ସୁନା କାରବାରରେ ଜିଏସଟି ଠକେଇ ଅଭିଯୋଗରେ ୧୨ଟି ସହରରେ ଚଢ଼ଉ କରାଯାଇଛି । ଜିଏସଟି ବିଭାଗ ପକ୍ଷରୁ ୧୨ଟି ସହରର ୧୭ଟି ବଡ଼ ବଡ଼ ଗହଣା ଦୋକାନରେ ଏହି ଚଢ଼ଉ କରାଯାଇଛି । ଭୁବନେଶ୍ୱର, ରାଉରକେଲା, କଟକ, ବ୍ରହ୍ମପୁର, ବରଗଡ଼ ଆଦି ସହରରେ ଥିବା ବଡ଼ ବଡ଼ ଜୁଏଲାରୀ ହାଉସରେ ଜିଏସଟି ଚଢ଼ଉ କରିଛି ।
କାଳ ହେଲା ସେଲଫି । ରାୟଗଡାର ନାଗାବଳୀ ନଦୀର ଝୁଲାପୋଲ ନିକଟରେ ସେଲଫି ନେବା ବେଳେ ଜଣେ ଯୁବକ ନିଖୋଜ ହୋଇ ଯାଇଛନ୍ତି । ଯୁବକ ଜଣକ ହେଉଛନ୍ତି ବିଲାଲ ଅନସାରି ଓ ସେ ଉତ୍ତରପ୍ରଦେଶ ସାମଳି ଲିଲ୍ଲା ଝିଂଜାନା ଗ୍ରାମର । ରାୟଗଡ଼ାରେ ରହି ଫେରିବାଲା ଭାବେ ଜିନିଷ ପତ୍ର ବିକ୍ରି କରୁଥିଲେ ।
ଆଉ ଦେଖିବାକୁ ମିଳିବନି ତାରକ ମେହତା କା ଉଲ୍ଟା ଚଷମା ଧାରାବାହିକର ନଟୁ କାକାଙ୍କୁ। ଗତକାଲି ତାଙ୍କର ପରଲୋକ ଘଟିଛି। ଅଭିନେତା ଘନଶ୍ୟାମ ନାୟକ ତଥା ଟେଲି ପରଦାର ନଟୁ କାକାଙ୍କର ଗତକାଲି ୭୭ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି।
କେନ୍ଦୁଝର ଚମ୍ପୁଆ ରେଂଜ ସୁଲୁଗୁଡାରେ ହାତୀ ଆତଙ୍କ । ଏକକାଳୀନ ୨୧ଟି ହାତୀ ପଶି ଆସିଥିବାରୁ ଲୋକେ ଭୟଭିତ୍ତ। ପାଖ ଜଙ୍ଗଲରୁ ବାହାରି ଚାଷଜମିରେ ପଶି ବ୍ୟାପକ ଫସଲ ନଷ୍ଟ କରିଛନ୍ତି।
ପାନଚାଷୀ ଏବେ ପ୍ରବଳ ଚିନ୍ତାରେ। ଚାଷ କରିବାକୁ ଖର୍ଚ୍ଚ ଯେତେ ହେଉଛି, ସେହି ଅନୁସାରେ ଲାଭ ନାହିଁ। ଘୋଡ଼ା ୬କୁ ଦାନା ୯... ଦେଖନ୍ତୁ କଟକ ନିଆଳି ଓ ଖୋର୍ଦ୍ଧା ବାଲିପାଟଣା ଅଞ୍ଚଳରୁ ପାନଚାଷୀଙ୍କ ଖବର।
PPP ମୋଡ଼ରେ ଭୁବନେଶ୍ୱର ରେଳଷ୍ଟେସନର ବିକାଶ କରାଯାଇ ବିଶ୍ୱସ୍ତରୀୟ ଷ୍ଟେସନରେ ପରିଣତ କରାଯିବ । ଏଥିପାଇଁ ଷ୍ଟେସନ ଡେଭଲପମେଣ୍ଟ ପ୍ଲାନ କରାଯାଇଛି।
ସେ କେବେ ହେଲେ ଭାବି ନଥିଲେ ଏତେ ଟଙ୍କା ପାଇ କୋଟିପତି ହେବେ ବୋଲି। ହେଲେ ଗୋଟିଏ ଖେଳ ତାଙ୍କୁ ରାତାରାତି କରି ଦେଲା କୋଟିପତି।
