• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Giza Pyramid
ରହସ୍ୟରେ ଗିଜା ପିରାମିଡ୍ ; ନିର୍ମାଣ କରିଥିଲେ କି ଏଲିଏନ୍ସ

ଦୁନିଆରେ ଏମିତି ଅନେକ ସ୍ଥାନ ଅଛି ଯାହା ନିଜ ଭିତରେ ଏକ ସ୍ୱତନ୍ତ୍ର ଜାଗା ତିଆରି କରେ। ସେଥିମଧ୍ୟରୁ ଗିଜାର ପିରାମିଡ୍ ଅନ୍ୟତମ। ଏହାର ନିର୍ମାଣ ଆଜକୁ ପ୍ରାୟ ୪ ହଜାର ବର୍ଷ ପୂର୍ବେ ହୋଇଥିଲା। ଇଜିପ୍ଟରେ ଥିବା ଏହି ପିରାମିଡ ଅନେକ ରହସ୍ୟରେ ବନ୍ଧା। ଏହି ପିରାମିଡ୍ ବିଷୟରେ ବହୁଦିନ ଧରି ଅଧ୍ୟୟନ କଲା ପରେ ସେ ସମୟରେ ଏହା କିପରି ନିର୍ମାଣ ହୋଇଥିଲା ସେ ବିଷୟରେ ପ୍ରତ୍ନତତ୍ତ୍ୱବିଦମାନେ ନିଷ୍କର୍ଷ ବାହାର କରିପାରେ ସଫଳ ହୋଇଛନ୍ତି।

mobile phone explode
ପକେଟ୍‌ରେ ରଖିଥିଲେ ଫୋନ୍‌; ହଠାତ୍‌ ବାହାରିଲା ଧୂଆଁ, ତା’ପରେ ହେଲା ବିସ୍ଫୋରଣ

ପକେଟ୍‌ରେ ମୋବାଇଲ୍‌ ଫୋନ୍‌ ଥିବାବେଳେ ହଠାତ୍‌ ବାହାରିଲା ଧୂଆଁ। ଉପସ୍ଥିତ ବୁଦ୍ଧି ଯୋଗୁ ପକେଟ୍‌ରୁ ଫୋନ୍‌ ବାହାର କରି ତଳେ ଫିଙ୍ଗି ଦେବାରୁ ଏକ ବଡ଼ ଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତିଗଲେ ଜଣେ ବ୍ୟକ୍ତି। ଗୁଜରାଟ ସୁରତ ଅଞ୍ଚଳର ରାଧନପୁର ସହରରେ ଏହି ଅଭାବନୀୟ ଘଟଣା ଘଟିଛି। 

Aambulance
ଭିଆଇପି ରାସ୍ତାରେ ଆମ୍ବୁଲାନ୍ସ ଯିବା ମନା କି?

ଭିଆଇପି ଲାଇନରେ ଆମ୍ବୁଲାନ୍ସ କାହିଁକି ଆଣିଲ ବୋଲି ସଂପୃକ୍ତ ଅଣଓଡ଼ିଆ କର୍ମଚାରୀ ତାଙ୍କ ଯୁକ୍ତିତର୍କ କରିବା ସାଙ୍ଗକୁ ଆମ୍ବୁଲାନ୍ସକୁ ୭ରୁ ୮ମିନିଟ ଯାଏଁ ଅଟକାଇ ରଖିଥିବା ଡ୍ରାଇଭର ଅଭିଯୋଗ କରିଛନ୍ତି।

Electric Vehicle
ଇ-ଯାନ ପଲିସି ଉପରେ ବାଜିଲା କ୍ୟାବିନେଟ ମୋହର

ବୈଦୁତିକ ଯାନର ନବୀକରଣ ଓ ଗବେଷଣାକୁ ମଧ୍ୟ ପ୍ରୋତ୍ସାହନ ଯୋଗାଇ ଦିଆଯିବ। ସେହିଭଳି ଉତ୍ପାଦନକାରୀ କମ୍ପାନୀ ଓ ଯାନ ବ୍ୟବହାରକାରୀ ସାଧାରଣ ଲୋକଙ୍କୁ ଆର୍ଥିକ ରିହାତି ସହ ଗାଡ଼ି ପଞ୍ଜିକରଣ ଦେୟ, ରୋଡ୍  ଟ୍ୟାକ୍ସ ଆଦି ଛାଡ଼ କରାଯିବାର ପ୍ରାବଧାନ ରହିଛି।

