/odishatv-khabar/media/post_attachments/uploadimage/library/16_9/16_9_0/IMAGE_1630133185.jpg)
mobile phone explode
ସୁରତ: ପକେଟ୍ରେ ମୋବାଇଲ୍ ଫୋନ୍ ଥିବାବେଳେ ହଠାତ୍ ବାହାରିଲା ଧୂଆଁ। ଉପସ୍ଥିତ ବୁଦ୍ଧି ଯୋଗୁ ପକେଟ୍ରୁ ଫୋନ୍ ବାହାର କରି ତଳେ ଫିଙ୍ଗି ଦେବାରୁ ଏକ ବଡ଼ ଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତିଗଲେ ଜଣେ ବ୍ୟକ୍ତି। ଗୁଜରାଟ ସୁରତ ଅଞ୍ଚଳର ରାଧନପୁର ସହରରେ ଏହି ଅଭାବନୀୟ ଘଟଣା ଘଟିଛି।
ସୁଚନା ଅନୁସାରେ, ଏକ ମୋଟର ଗ୍ୟାରେଜ୍ରେ ରାମଚନ୍ଦ୍ର ଭାଇ ଠାକୁର ନାମକ ଜଣେ ବ୍ୟକ୍ତି ଦୋକାନୀଙ୍କ ସହ ବସି କଥା ହେଉଥିବା ବେଳେ ପକେଟ୍ରେ ଥିବା ମୋବାଇଲ ଫୋନ୍ରୁ ହଠାତ୍ ଧୂଆଁ ବାହାରିଥିଲା। ଧୂଆଁ ବାହାରୁଥିବା ଦେଖି ତତ୍କ୍ଷଣାତ ସେ ପକେଟ୍ରୁ ମୋବାଇଲ୍ ଫୋନ୍ କାଢ଼ି ତଳକୁ ଫିଙ୍ଗି ଦେଇଥିଲେ ଓ ପରେ ଏହା ବିସ୍ଫୋରଣ ହୋଇଥିଲା। ଏହାଦେଖି ସେଠାରେ ଉପସ୍ଥିତ ଥିବା ଲୋକେ ଭୟଭୀତ ହୋଇ ଯାଇଥିଲେ। ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରାରେ ପୁରା ଘଟଣାର ଦୃଶ୍ୟ କଏଦ ହୋଇଛି।
Also Read
ସିସିଟିଭି ଫୁଟେଜ୍ରେ ଦେଖିବାକୁ ମିଳିଛି, ରାମଚନ୍ଦ୍ର ଏକ ଚେୟାର ଉପରେ ବସି ଦୋକାନୀଙ୍କ ସହ କଥାବାର୍ତ୍ତା କରୁଛନ୍ତି। କିଛି ଲୋକ ମଧ୍ୟ ସେଠାରେ ଉପସ୍ଥିତ ଅଛନ୍ତି। ଏହି ସମୟରେ ତାଙ୍କ ଶର୍ଟ ପକେଟ୍ରେ ଥିବା ମୋବାଇଲ୍ ଫୋନ୍ରୁ ଧୂଆଁ ବାହାରୁଥିବା ସେ ଦେଖିବାକୁ ପାଇଥିଲେ। ତତ୍କ୍ଷଣାତ ସେ ଫୋନ୍କୁ ପକେଟ୍ରୁ ବାହାର କରି ତଳେ ଫିଙ୍ଗି ଦେଇଥିଲେ। ଏହାପରେ ଗୋଡ଼ରେ ଗୋଇଠା ମାରି ବାହାରକୁ ଫିଙ୍ଗି ଦେଇଥିଲେ ଓ ସଙ୍ଗେସଙ୍ଗେ ଏହା ବିସ୍ଫୋରଣ ହୋଇଥିଲା।
ଉପସ୍ଥିତ ବୁଦ୍ଧି ଓ ସଠିକ୍ ସମୟ ପୂର୍ବରୁ ରାମଚନ୍ଦ୍ର ପକେଟ୍ରୁ ମୋବାଇଲ୍ ବାହାର କରି ଫିଙ୍ଗି ଦେବା ଫଳରେ ଏକ ବଡ଼ ଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ଠିକ୍ ସମୟରେ ସେ ପକେଟ୍ରୁ ମୋବାଇଲ ବାହାର କରି ଫିଙ୍ଗି ଦେଇଥିବାରୁ କୌଣସି ଜୀବନହାନୀ ଘଟିନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)