ଧୋକା ଦେଲା ସାତ ଜନମର ସାଥୀ । ରୀତି ନୀତିରେ ହୋଇଥିଲା ବାହାଘର । ଅଗ୍ନିକୁ ସାକ୍ଷୀ ରଖି ସାତ ଜନମର ସାଥି ହେବା ପାଇଁ ଉଭୟେ ଶପଥ ନେଇଥିଲେ । କିନ୍ତୁ ସାତଜନମର ସାଥି ହେବା ପାଇଁ ଶପଥ କରିଥିବା ସ୍ୱାମୀ, ଦଶ ବର୍ଷରେ ସ୍ତ୍ରୀକୁ ଦେଲା ଧୋକ୍କା ।
କମିଶନ ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ପଦବୀରୁ ତଡ଼ା ଖାଇଥିବା କରିତକର୍ମା କୋଟିପତି ବିରଞ୍ଚି ସାହୁ କେବଳ ଜଣେ ନୁହଁନ୍ତି, ଦୀର୍ଘଦିନ ଧରି ଅନେକ ଲୋକଙ୍କ ସଂପୃକ୍ତିରେ ଏ ଦୁର୍ନୀତି ଚାଲିଥିବା ଅଭିଯୋଗ ଉଠିଛି । ଜଣଙ୍କ ପରେ ଜଣେ ଚାକିରି ଆଶାୟୀ ସାମ୍ନାକୁ ଆସି ବିଷୋଦଗାର୍ କରୁଛନ୍ତି । ତାସହ ବଖାଣୁଛନ୍ତି ନିଜ ବେଦନାଦାୟକ କାହାଣୀ । ଏସବୁ ଭିତରେ ଗତକାଲି ବିରଞ୍ଚିଙ୍କ କୁବେରପଣର ସତ ଖୋଜିବାକୁ ଏବଂ ଆର୍ଥିକ କାରବାରର ଗୁମର ଖୋଲିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ଅଣ୍ଟା ଭିଡ଼ିଛି।
୩ ତାରିଖ ସିବିଏସଇ ରେଜଲ୍ଟ ବାହାରିଥିବା ବେଳେ ଏହି ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କର ରେଜଲ୍ଟ ଭଲ ହୋଇନାହିଁ ବୋଲି ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକ ଅଭିଯୋଗ କରିଛନ୍ତି । ଯେଉଁ ମାନେ ଅଷ୍ଟମ ଏବଂ ନବମରେ ୯୦ ପ୍ରତିଶତ ନମ୍ବର ରଖୁଥିଲେ, ସେମାନଙ୍କୁ ୪୦ ପ୍ରତିଶତରୁ କମ୍ ନମ୍ବର ମିଳିଛି
ସରକାରୀ ସହାୟତା ଆକାଶ କଇଁୟା ଚିଲିକା ମାଛ ପରି । ବୟସର ଅପରାହ୍ନରେ ବୃଦ୍ଧ ମହିଳାଙ୍କ ଉପରେ ପରିବାର ବୋଝ । ବଳବୟସ ଗଲାଣି, ଚମ ଧୁଡ଼ୁ ଧୁଡ଼ୁ କରୁଛି, ତଥାପି ଘର କାମ କରୁଛନ୍ତି । ପୁଅ କାମ କରିପାରୁନି, ପରିବାର ଚଳାଉଛନ୍ତି । ଏମିତି ସମସ୍ୟାରେ ଜୀବନ ଜିଉଁଛନ୍ତି ଅସହାୟ ଦୂର ମାଝି ।