OTV Senior Reporter Manoranjan Joshi
ସୁଟିଂ ସମୟରେ ଆସିଲା ଛାତିଥରା ଖବର, ଲୁହକୁ ଚାପି ଦାୟିତ୍ୱକୁ ଆଗ ଦେଖିଲେ ସାମ୍ବାଦିକ ମନୋରଞ୍ଜନ

ଆଖିରେ ଲୁହ, ଛାତିରେ କୋହ ତଥାପି ନିଜକୁ ସମ୍ଭାଳି ନେଇଥିଲେ ମନୋରଞ୍ଜନ। ଏମିତିକି ଏ ଦୁଃଖଦ ଖବର ଶୁଣି ସେତେବେଳେ ଖୋଲାକଥାର ହଟ୍‌ସିଟ୍‌ରେ ବସିଥିବା ଅତିଥି ତଥା ବରିଷ୍ଠ କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି କାର୍ଯ୍ୟକ୍ରମ ଅନ୍ୟ କେଉଁ ଦିନ କରିବାକୁ ଅନୁରୋଧ କରିଥିଲେ।

Lingaraj Temple
ଲିଙ୍ଗରାଜ ମନ୍ଦିର ସିଂହଦ୍ୱାରରେ ଲାଗିବ ରୁପା କବାଟ

ମନ୍ଦିରରେ କଣ ସୁବିଧା ଅସୁବିଧା ଅଛି, ତାର ଅନୁଧ୍ୟାନ କରିଥିଲେ। ମନ୍ଦିରର ସଂରକ୍ଷଣ ଓ ପୁନରୁଦ୍ଧାର କାମର ଅଗ୍ରଗତି ନେଇ ଆଲୋଚନା କରାଯିବ ବୋଲି ବିଏମ୍‌ସି କମିଶନର କହିଛନ୍ତି। ସେ ସୂଚନା ଦେଇଛନ୍ତି, ମନ୍ଦିର ଓ ପ୍ରଭୁ ଲିଙ୍ଗରାଜଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବ। ନାଟ ମଣ୍ଡପରେ ପାଣି ଗଳିବା ନେଇ ଚିନ୍ତାଜନକ ସ୍ଥିତି ନାହିଁ, କିନ୍ତୁ ମରାମତି ପାଇଁ ଅନୁମତି ମିଳିଛି।

Country Made Liquor To Attract Youths
ଦେଶୀ ମଦରେ ବିଦେଶୀ ତଡ଼କା, ମହୁଲ ପୋଚରେ ମିଶୁଛି ଦାମୀ ଫଳ

ଦେଶୀ ମଦରେ ବିଦେଶୀ ତଡ଼କା। ମଦ ପ୍ରସ୍ତୁୁତ ପାଇଁ ମହୁଲ ପୋଚରେ ମିଶୁଛି ଦାମୀ ଫଳ। ମହୁଲର ପୋଚରେ ସେଓ, ଅଙ୍ଗୁର, ଡାଳିମ୍ବ, ବେଦନା, ପିଜୁଳି ଭଳି ଫଳ ମିଶାଇ ମାଫିଆମାନେ ପ୍ରସ୍ତୁତ କରୁଛନ୍ତି ମଦ। 

Online fraud
ଭୁଲ୍‌ରେ ଏହି ଆପ୍‌ର ଲିଙ୍କ୍‌ ଶେଆର କରନ୍ତୁ ନାହିଁ, ଖାଲି ହୋଇଯିବ ଆକାଉଣ୍ଟ

ଅନ୍‌ଲାଇନ୍‌ ଆପ୍‌ରେ ଟ୍ରେଡିଂ ନାଁରେ କୋଟି କୋଟି ଟଙ୍କା ଠକେଇ। କମ୍ ଟଙ୍କା ବ୍ୟୟରେ ପ୍ରତିଦିନ ଇନ୍‌କମ୍‌ର ପ୍ରତିଶ୍ରୁତି, ଆଉ ଏଥିରେ ଯିଏ ବିଶ୍ୱାସ କରିଗଲା ସେ ଠକାମୀର ଶିକାର ହେଲେ। ଏଭଳି ଅଭିନବ ଉପାୟରେ ଆପ୍ ମାଧ୍ୟମରେ ଟଙ୍କା ଅର୍ଜନ କରିବାର ଲୋଭ ଦେଖାଇ କୋଟି କୋଟି ଟଙ୍କା ଠକି ନେଇଛି ଏକ କମ୍ପାନୀ।