ଚିନ୍ତାରେ କଟକ ନିଆଳି, କଣ୍ଟାପଡା ଏବଂ ଖୋର୍ଦ୍ଧା ବାଲିପାଟଣା ଅଞ୍ଚଳର ପାନ ଚାଷୀ । ପାନ ଦର ମାନ୍ଦା ଥିବାରୁ ଏବେ ଚାଷୀ କିଭଳି ସେମାନଙ୍କ ପରିବାର ପ୍ରତିପୋଷଣ କରିବେ ସେହି ଚିନ୍ତା ଘାରିଛି । ପାନ ଚାଷ ପାଇଁ ଆନୁସଙ୍ଗିକ ଉପକରଣର ଦର ହୁ ହୁ ହୋଇ ବଢିଚାଲିଛି । ହେଲେ ପାନ ଦର ବଢୁନି । ତେଣୁ କିଛି ଚାଷୀଙ୍କ ବେଉସା ବୁଡିବାକୁ ବସିଲାଣି ।
ବଦଳିବ ଭୁବନେଶ୍ୱର ରେଳଷ୍ଟେସନର ରୂପେରଖ । PPP ମୋଡ଼ରେ ଭୁବନେଶ୍ୱର ରେଳଷ୍ଟେସନର ବିକାଶ କରାଯାଇ ବିଶ୍ୱସ୍ତରୀୟ ଷ୍ଟେସନରେ ପରିଣତ କରାଯିବ । ଏଥିପାଇଁ ଷ୍ଟେସନ ଡେଭଲପମେଣ୍ଟ ପ୍ଲାନ କରାଯାଇଛି । ରେଲେଓ୍ୱ ପାଖରେ ସୀମିତ ଜାଗା ରହିଛି ଏବଂ ବଳକା ଜାଗା ବିଡିଏ ପାଖରେ ରହିଛି । ବିଡିଏ ସହ ଆଲୋଚନା କରି ଯୁଗ୍ମ ଭାବେ ପ୍ଲାନ ପ୍ରସ୍ତୁତ ହୋଇଥିବା ସୂଚନା ଦେଇଛନ୍ତି ରେଳବୋର୍ଡ଼ ଅଧ୍ୟକ୍ଷ ତଥା ସିଇଓ ସୁନୀତ ଶର୍ମା
ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷାକୁ ଉପେକ୍ଷା, ଅଣଦେଖା ! ବର୍ଷ ବର୍ଷ ଧରି ପ୍ରଚଳିତ ଓଡ଼ିଆ ଭାଷାର ସୁରକ୍ଷା ବଦଳରେ ବିଲୋପ ପାଇଁ ଚକ୍ରାନ୍ତ, ଷଡ଼ଯନ୍ତ୍ର! ସୀମାନ୍ତ ଝାଡ଼ଖଣ୍ଡର ଷଢ଼େଇକଳା ଓ ଖରସୁଁଆରେ ପୁରୁଷ ପୁରୁଷ ଧରି ଲୋକେ ଓଡ଼ିଆକୁ ମାତୃଭାଷା ଭାବେ ବ୍ୟବହାର କରୁଥିବା ବେଳେ ଏବେ ସେମାନଙ୍କ ସେ ଅଧିକାର କ୍ଷୂର୍ଣ୍ଣ ହେବାର ଆଶଙ୍କା ଦେଖାଦେଇଛି
କୁହାଯାଏ ଜଣେ ମହିଳା ହେଉଛନ୍ତି ଆଉ ଜଣେ ମହିଳାର ଶତ୍ରୁ। କିନ୍ତୁ ଏଭଳି ଏକ ଖବର ସାମ୍ନାକୁ ଆସିଛି ଯାହା ଏହାକୁ ଭୁଲ ବୋଲି ପ୍ରମାଣ କରିଛି। ଏହି ଘଟଣା ହେଉଛି ଓଡିଶାର। କର୍କଟ ରୋଗ ସହ ସଂଗ୍ରାମ କରୁଥିବା ରାଜଲକ୍ଷ୍ମୀ (୬୩) ତାଙ୍କ ବନ୍ଧୁ ନମ୍ରତାଙ୍କ ବ୍ରାହୁରେ ମୃତ୍ୟୁ ବରଣ କରିଛନ୍ତି।