ନେତା ହେବା ପରେ ବି ବଦଳି ନାହାନ୍ତି । ଚାରିଥର ସରପଞ୍ଚ, ଥରେ ପଞ୍ଚାୟତ ସମିତି ଅଧ୍ୟକ୍ଷ, ଥରେ ଜିଲ୍ଲା ପରିଷଦ ସଦସ୍ୟ ଆଉ ଏବେ ବିଧାୟକ । ବିଧାୟକଙ୍କୁ ଛୁଇଁପାରିନି ଭିଆଇପି କଲଚର୍ । ପଦବୀ ପାଇବାର ପରେ ବି ତାଙ୍କର ଚାଲିଚଳନ, ଆଚାର ବ୍ୟବହାରରେ କିଛି ପରିବର୍ତ୍ତନ ଆସିନି । ଆଜିକାଲି ନେତା ମାନେ ପଦ ପଦବୀ ପାଇଗଲା ସେମାନଙ୍କ ଢାଞ୍ଚା ବଦଳି ଯାଉଥିବା ଦେଖାଯାଉଛି ।
ମିଥ୍ୟା ଦୁର୍ଘଟଣା ବୀମା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ କ୍ଷତି ପୂରଣ ବାବଦରେ ଦିଆଯାଇଥିବା ଟଙ୍କା ସୁଧ ସହିତ ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।
ନିଲମ୍ବିତ ହେଲେ ୪ ପୋଲିସ୍ କର୍ମଚାରୀ। କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନାର ୪ ଜଣ ପୋଲିସ୍ଙ୍କୁ ନିଲମ୍ବନ କରାଯାଇଛି।
ପାୱାରଫୁଲ୍ ଫାଇଭ୍-ଟି ସଚିବକୁଙ୍କୁ ବିରୋଧ । ସ୍ଥିତି ସମୀକ୍ଷା ବେଳେ ସଚିବଙ୍କୁ ବିରୋଧ କଲେ ଛଟେଇ ନର୍ସିଂ ଷ୍ଟାଫ୍ । ରାଜ୍ୟ ସରକାରଙ୍କ ସଚିବ ସ୍ତରୀୟ ହାଇଲେଭେଲ୍ ଟିମ୍ ଆଜି ବଲାଙ୍ଗୀର ଗସ୍ତ କରି ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ଓ ଭିତ୍ତିଭୂମିର ତଦାରଖ କରିଛନ୍ତି ।
ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ୍ ଦରଡ଼ା ପଞ୍ଚାୟତର ୨ଟି ଘର ଦେଖିବାକୁ ମିଳିଛି। ସରକାରଙ୍କ ଆଖିରେ ୨ ମହଲା କୋଠା ତୋଳୁଥିବା ସୁଜୟ ପଟ୍ଟନାୟକ ଆବାସ ଯୋଜନା ପାଇଁ ଯୋଗ୍ୟ, ହେଲେ ଆଜବେଷ୍ଟସ୍ ଓ ଜରିପାଲ ତଳେ ଥିବା କାଶୀନାଥ ରାଉଳ ଅଯୋଗ୍ୟ ହୋଇଛନ୍ତି। ପଲସିଆ ଗାଁର ସୁଜୟଙ୍କର ଆନୁମାନିକ ୫୦ ଲକ୍ଷ ଟଙ୍କାର ସଂପତ୍ତି ଥିଲେ ବି ୨୦୧୯-୨୦ରେ ସେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଥିବା ଅଭିଯୋଗ ହୋଇଛି। ଏବେ ସେ ୧୬ଶହ ବର୍ଗଫୁଟର ୨ମହଲା କୋଠା ତୋଳୁଛନ୍ତି। ହେଲେ ବିଡ଼ମ୍ବନା, ବାରମ୍ବାର ଆବେଦନ ପରେ ବି କାଶୀନାଥଙ୍କ ଭାଗ୍ୟ ଫିଟୁନି। ସେପଟେ ଏନେଇ କ୍ୟାମେରା ଆଗରେ କିଛି କହିବାକୁ ମନା କରିଦେଇଛନ୍ତି ବସ୍ତା ବିଡିଓ।