Puri
ଶ୍ରୀକ୍ଷେତ୍ରରେ ୪ ଶହ ସେବାୟତଙ୍କୁ ମିଳିବ ଘର

ଶ୍ରୀମନ୍ଦିର ମରାମତି, ରକ୍ଷଣାବେକ୍ଷଣ ଓ ସଂରକ୍ଷଣ ପାଇଁ ଏକ ୫ ବର୍ଷିଆ ଯୋଜନା କରିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ଏଏସ୍ଆଇକୁ ଅନୁରୋଧ କରିବ। ଏଥିପାଇଁ ଅଧିକ ଅର୍ଥ ଆବଶ୍ୟକ ହେଲେ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ତାହା ଯୋଗାଇ ଦେବେ।

Ratha Chaka
ଏଣିକି ମାଗଣାରେ ମିଳିବ ରଥ ଚକ

ଏଣିକି ଶ୍ରୀମନ୍ଦିର ମରାମତି ପାଇଁ ୫ ବର୍ଷୀୟା ଯୋଜନା ହେବ। ୫ ବର୍ଷୀୟା ସଂରକ୍ଷଣ ନେଇ ASI ଠାରୁ ପ୍ଲାନ ଆହ୍ୱାନ କରାଯିବ। ସଂରକ୍ଷଣ ପ୍ରସଙ୍ଗରେ ASI- ମନ୍ଦିର ପ୍ରଶାସନ ମିଳିତ ନିଷ୍ପତ୍ତି ନେବେ। ସଂରକ୍ଷଣ ପାଇଁ ଅଧିକ ଅର୍ଥ ଦରକାର ପଡ଼ିଲେ ସରକାର ବହନ କରିବେ।

Anubhav-Varsha
ଅନୁଭବଙ୍କ ଆବେଦନ ଖାରଜ କଲେ ହାଇକୋର୍ଟ

ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଦାମ୍ପତ୍ୟ କଳହକୁ ନେଇ ଫ୍ୟାମିଲି କୋର୍ଟରେ ମାମଲା ଚାଲିଥିବା ବେଳେ ଏହାର ତ୍ୱରିତ ଶୁଣାଣି ନିର୍ଦ୍ଦେଶ ପାଇଁ ସାଂସଦ ଅନୁଭବ ମହାନ୍ତି ଆବେଦନ କରିଥିଲେ। ମାତ୍ର ଅନୁଭବଙ୍କ ଏହି ଆବେଦନର ଅନ୍ତ ଘଟାଇଛନ୍ତି ହାଇକୋର୍ଟ। 

Rising Sea Level
ମାଡ଼ି ଆସୁଛି ସମୁଦ୍ର, ଚିନ୍ତାରେ ସ୍ଥାନୀୟ ବାସିନ୍ଦା

ଏରସମାରେ ଥିବା ଶିଆଳି ବେଳାଭୂମି ଏବେ ବିପଦରେ। ୨୦୧୬ରେ ରାଜ୍ୟ ସରକାରଙ୍କ ଦ୍ୱାରା ଏହା ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଥିଲେ ବି ଏହାପ୍ରତି ସତେ ଯେମିତି ସରକାରଙ୍କ ନିଘା ନାହିଁ। 

kotia-33
କୋଟିଆରେ ପଶି ଆନ୍ଧ୍ର ବାଣ୍ଟିଲା ଆନିମଲ୍ ହେଲ୍ଥ କାର୍ଡ

ପ୍ରାଣୀ ଡାକ୍ତର ଟିମ ଛେଳି, ମେଣ୍ଢା, ଗାଇ, ବଳଦଙ୍କୁ ଚିକିତ୍ସା କରୁଛନ୍ତି। ବର୍ଷା ଦିନରେ କିପରି ଗୃହପାଳିତ ପଶୁଙ୍କୁ ସୁରକ୍ଷା ଦିଆଯାଇପାରିବ। ସେଥିପାଇଁ ପ୍ରାଣୀ ଚିକିତ୍ସା ଶିବିର ବି ଆୟୋଜନ କରାଯାଉଛି। ୪ଶହ ପଶୁଙ୍କ ଔଷଧ ଦିଆଯାଇଥିବା ବେଳେ ୩ଶହ ଗାଇଙ୍କୁ ଟୀକାକରଣ କରାଯାଇଛି।

