• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଟିକା ପାଇଁ ଠେଲା ପେଲା ହେବାରୁ ଲୋଙ୍କୁ ପିଟିଲା ପୋଲିସ ।

  • ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ କୃତିବାସ ଭବନ ଟିକାକରଣ କେନ୍ଦ୍ରର ଘଟଣା ।

  • ଟିକାକରଣ ବେଳେ ଉପସ୍ଥିତ ଲୋକ ଓ ପୋଲିସ ମଧ୍ୟରେ ଠେଲାପେଲା ହୋଇଥିଲା ।

ବାଣପୁର: ଟିକା ପାଇଁ ଠେଲା ପେଲା ହେବାରୁ ଲୋଙ୍କୁ ପିଟିଲା ପୋଲିସ । ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା କୃତିବାସ ଭବନ ଟିକାକରଣ କେନ୍ଦ୍ରରେ । ଟିକାକରଣ ବେଳେ ଉପସ୍ଥିତ ଲୋକ ଓ ପୋଲିସ ମଧ୍ୟରେ ଠେଲାପେଲା ହୋଇଥିଲା । ଖବର ପାଇ ପୋଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ସାମାଜିକ ଦୂରତା ରକ୍ଷା କରିବାକୁ କହିଥିଲା । ହେଲେ ଲୋକେ ଶୁଣିବାକୁ ନାରାଜ ।

ଫଳରେ ପୋଲିସ ବାଧ୍ୟ ହୋଇ ଲୋକଙ୍କୁ ମାଡ଼ ମାରିଥିଲା । ପୋଲିସ ନିର୍ଧୁମ ମାଡ଼ ମାରୁଥିବା ନେଇ ଭିଡିଓ ମଧ୍ୟ ଭାଇରାଲ ହୋଇଛି । କୃତିିବାସ ଭବନରେ ଆଜି ଟିକାକରଣ ପାଇଁ ଯେତିକି ଟିକା ଆସିଥିଲା ତା’ଠାରୁ ଅଧିକ ଲୋକ ପହଞ୍ଚିଯିବାରୁ ଏଭଳି ସ୍ଥିତି ଉପୁଜିଥିବା କୁହାଯାଉଛି ।

ତେବେ ପୂର୍ବରୁ ମଧ୍ୟ ଓଡ଼ିଶାର ଅନ୍ୟ ଜିଲ୍ଲାରେ ଏଭଳି ଘଟଣା ଘଟିଥିବା ଦେଖାଯାଇଛି । କୋଭିଡ୍ ଟିକା ପାଇଁ ହାଉଜାଉ ସ୍ଥିତି । ଅଧିକାଂଶ ଟିକାକରଣ କେନ୍ଦ୍ରରେ ଅସମ୍ଭାଳ ଭିଡ଼ ସାଙ୍ଗକୁ ଠେଲାପେଲା ପରିସ୍ଥିତି ଦେଖାଯାଇଛି । ଏମିତିକି କିଛି ସ୍ଥାନରେ ଲୋକେ ରାତି ଅନିଦ୍ରା ହୋଇ ଟିକା ପାଇଁ ଲାଇନ୍ ଲଗାଉଥିବା ଦେଖିବାକୁ ମିଳିଛି । ଠେଲାପେଲା ଭିତରେ ଜଣେ ମହିଳାଙ୍କର ପଞ୍ଜରା ହାଡ଼ ଭାଙ୍ଗିଯାଇଥିବା ଖବର ସାମ୍ନାକୁ ଆସିଥିଲା । ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକରୁ ଆସିଥିଲା ଏଭଳି ଏକ ଖବର । ପୋଲସରା ବ୍ଳକର ରାଣୀପଡ଼ା କଲ୍ୟାଣ ମଣ୍ଡପରେ ଟିକାକରଣ ଚାଲିଥିଲା । ଟିକା ନେବା ପାଇଁ ଲମ୍ବା ଧାଡ଼ି ହୋଇଥିଲା । ଏତିକି ବେଳେ ଲୋକଙ୍କ ଭିତରେ ଠେଲାପେଲା ବେଳେ ଭାନୁ ସାହୁ ନାମକ ଜଣେ ମହିଳା ତଳେ ପଡ଼ି ଯାଇଥିଲେ । ଫଳରେ ତାଙ୍କର ପଞ୍ଜରା ହାଡ଼ ଭାଙ୍ଗିଯାଇଥିଲା । ପ୍ରଥମେ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ବ୍ରହ୍ମପୁର ଏମକେସିଜିକୁ ଦସ୍ଥାନାନ୍ତର କରାଯାଇଥିଲା । 

ମାଲକାନଗିରି ଜିଲ୍ଲା ଏମ୍ଭି-୭୯ ଟିକାକରଣ କେନ୍ଦ୍ରରେ ବି ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା । ପ୍ରବଳ ଗୁଳୁଗୁଳି ଓ ଅସହ୍ୟ ଗରମ ଭିତରେ ଲୋକେ ଲମ୍ବା ଲାଇନ୍‌ରେ ଘଣ୍ଟାଘଣ୍ଟା ଧରି ଛିଡ଼ା ହୋଇ ଅପେକ୍ଷା କରୁଥିଲେ । ଢେଙ୍କାନାଳରେ ବି ସମାନ ଚିତ୍ର ଦେଖିବାକୁ ମିଳିଥିଲା । ପ୍ରବଳ ଭିଡ଼ ସାଙ୍ଗକୁ ପାଟିତୁଣ୍ଡ, ହାହାଲ୍ଲା ଦେଖିବାକୁ ମିଳିଥିଲା ।