ସମୁଦ୍ରର କରାଳ ରୂପରେ ସାତଭାୟାର ସାତ ଟି ଗାଁ ଲୀନ ହୋଇଯାଇଥିବା ବେଳେ ସାତଭାୟାର ସ୍ମୃତି ବଖାଣୁଥିବା ଆରାଧ୍ୟ ଦେବୀ ମା ପଞ୍ଚୁ ବରାହିଙ୍କ ପୁରୁଣା ମନ୍ଦିର ମଧ୍ୟ ସମୁଦ୍ର ଧୀରେ ଧୀରେ ଲୀନ ହେବାକୁ ବସିଛି । ଜନବସତି ଆଡ଼କୁ ସମୁଦ୍ର ମୁହାଁଇବା ହେତୁ ପାଣିରେ ମିଶିବାକୁ ବସିଲାଣି ସାତଭାୟାର ମା ପଞ୍ଚୁ ବରାହୀଙ୍କ ମନ୍ଦିର
ବାହାଘରର ୬ ମାସ ପରେ ପ୍ରାଇଭେଟ୍ ଭିଡିଓ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କଲେ ସ୍ୱାମୀ। ଥାନାର ଦ୍ୱାରସ୍ଥ ହେଲେ ପତ୍ନୀ
ବାପା ମା ସୁସ୍ଥ ସବଳ ସନ୍ତାନଟିଏ ପାଇବାକୁ ଭଗବାନଙ୍କ ପାଖରେ କେତେ ପୁଜାବ୍ରତ କରନ୍ତି । ଆଉ ଛୁଆ ଟିଏ ଜନ୍ମ ହେଲେ ବହୁତ ଖୁସି ହୋବ ସହ ତାର ଭବିଷ୍ୟତକୁ ନେଇ ଅନେକ ସ୍ୱପ୍ନ ଦେଖନ୍ତି । ହେଲେ ପିଲା ବଡ ହେଲା ପରେ ଯେତେବେଳେ ଅଜଣା ବ୍ୟାଧିରେ ପଡେ, ସେତେବଳେ ବାପାମାଁଙ୍କ ଦୁଃଖ କହିଲେ ନସରେ
ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିଲାଟୀ ଗାଁର ହାଇସ୍କୁଲ ସମ୍ମୁଖରେ ଦିର୍ଘ ୩୦ ବର୍ଷରୁ ଉର୍ଦ୍ଧ ଦିନଧରି ରହୁଛନ୍ତି ଆଦିବାସୀ ପରିବାର । ଲଘୁଚାପ ଜନିତ ବର୍ଷାଯୋଗୁଁ କେନାଲ ପାଣି ବଢିଯିବାରୁ ଏଭଳି ସ୍ଥିତି ଉପୁଜିଛି । ପାଣି ନିଷ୍କାସନର ବ୍ୟବସ୍ଥା ନଥିବାରୁ ହିନସ୍ତା ହେଉଛନ୍ତି । କେନାଲ ପାଣି ବଢି ଯିବାରୁ ସ୍ଥିତି ବେହାଲ । ଘର ବାହାର ଓ ଭିତରେ ଆଣ୍ଠୁଏ ଉଚ୍ଚର ପାଣି
ଏତେ ବଡ଼ ଦୁନିଆରେ ପୂରା ଏକୁଟିଆ । ଜୀବନ ଜୀଇବାକୁ ଶରୀରରେ ଆଉ ଜୁ ନାହିଁ । ଘର କରିବାକୁ ନା ସାହସ ଅଛି ନା ସାହାରା ହେବାକୁ କିଏ ଅଛି । ଦୁଇ ବୃଦ୍ଧ ବିଧବା ଶାଶୂ ବୋହୁଙ୍କ ପାଇଁ ସତେ ଯେମିତି ସରକାରୀ ଯୋଜନା ସାତ ସପନ। ଘର ଖଣ୍ଡିଏ ପାଇଁ ଅନେକ ଥର ଗୁହାରୀ କରିଛନ୍ତି, ହେଲେ କିଛି ବି ସୁଫଳ ମିଳିନି