smart mirror
ଓଡ଼ିଆ ଛାତ୍ରଙ୍କ ସ୍ମାର୍ଟ ମିରର୍‌; ନିର୍ଦ୍ଦେଶ ମାତ୍ରେ ହୋଇଯାଉଛି କାମ

ଆଇନା ସବୁ ବେଳେ ସତ କଥା କୁହେ, ଆଉ ଏବେ ସବୁ କଥା ବି ମାନିବ। ଶୁଣିବାକୁ ଅଜବ ଲାଗିଲେ ବି କଥାଟା ସତ। କଟକ ବୋଷ ଇଞ୍ଜିନିୟରିଂ ସ୍କୁଲର ଛାତ୍ର ସ୍ୱାଧୀନ ଦାସ ଏପରି ଏକ ଆଇନା ତିଆରି କରିଛନ୍ତି, ଯାହା ସାମ୍ନାରେ ଛିଡ଼ା ହୋଇ ଆପଣ ଯାହା ନିର୍ଦ୍ଦେଶ ଦେବେ ତାହା ହେବ।

accident
ଭୟଙ୍କର ସଡ଼କ ଦୁର୍ଘଟଣା: ଚାଲିଗଲା ଗୋଟିଏ ପରିବାରର ୪ ଜଣଙ୍କ ଜୀବନ

ଗଛରେ କାର୍‌ ପିଟି ହେବା ଯୋଗୁ ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ୨ ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି।ଝାଡ଼ଖଣ୍ଡ ଖୁଣ୍ଟି ନିକଟ ତରପା ଚୁର୍ଗି ନଦୀ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।

MNP
୪ ବର୍ଷରେ ୬ ଲକ୍ଷ କୋଟି ଆୟ ଲକ୍ଷ୍ୟରେ କେନ୍ଦ୍ର ସରକାର

ଜାତୀୟ ମନିଟାଇଜେସନ୍ ପାଇପ୍‌ଲାଇନ୍‌ରେ ୧୨ଟି ମନ୍ତ୍ରଣାଳୟର ୨୦ରୁ ଅଧିକ ପ୍ରକାର ସଂପତ୍ତିକୁ ସାମିଲ ପାଇଁ ଯୋଜନା ରଖାଯାଇଛି। ୨୦୨୨ରୁ ୨୦୨୫ ମଧ୍ୟରେ କେନ୍ଦ୍ର ସରକାର ଏହି ସବୁ ପ୍ରକଳ୍ପକୁ PPP ମୋଡ୍‌ରେ ଚଳାଇ ୬ ଲକ୍ଷ କୋଟି ଆୟ ପାଇଁ ଲକ୍ଷ୍ୟ ରଖିଛନ୍ତି। ଯୋଜନାରେ ସଡ଼କ, ରେଳ ଓ ବିଦ୍ୟୁତ୍ ଶକ୍ତି କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦିଆଯାଇଛି।

Park Encroachment
ଲୋକଙ୍କ ପାଇଁ ପାର୍କରେ ତାଲା, ବିଜେଡି ନେତାଙ୍କ ପାଇଁ ପୁରା ମେଲା

ସନ୍ଧ୍ୟା ଆରମ୍ଭ ହେଉ ହେଉ ପାର୍କରେ ଡେରା ପକାଉଛନ୍ତି ମାଳ ମାଳ ବିଜେଡି ନେତା, ମନ୍ତ୍ରୀ ଓ ତାଙ୍କ ସମର୍ଥକ। ଏମାନେ ସବୁ କୁଆଡ଼େ ଗଂଜାମ ଜିଲ୍ଲାରେ ସ୍ମାର୍ଟ ସ୍କୁଲ କାର୍ଯ୍ୟକ୍ରମକୁ କିପରି ନିଜ ଜିଲ୍ଲାରେ କାର୍ଯ୍ୟକାରୀ କରିବେ ତାକୁ ଦେଖିବାକୁ ଆସୁଛନ୍ତି। ୩୦ ତାରିଖ ଭିତରେ ୧୦୮ ବିଧାୟକ ଆସିବା କାର୍ଯ୍ୟକ୍ରମ ରହିଛି।