ବଲିଉଡର ପ୍ରତ୍ୟେକ ସେଲିବ୍ରିଟି ଏହି ପ୍ରଶିକ୍ଷକଙ୍କଠାରୁ ଫିଟ୍ନେସ୍ ଟିପ୍ସ ନେବାକୁ ଚାହାଁନ୍ତି। ସମସ୍ତେ ମଧ୍ୟ ତାଙ୍କ ଟିପ୍ସ ପାଇ ଫିଟ୍ ହୋଇ ବଲିଉଡରେ ନିଜ ପାଇଁ ଏକ ସ୍ୱତନ୍ତ୍ର ନାମ ତିଆରି କରିଛନ୍ତି। ହଁ, ଆମେ ସେଲିବ୍ରିଟି ଫିଟ୍ନେସ୍ ଟ୍ରେନର ନମ୍ରତା ପୁରୋହିତଙ୍କ କଥା କହୁଛୁ। ପ୍ରକାଶଥାଉ ଯେ ପିଲାଦିନେ ସେ ଖେଳକୁ ବହୁତ ଭଲ ପାଉଥିଲେ। ସେ ସର୍ବଦା ସକ୍ରିୟ ଥିଲେ ଏବଂ ପ୍ରତ୍ୟେକ ଖେଳରେ ଭାଗ ନେଉଥିଲେ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସେ ରାଜ୍ୟ ତଥା ଜାତୀୟ ସ୍ତରରେ ଫୁଟ୍ବଲ୍ ଏବଂ ସ୍କ୍ୱାସ୍ରେ ମଧ୍ୟ ଭାଗ ନେଇଛନ୍ତି। ମାତ୍ର ୧୫ ବର୍ଷ ବୟସରେ ସେ ଏକ ଘୋଡାରୁ ଖସିପଡିଥିଲେ।
ଅନେକ ଲୋକ ଘରେ ପଶୁ ପକ୍ଷୀ ରଖିବାକୁ ଭଲ ପାଆନ୍ତି। ଏଥିରୁ ବିଲେଇ ମଧ୍ୟ ଅନ୍ୟତମ। ଆପଣ ବିଲେଇମାନଙ୍କୁ ଭଲ ପାଆନ୍ତି କି? ଯଦି ନୁହେଁ, ତେବେ ହୁଏତ ଏହି ଭାଇରାଲ୍ ଭିଡିଓ ଦେଖିବା ପରେ ଆପଣ ମଧ୍ୟ ବିଲେଇ ପ୍ରେମରେ ପଡ଼ିଯିବେ। କଥା କ’ଣ କି ଏକ ବିଲେଇ ପ୍ରାଣ ପଣେ ଚେଷ୍ଟାକରି ଏକ ଛୋଟ ଶିଶୁର ଜୀବନ ରକ୍ଷା କରିଛି। ଏଭଳି ଏକ ସିସିଟିଭି ଫୁଟେଜ୍ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓ ଦେଖିବା ପରେ ସମସ୍ତେ ବିଲେଇଙ୍କୁ ପ୍ରଶଂସା କରୁଛନ୍ତି।
ଇଣ୍ଟରନେଟ ସେବା ନଥିବାରୁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ପାଇଁ ଗ୍ରାମବାସୀ ଆତୁର ନିବେଦନ କରିଥିଲେ। ଶେଷରେ ପ୍ରଶାସନ ପିଢପୋଖରି ଗାଁରେ ଟିକାକରଣ ପାଇଁ ବ୍ୟବସ୍ଥା କରିଥିଲେ। ହେଲେ ଇଣ୍ଟରନେଟ ନଥିବାରୁ ଡେବରା ଡିହି ପାହାଡ଼ ଉପରେ ଟିକାକରଣ କରାଯାଇଥିଲା।
ପୋଲିସ ଡିଜି ଅଭୟ ଦିନିକିଆ କୋରାପୁଟ ଓ ମାଲକାନଗିରି ଜିଲ୍ଲା ଗସ୍ତ କରିଛନ୍ତି। କୋରାପୁଟରେ ପହଞ୍ଚିବା ପରେ ଡିଜିପି ଅଭୟ, ମାଓ ଗତିବିଧି ସହ ଗଞ୍ଜେଇ ଚାଲାଣ ଉପରେ ସମୀକ୍ଷା କରିଥିଲେ।
ବାରମ୍ବାର ଅଭିଯୋଗ ସତ୍ତ୍ୱେ ଚୁପ୍ ରହିଛି ପ୍ରଶାସନ
ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ କରମ ତଲାରେ ଯୁବକମାନେ ପ୍ରତିବାଦ କରୁଛନ୍ତି। ନୂତନ ଭାବେ କାର୍ଯ୍ୟକ୍ଷମ ହୋଇଥିବା ୩୩ କେଭି ବିଦ୍ୟୁତ ଗ୍ରୀଡ଼ ସବଷ୍ଟେସନ ସମ୍ମୁଖରେ ଧାରଣା ଦେଇଛନ୍ତି।