୬ ମାସ ବି ଗଲାନି ନଦୀର ପଥର ପ୍ୟାକିଂ। ପ୍ରଥମ ବନ୍ୟା ଜଳ ଆସୁ ଆସୁ ତାହା ବି ଭୁଶୁଡ଼ି ପଡିଲା। ପୁରୀ ଜିଲ୍ଲା ବଳଙ୍ଗା ଜଳ ସମ୍ପଦ ବିଭାଗ ଅଧୀନରେ ଥିବା ହରିପୁର ନିକଟ ଭାର୍ଗବୀ ନଦୀର ଗୋଟିଏ ପାର୍ଶ୍ଵରେ ପଥର ପ୍ୟାକିଙ୍ଗ ହୋଇଥିଲା।
ପର୍ଯ୍ୟଟକଙ୍କ ପାଇଁ କଟକଣା କୋହଳ କଲା ୟୁଏଇ । ଆସନ୍ତା ୫ ତାରିଖରୁ ଟିକାର ଦୁଇଟି ଡୋଜ୍ ନେଇଥିବା ଭାରତୀୟ ୟୁଏଇ ଯାଇପାରିବେ । ତେବେ ଏଥିପାଇଁ ଭାରତୀୟ ନାଗରିକଙ୍କ ପାଖରେ ବୈଧ ପ୍ରମାଣପତ୍ର ସହ ଟିକାର ଡବଲ୍ ଡୋଜ୍ ସାର୍ଟିଫିକେଟ୍ ଜରୁରୀ ।
ପ୍ରଥମେ ପରୀକ୍ଷା ଫଳ, ପରେ ଆଡମିଟ୍ କାର୍ଡ ଆଉ ଏବେ ପ୍ରଶ୍ନପତ୍ର ବିଭ୍ରାଟ। ମହାମାରୀ ସମୟରେ ମାଧ୍ୟମିକ ଶିକ୍ଷା ବୋର୍ଡ ଆହୁରି ବିବାଦ ଭିତରକୁ ଠେଲି ହୋଇଯାଇଛି। ଆଜି ବିଜ୍ଞାନ ବିଷୟରେ ପରୀକ୍ଷା ଲାଗି କଟକ ବୋର୍ଡ ସ୍କୁଲକୁ ଯାଇଥିଲେ ପରୀକ୍ଷାର୍ଥୀ। ହେଲେ ବିଡମ୍ବନାର ବିଷୟ ହେଲା ରେଗୁଲାର ପରୀକ୍ଷାର୍ଥୀଙ୍କୁ ମିଳିଲା ଏକ୍ସରେଗୁଲାର ଓ ଏକ୍ସ ରେଗୁଲାରଙ୍କୁ ମିଳିଲା ରେଗୁଲାର ପ୍ରଶ୍ନପତ୍ର
ଶ୍ରୀମନ୍ଦିର ବ୍ୟତୀତ ପୁରୀ ସହରରେ ଅନ୍ୟ ସମସ୍ତ ଧର୍ମପୀଠ ଖୋଲିବା ଲାଗି ନିଷ୍ପତ୍ତି ନେଇଛି ପୁରୀ ଜିଲ୍ଲା ପ୍ରଶାସନ । କୋଭିଡ୍ ଗାଇଡଲାଇନ୍ ଭିତରେ ସହରର ସମସ୍ତ ମଠ, ମନ୍ଦିର ସହ ଅନ୍ୟ ଧାର୍ମିକ ଅନୁଷ୍ଠାନ ସକାଳ ୬ରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲାଯିବ ।
ତେବେ ଅସନ୍ତୁଷ୍ଟଙ୍କ ପାଇଁ ଏହା ଶେଷ ସୁଯୋଗ କୁହାଯାଉଛି । ୩୦ ଜୁଲାଇରୁ ମାଟ୍ରିକ୍ ଅଫ୍ ଲାଇନ୍ ପରୀକ୍ଷା ଆରମ୍ଭ ହୋଇଛି । ନିଜ ପ୍ରଦର୍ଶନରେ ସୁଧାର ଆଣିବାକୁ ରାଜ୍ୟର ୧୫ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି
ଓଡ଼ିଶାର ଏକ ମାତ୍ର ଛାତ୍ରୀ ତଥା ପ୍ରଥମ ଓଡ଼ିଆ ଭାବେ ମହାକାଶ ଗବେଷଣା କ୍ଷେତ୍ରରେ ବିରଳ ସଫଳତା ହାସଲ କରିଛନ୍ତି ନବରଙ୍ଗପୁର ସହରର ଗାଦବାଗୁଡା ସାହିର ଝିଅ ବନୀତା ଦାସ l