Volcano
ଆଗ୍ନେୟଗିରି ଉଦ୍‌ଗିରଣ ବିଶ୍ୱ ତାପମାତ୍ରାର ପ୍ରମୁଖ କାରଣ

ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱ ତାପମାତ୍ରାର ଖରାପ ପ୍ରଭାବ ବର୍ତ୍ତମାନ ସମଗ୍ର ବିଶ୍ୱ ସାମ୍ନା କରୁଛି। ବୈଜ୍ଞାନିକମାନେ ଏହା ପଛରେ ଥିବା କାରଣଗୁଡିକ ଅଧ୍ୟୟନ କରୁଛନ୍ତି ଏବଂ ଏଥିରେ ମାନବଜନିତ କାର୍ଯ୍ୟକଳାପ ସହିତ ପ୍ରାକୃତିକ କାରଣଗୁଡିକ କ’ଣ ଏବଂ ଆମେ କିପରି ଏହି ଚ୍ୟାଲେଞ୍ଜଗୁଡ଼ିକର ମୁକାବିଲା କରିପାରିବା ଜାଣିବାକୁ ଚେଷ୍ଟା କରୁଛନ୍ତି। ଜଳବାୟୁ ପରିବର୍ତ୍ତନ ଉପରେ ହୋଇଥିବା ଏକ ଅଧ୍ୟୟନରେ ବୈଜ୍ଞାନିକମାନେ ଆବିଷ୍କାର କରିଛନ୍ତି ଯେ ଭୌଗୋଳିକ ସମୟ ମଧ୍ୟରେ ବାୟୁମଣ୍ଡଳରୁ କାର୍ବନ ଡାଇଅକ୍ସାଇଡ୍ ଅପସାରଣ ପାଇଁ ବାରମ୍ବାର ଆଗ୍ନେୟଗିରି ଉଦ୍‌ଗିରଣ ହିଁ ଦାୟୀ।

DL
କଡ଼ାକଡ଼ି ହେଲା ଟ୍ରାଫିକ୍‌ ନିୟମ, ଏଣିକି ଟିକିଏ ଏପଟ ସେପଟ ହେଲେ ସିଧା ଡ୍ରାଇଭିଂ ଲାଇସେନ୍ସ ରଦ୍ଦ

କଡ଼ାକଡ଼ି ହେଲା ଟ୍ରାଫିକ୍‌ ନିୟମ । ଏଣିକି ଟିକିଏ ଏପଟ ସେପଟ ହେଲେ ସିଧା ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହେବ । ଏନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । 

  • Wednesday, 25 August 2021
  • RTO
  • DL
  • LL
Fan Falls Down
ଫ୍ୟାମିଲି ଡିନର୍‌ ଚାଲି ଥିବାବେଳେ ଖସି ପଡ଼ିଲା ଫ୍ୟାନ୍‌, ତା’ପରେ....

ଏକାଠି ବସି ପରିବାର ସଦସ୍ୟମାନେ ଡିନର୍‌ କରୁଥିବା ବେଳେ ହଠାତ୍‌ ଖସି ପଡ଼ିଲା ସିଲିଂ ଫ୍ୟାନ୍‌। ଫ୍ୟାନ୍‌ଟି ଜଣେ ଶିଶୁ ଉପରେ ଖସି ପଡ଼ିଥିବା ଜଣାପଡ଼ିଛି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

Man jumps into wife’s funeral pyre
ସ୍ତ୍ରୀର ଜୁଇକୁ ଡେଇଁ ଜୀବନ ହାରିଲେ ସ୍ୱାମୀ

ଅଗ୍ନିକୁ ସାକ୍ଷୀ ରଖି ସାରା ଜୀବନ ହାତ ନ ଛାଡ଼ିବାକୁ କଥା ଦେଇଥିଲେ ଓ ସ୍ତ୍ରୀର ମୃତ୍ୟୁ ପରେ ମଧ୍ୟ କଥା ରଖିଲେ ସ୍ୱାମୀ। ପତ୍ନୀଙ୍କ ମୃତ୍ୟୁକୁ ସହ୍ୟ କରି ନ ପାରି ଜଣେ ବୃଦ୍ଧ ଅଚାନକ ପତ୍ନୀଙ୍କ ଚିତାକୁ ଡେଇଁ ପଡ଼ିବା ଯୋଗୁ ତାଙ୍କର ମୃତ୍ୟୁ ହୋଇଛି।

