Advertisment

ରହସ୍ୟରେ ଗିଜା ପିରାମିଡ୍ ; ନିର୍ମାଣ କରିଥିଲେ କି ଏଲିଏନ୍ସ

ଦୁନିଆରେ ଏମିତି ଅନେକ ସ୍ଥାନ ଅଛି ଯାହା ନିଜ ଭିତରେ ଏକ ସ୍ୱତନ୍ତ୍ର ଜାଗା ତିଆରି କରେ। ସେଥିମଧ୍ୟରୁ ଗିଜାର ପିରାମିଡ୍ ଅନ୍ୟତମ। ଏହାର ନିର୍ମାଣ ଆଜକୁ ପ୍ରାୟ ୪ ହଜାର ବର୍ଷ ପୂର୍ବେ ହୋଇଥିଲା। ଇଜିପ୍ଟରେ ଥିବା ଏହି ପିରାମିଡ ଅନେକ ରହସ୍ୟରେ ବନ୍ଧା। ଏହି ପିରାମିଡ୍ ବିଷୟରେ ବହୁଦିନ ଧରି ଅଧ୍ୟୟନ କଲା ପରେ ସେ ସମୟରେ ଏହା କିପରି ନିର୍ମାଣ ହୋଇଥିଲା ସେ ବିଷୟରେ ପ୍ରତ୍ନତତ୍ତ୍ୱବିଦମାନେ ନିଷ୍କର୍ଷ ବାହାର କରିପାରେ ସଫଳ ହୋଇଛନ୍ତି।

author-image
Pramod Behera
Giza Pyramid

Giza Pyramid

ଦୁନିଆରେ ଏମିତି ଅନେକ ସ୍ଥାନ ଅଛି ଯାହା ନିଜ ଭିତରେ ଏକ ସ୍ୱତନ୍ତ୍ର ଜାଗା ତିଆରି କରେ। ସେଥିମଧ୍ୟରୁ ଗିଜାର ପିରାମିଡ୍ ଅନ୍ୟତମ। ଏହାର ନିର୍ମାଣ ଆଜକୁ ପ୍ରାୟ ୪ ହଜାର ବର୍ଷ ପୂର୍ବେ ହୋଇଥିଲା। ଇଜିପ୍ଟରେ ଥିବା ଏହି ପିରାମିଡ ଅନେକ ରହସ୍ୟରେ ବନ୍ଧା। ଏହି ପିରାମିଡ୍ ବିଷୟରେ ବହୁଦିନ ଧରି ଅଧ୍ୟୟନ କଲା ପରେ ସେ ସମୟରେ ଏହା କିପରି ନିର୍ମାଣ ହୋଇଥିଲା ସେ ବିଷୟରେ ପ୍ରତ୍ନତତ୍ତ୍ୱବିଦମାନେ ନିଷ୍କର୍ଷ ବାହାର କରିପାରେ ସଫଳ ହୋଇଛନ୍ତି।

Advertisment
Giza Pyramidଗୀଜା ପିରାମିଡ୍

ଯେଉଁ ସମୟରେ ମାନବ ସଭ୍ୟତା ନିଜର ବିକାଶ ଓ ଉତ୍ଥାନ ନେଇ ମାର୍ଗର ଖୋଜ କରୁଥିଲା ସେ ସମୟରେ ଏଭଳି ଏକ ବିଶାଳ ସଂରଚନା ଠିଆ କରେଇବା ନିଶ୍ଚିତ ଏକ ଆଶ୍ଚର୍ଯ୍ୟ କରିବା ଭଳି ପ୍ରସଙ୍ଗ। ୪ ହଜାର ବର୍ଷ ପୂର୍ବେ ମଣିଷ ପାଖରେ ଯେତେବେଳେ ଉନ୍ନତମାନର ହାତ ହତିଆର ନ ଥିଲା, ସେ ସମୟରେ ଏଭଳି ଏକ ଉଚ୍ଚ ପିରାମିଡର କଳ୍ପନା କରିବା ନିଶ୍ଚିତ କାଠିକର ପାଠ। କିନ୍ତୁ ଅନେକ ବିଶେଷଜ୍ଞ ମତ ଦିଅନ୍ତି ଯେ ଗିଜାର ଏହି ପିରାମିଡ ମାନବମାନଙ୍କ ଦ୍ୱାରା ନୁହେଁ ବରଂ ଏଲିଏନ୍ସଙ୍କ ଦ୍ୱାରା ନିର୍ମିତ।

Giza Pyramidଗୀଜା ପିରାମିଡ୍

ପିରାମିଡରେ ଲାଗିଥିବା ପ୍ରତ୍ୟେକ ମୋନୋଲିଥ୍‌ ଇଟାର ଓଜନ ପାଖାପାଖି ୨ ଟନ୍ ହେବ। ଏପରିକି କିଛି ମୋନୋଲିଥ୍‌ ଇଟା ଅଛି ଯାହାର ଓଜନ ୫୦ ଟନ୍‌ ମଧ୍ୟ ହେବ। ସେ ସମୟରେ ପ୍ରାଚୀନ ମିଶ୍ରବାସୀଙ୍କୁ ଏପରିକି ଚକର ନିର୍ମାଣ ମଧ୍ୟ ଜଣା ନ ଥିଲା। ତେବେ ଏଠାରେ ନିଶ୍ଚିତ ପ୍ରଶ୍ନ ଉଙ୍କିମାରେ ଯେ ଏଭଳି ପରିସ୍ଥିତିରେ ସେମାନେ ବା କିପରି ନୀଳ ନଦୀର ଆର ପାଖରୁ ଏତେ ବିରାଟ ବିରାଟ ଭାରି ପଥର ଆଣି ଏଭଳି ଏକ ସୁଉଚ୍ଚ ପିରାମିଡ୍‌ ନିର୍ମାଣ କରିଥିବେ?