ଏହି ଲାଇଭ ଷ୍ଟ୍ରିମିଙ୍ଗ ଓଡ଼ିଶା ହାଇକୋର୍ଟର ଅଫିସିଆଲ୍ ୟୁଟୁବ ଚ୍ୟାନେଲରେ ଉପଲବ୍ଧ ହେଉଛି। ଏଥିସହ ଓଡ଼ିଶା ହାଇକୋର୍ଟ ମୋବାଇଲ ଆପ, ଅନଲାଇନ ଜରିଆରେ ନିମ୍ନ ଅଦାଲତରେ ଜୋରିମାନା ଆଦାୟ ବ୍ୟବସ୍ଥା, ଟ୍ୱିନ ସିଟିରେ ପରିବହନ ସମ୍ପର୍କିତ ଇ-ଚାଲାଣ ବିବାଦ ପାଇଁ ଭର୍ଚୁଆଲ କୋର୍ଟ ବ୍ୟବସ୍ଥା ଲୋକାର୍ପିତ କରାଯାଇଛି।
୧୦୮ ଆମ୍ବୁଲାନ୍ସ ସେବା ନାଁରେ ହରିଲୁଟ୍ ଖବର ଚର୍ଚ୍ଚା ହେବା ପରେ କାହିଁକି ତୁଣ୍ଡିବାନ୍ଧି ବସିଛି ଆମ୍ବୁଲାନ୍ସ ସେବା ଯୋଗାଉଥିବା ଜିକିତ୍ସା ହେଲ୍ଥ କେୟାର୍?
ରାଜ୍ୟରେ ଆବାସ କେଳେଙ୍କାରୀକୁ ନେଇ ରାଜନୀତି ଯେତିକି ଜୋର ଧରିଛି, ଗ୍ରାଉଣ୍ଡ ଜିରୋରୁ ବାଟବଣା ଯୋଜନାର ଆଖିତରାଟିଲା ଭଳି, ସେତିକି ନୂଆ ନୂଆ ଚିତ୍ର ବି ସାମ୍ନାକୁ ଆସିଛି। କେଉଁଠି ଯୋଗ୍ୟ ହିତାଧିକାରୀ ଘର ନପାଇ ଗୁହାଳଘରେ ରହୁଛନ୍ତି ତ କେଉଁଠି ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ବି ଅଧାପନ୍ତରିଆ ଘର ପାଇଁ ଦହଗଞ୍ଜ ହେଉଛନ୍ତି। ଆଉ ଏଭଳି ସ୍ଥିତିରେ ଯୋଜନାରୁ ବାଦ୍ ଯୋଗ୍ୟ ହିତାଧିକାରୀଙ୍କ ରୋଷ ଦେଖିବାକୁ ମିଳିଛି ଭଦ୍ରକ ତିହିଡ଼ିରେ
ଥିଲା ବାଲାଙ୍କୁ ସରକାରୀ ଘର, ନଥିଲା ବାଲାଙ୍କୁ ପର। ଏବେ ଯାହାକୁ ନେଇ ଅସନ୍ତୋଷ ମଧ୍ୟ ବଢିବାରେ ଲାଗିଛି। ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଫିସରେ କୁବେରା ପଞ୍ଚାୟତରେ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ କେଳେଙ୍କାରୀକୁ ନେଇ ବିଜେପି କର୍ମୀ ଓ ଯୋଜନାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ ଯାହା କରିଛନ୍ତି ତାହା ଏବେ ସମସ୍ତେ ଦେଖିଲେ
ରାଜଧାନୀରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିଚାଲିଥିବା ବେଳେ ବିଏମ୍ସି ଖାଲି ସଚେତନତା କାର୍ଯ୍ୟକ୍ରମରେ ସୀମିତ ଥିବା କଂଗ୍ରେସ ଅଭିଯୋଗ କରିଛି। ତେବେ କଂଗ୍ରେସର ଅଭିଯୋଗ ନେଇ ବିଏମ୍ସିର ପ୍ରତିକ୍ରିୟା ମିଳିପାରିନାହିଁ।