ବାପାମାଆଙ୍କର ଗୋଟିଏ ବୋଲି ଝିଅ ଆନନ୍ଦିତା । କଅଁଳ ବୟସରେ ପୀଡିତ ହୋଇଛି ବ୍ଲଡ କ୍ୟାନସରରେ । ବଡଡାକ୍ତରଖାନା ଫେରାଇଦେବା ପରେ ଏବେ କୋଲକାତାରେ ରହି ଚିକିତ୍ସିତ ହେଉଛନ୍ତି ।
ଗାଁକୁ ରାସ୍ତା, ପିଲାଙ୍କୁ ଶିକ୍ଷା ଆଉ ପିଇବାକୁ ବିଶୁଦ୍ଧ ପାଣି। ଏହି ମୌଳିକ ସୁବିଧା ସୁଯୋଗ ପାଇବା ଅଧିକାର ସମସ୍ତଙ୍କ ରହିଛି।
ଗୋଟିଏ ନଳକୂପ ପାଖରେ ଶହ ଶହ ଲୋକଙ୍କ ଭିଡ । ପାଣି ନେବା ପାଇଁ ହାତରେ ଗରା, ବାଲଟି ଧରି ଘଂଟା ଘଂଟା ଲମ୍ବା ଧାଡିରେ ଛିଡାହେବାକୁ ପଡୁଛି । ପୁଣି ତାହା ଭିତରେ ବି ପାଟିତୁଣ୍ଡ ଲାଗିଯାଉଛି, କିଏ ଆଗ ପାଣି ନେବ ପ୍ରତିଯୋଗିତା ଚାଲୁଛି । ଗୋଟିଏ ନଳକୂପ ଉପରେ ୬୦ରୁ ଅଧିକ ପରିବାର ନିର୍ଭର କରୁଛନ୍ତି
ଆପଣଙ୍କ ଗ୍ୟାସ ସିଲିଣ୍ଡର କେତେ ଦିନରେ ଖାଲି ହେବ? କେମିତି ଜାଣିବେ ସିଲିଣ୍ଡରରେ କେତେ ଗ୍ୟାସ ସରିଛି? ଆଉ କେତେ ଗ୍ୟାସ ସିଲିଣ୍ଡରରେ ଅଛି? କେବେ ଯୋଗାଡ କରିବାକୁ ହେବ ନୂଆ ସିଲିଣ୍ଡର? ଏମିତି ସବୁ ପ୍ରଶ୍ନର ଉତ୍ତର ପାଇଁ ଜାଣନ୍ତୁ ଏହି ଟ୍ରିକ୍...
ହଠାତ୍ ଏ ସଂସାରରେ ଏକା ହୋଇଗଲା ପ୍ରମିଳା। ଛୋଟିଆ ଭାଇ ଦୁଇଟି। ନିଜର ରୋଜଗାର ବୋଲି କିଛି ନାହିଁ। ବର୍ଷା ହେଲେ ଚାଳଘର ସାରା ପାଣି। ନିଜ ଭବିଷ୍ଯତ ଓ ବାହାଘର କଥା ସେ ଆଉ ଭାବୁନି। କେବଳ ଗୋଟିଏ ଚିନ୍ତା, ଭାଇ ଦୁଇଟିକୁ କେମିତି ମଣିଷ କରିବ। କଇଁ କଇଁ ହୋଇ କାନ୍ଦି କାନ୍ଦି କହୁଛି, ଧିକ୍ ମୋ ଭଉଣୀ ପଣିଆକୁ।
ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତ ଯୋଜନା(ମନରେଗା)ରେ କାମ କରି ମାସ ମାସ ଧରି ମଜୁରୀ ପାଇ ନାହାନ୍ତି ଶ୍ରମିକ। ସେପଟେ ମେସିନ୍ ସାହାଯ୍ୟରେ କରାଯାଉଛି ମନରେଗା କାମ। ଏଭଳି ଅଭିଯୋଗ ଉଠାଇଛନ୍ତି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଅଞ୍ଚଳର ହିତାଧିକାରୀ।