Advertisment

ପ୍ରକାଶଥାଉ ଯେ ଗିଜାର ତିନୋଟି ପିରାମିଡ୍ ଓରିଅନ୍ ବେଲ୍ଟରେ ଥିବା ତିନୋଟି ତାରକା ସହିତ କ୍ରମାନୁକ୍ରମିକ ଭାବରେ ସମାନ। ଆଜକୁ ପ୍ରାୟ ୪/୫ ହଜାର ବର୍ଷ ପୂର୍ବରୁ ପ୍ରାଚୀନ ମିଶ୍ରବାସୀଙ୍କୁ ଅନ୍ତରୀକ୍ଷ ବିଷୟରେ ମଧ୍ୟ କୌଣସି ତଥ୍ୟ ଜଣା ନ ଥିଲା। ଏଭଳି ପରିସ୍ଥିତିରେ ସେମାନେ ପିରାମିଡକୁ ଓରିଅନ୍ ବେଲ୍ଟର ଏହି ତିନି ତାରକାଙ୍କ ସହ ମେଳ କରି କିପରି ବା ନିର୍ମାଣ କଲେ? ଏହା ଆଜି ପର୍ଯ୍ୟନ୍ତ ଏକ ରହସ୍ୟ ହୋଇ ରହିଯାଇଛି।

ପିରାମିଡ୍‌ର କାନ୍ଥରେ ଅନେକ ଚିତ୍ରଲିପି ଦେଖିବାକୁ ମିଳେ। ଏଥିରେ ହେଲିକପ୍ଟର୍, ଅନ୍ତରୀକ୍ଷ ଯାନ ଭଳି କିଛି ଆଧୁନିକ ଜିନିଷର ଚିତ୍ର ଅଙ୍କାଯାଇଛି। ଖାଲି ଏତିକି ନୁହେଁ ଏଥିରେ ଅନେକ ପାଣି ଜାହାଜ ଓ ସ୍ପେସସିପ୍ ଭଳି ଆଧୁନିକ ଯାନର ଚିତ୍ର ମଧ୍ୟ ଦେଖାଯାଏ। ଏହି କାରଣରୁ କେତେକ ଅନୁସନ୍ଧାନକାରୀ ମତ ଦିଅନ୍ତି ଯେ ପ୍ରାଚୀନ ମିଶ୍ରବାସୀଙ୍କ ଅନ୍ୟ ଗ୍ରହମାନଙ୍କ ସହିତ ସମ୍ବନ୍ଧ ଥିଲା।

Giza Pyramidଗୀଜା ପିରାମିଡ୍

ଏହି ପିରାମିଡ୍‌ର ଅଣ୍ଡର୍‌ଗ୍ରାଉଣ୍ଡ୍‌ କାନ୍ଥରେ ଏଭଳି ଏକ ଚିତ୍ର ଅଙ୍କାଯାଇଛି, ଯେଉଁଥିରେ ଏହା ସ୍ପଷ୍ଟ ରୂପରେ ଦେଖାଯାଉଛି ଯେ କିଛି ବ୍ୟକ୍ତି ବଲ୍‌ବ ଭଳି ଆକାରର କିଛି ଜିନିଷ ହାତରେ ଧରିଛନ୍ତି। ତେବେ ଏଠାରେ ଯଦି ଦେଖାଯାଏ ଯେ ବଲ୍‌ବର ଆବିଷ୍କାର ଗତ ଶତାବ୍ଦୀରେ ଏଡିସନ୍‌ କରିଥିଲେ। ଏନେଇ ପ୍ରଶ୍ନ ଉଙ୍କିମାରେ ଯେ ପ୍ରାଚୀନ ମିଶ୍ରବାସୀ କ’ଣ ବଲ୍‌ବର ବ୍ୟବହାର ଜାଣିଥିଲେ? ଏହି ରହସ୍ୟରୁ ମଧ୍ୟ ପରଦା ଉଠିପାରି ନାହିଁ। ଏଭଳି ଅନେକ ରହସ୍ୟ ଗିଜା ପିରମିଡ୍‌ ଭିତରେ ରହିଛି, ଯାହା ଇସାରା କରୁଛି ଯେ ପ୍ରାଚୀନ ମିଶ୍ରବାସୀଙ୍କ ସଂପର୍କ ଅନ୍ୟ ଗ୍ରହର ଜୀବନ ସହିତ ଥିଲା। ତେବେ ଏହି କଥାରେ କେତେ ସତ ରହିଛି ତାହା ଆଜି ବି ରହସ୍ୟ ହୋଇ ରହିଛି।

Special Story Giza Pyramid
Advertisment
Advertisment