କର୍ମ ମାମଲା, ମହିଲା ନିର୍ଯାତନା ମାମଲା, ହେବିଅସ୍ କର୍ପସ ମାମଲା ଭଳି ମାମଲାରେ ଯେଉଁଠି ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି ସେ ସବୁର ଶୁଣାଣିର ଲାଇଭ ଟେଲିକାଷ୍ଟ ଉପରେ କଟକଣା ରହିବ ବୋଲି ମଧ୍ୟ କୁହାଯାଇଥିଲା ।

ଏହାଛଡା ଯଦି ଶୁଣାଣି ସମୟରେ ଖଣ୍ଡପୀଠରେ ଥିବା ମୁଖ୍ୟ ବିଚାରପତି କିମ୍ବା ଅନ୍ୟ ବିଚାରପତିମାନେ ଲାଇଭ୍‌ ପାଇଁ ଅନିଚ୍ଛା ପ୍ରକାଶ କରନ୍ତି, ତା’ହେଲେ ଲାଇଭ ଷ୍ଟ୍ରିମିଂ ବନ୍ଦ କରାଯାଇପାରିବ । କ’ଣ ପାଇଁ ମାମଲାର ଲାଇଭ ଷ୍ଟ୍ରିମିଂ କରାଗଲା ନାହିଁ ? କେଉଁ ମାମଲା, କେଉଁ ଦିନ ଓ ସମୟ ଆଦି ଉଲ୍ଲେଖ କରାଯିବ । ଏହି ସବୁ ତଥ୍ୟର ସବିଶେଷ ବିବରଣୀ ଉଲ୍ଲେଖ କରାଯିବ । 

Orissa High Court Bar Association
Advertisment
Advertisment