Crematorium Park
ମଶାଣି, ଯାହାକୁ ଦେଖିଲେ ମନରେ ଭୟ ଆସେନି; ବରଂ ବୁଲିବାକୁ ଇଚ୍ଛା ହୁଏ

ମଶାଣି, ଏମିତି ଏକ ସ୍ଥାନ ଯାହା ନାଁ ଶୁଣିଲେ ମନରେ ଭୟ ଆସେ। ଅନ୍ତିମ ସଂସ୍କାର ପାଇଁ ଯିଏ ଶବ ସହ ମଣାଶିକୁ ଥରେ ଯାଆନ୍ତି, ସେମାନେ ଦ୍ୱିତୀୟ ଥର ସେଠାକୁ ନଯିବାକୁ ଭଗବାନଙ୍କୁ ପ୍ରାର୍ଥନା କରନ୍ତି। ହେଲେ ଆମେ ଆପଣଙ୍କୁ ଏମିତି ଏକ ମଶାଣି କଥା କହିବା, ଯେଉଁଠିକୁ ଥରେ ଗଲେ ଆପଣ ବାରମ୍ବାର ଯିବାକୁ ଇଚ୍ଛା ପ୍ରକାଶ କରିବେ।

Mosquitos Bite
ଆସନ୍ତୁ ଜାଣିବା କେଉଁ ଲୋକଙ୍କୁ ମଶା ଅଧିକ କାମୁଡିଥାନ୍ତି

ଆମମାନଙ୍କ ମଧ୍ୟରୁ ଅନେଙ୍କ ମନରେ, ଏହି ପ୍ରଶ୍ନ ନିଶ୍ଚିତ ଭାବରେ ଉଙ୍କିମାରେ ଯେ ମଶା କାହିଁକି କିଛି ଲୋକଙ୍କୁ ଅଧିକ କାମୁଡ଼ନ୍ତି ଏବଂ କିଛି ଲୋକଙ୍କୁ କମ୍ ? ମଶା ଅନେକ ସାଙ୍ଘାତିକ ରୋଗର କାରଣ। ମଶା କାମୁଡ଼ା ହେତୁ ବ୍ୟକ୍ତି ଭିତରେ ଅନେକ ଗମ୍ଭୀର ସମସ୍ୟା ଉପୁଜେ। ମଶା ମଧ୍ୟ ଅନେକ ବିପଜ୍ଜନକ ରୋଗର ବାହକ। ମଶା କାମୁଡାରେ ସାରା ବିଶ୍ୱରେ ପ୍ରତିବର୍ଷ ହଜାର ହଜାର ଲୋକ ମୃତ୍ୟୁ ବରଣ କରନ୍ତି। ଏହି କାରଣରୁ, ମଶାଠାରୁ ମୁକ୍ତି ପାଇବା ପାଇଁ ଅନେକ ଦେଶରେ ସ୍ୱତନ୍ତ୍ର ଅଭିଯାନ ଚାଲିଥାଏ।

Mysterious temple of India
ଭାରତର ଏହିସବୁ ମନ୍ଦିରର ମୂର୍ତ୍ତିରୁ ବାହାରିଥାଏ ଝାଳ

ଦୁନିଆ ରହସ୍ୟମୟ। ତେଣୁ ଏହା ବିଷୟରେ ଜାଣିବା ପାଇଁ ଲୋକଙ୍କ ମନରେ ସର୍ବଦା ଏକ କୌତୁହଳ ରହିଥାଏ। ଅନେକଗୁଡିଏ ରହସ୍ୟକୁ ପର୍ଦାଫାସ କରାଯାଇଥିବା ବେଳେ, ଏପରି ଅନେକ ରହସ୍ୟ ମଧ୍ୟ ଅଛି ଯାହାର କେବଳ ରହସ୍ୟ ହିଁ ରହିଯାଇଛି। ଭାରତରେ ଏପରି ଅନେକ ସ୍ଥାନ ଅଛି ଯାହା ସର୍ବଦା ରହସ୍ୟମୟ ହୋଇ ରହିଆସିଛି। ଏହି ସ୍ଥାନଗୁଡିକ ମଧ୍ୟରୁ ଅନେକ ଲୋକଙ୍କ ବିଶ୍ୱାସ ସହିତ ଜଡିତ। ଭାରତରେ ଅନେକ ମନ୍ଦିର ଅଛି ଯାହା କେବଳ ରହସ୍ୟ ହିଁ ରହସ୍ୟ।

mines tender
ମାଲକାନଗିରି ୪୮ଖଣି ଲିଜ୍ ଟେଣ୍ଡର ବାତିଲ୍

ନିୟମିତତା ଅଭିଯୋଗରେ ୪୮ଟି ଖଣି ଲିଜ୍ ଟେଣ୍ଡରକୁ ବାତିଲ୍ କଲେ ଜିଲ୍ଲାପାଳ