• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ସୁନା ଠକେଇ: ୧୨ ସହରରେ GST ରେଡ୍

  • ସୁନା ବେପାରରେ ଜିଏସଟି ଠକେଇ ନେଇ ୧୭ଟି ବଡ଼ ଜୁଏଲାରୀରେ ଚଢ଼ାଉ

  • ସୁନାର ଓଜନ, ମାନ ଓ GST ଠକେଇ ହେଉଛି ନାହିଁ ଦେଖୁଛି ବିଭାଗ

ଭୁବନେଶ୍ୱର : ସୁନା କାରବାରରେ ଜିଏସଟି ଠକେଇ ଅଭିଯୋଗରେ ୧୨ଟି ସହରରେ ଚଢ଼ଉ କରାଯାଇଛି । ଜିଏସଟି ବିଭାଗ ପକ୍ଷରୁ ୧୨ଟି ସହରର ୧୭ଟି ବଡ଼ ବଡ଼ ଗହଣା ଦୋକାନରେ ଏହି ଚଢ଼ଉ କରାଯାଇଛି । ଭୁବନେଶ୍ୱର, ରାଉରକେଲା, କଟକ, ବ୍ରହ୍ମପୁର, ବରଗଡ଼ ଆଦି ସହରରେ ଥିବା ବଡ଼ ବଡ଼ ଜୁଏଲାରୀ ହାଉସରେ ଜିଏସଟି ଚଢ଼ଉ କରିଛି ।

ଚଢ଼ଉ ବେଳେ ସୁନାର ଓଜନ, ମାନ ଓ ଜିଏସସି ଠକେଇ ହୋଇଛି କି ନାହିଁ, ତାହାର ଯାଞ୍ଚ କରାଯାଉଛି । ଜିନିଷ ଦେବାରେ ଠକେଇ, ନିଜ ପାଖରେ ଥିବା ଷ୍ଟକର ଭୁଲ୍ ତଥ୍ୟ ଦେଖାଇବା, ମିଥ୍ୟା ତଥ୍ୟ ଦେଇ ଟ୍ୟାକ୍ସ ଲୁଚାଇବା, ଟ୍ୟାକ୍ସ ଫାଙ୍କି ଜିନିଷ ଗୁଡ଼ିକୁ ବେଆଇନ ଭାବେ ଅନ୍ୟସ୍ଥାନକୁ ଚାଲାଣ କରିବା ଅଭିଯୋଗରେ ଏହି ଚଢ଼ାଉ କରାଯାଇଛି ।

ସୂଚନା ଅନୁସାରେ ନକଲି ସୁନା, ମାପ ଓ ଓଜନରେ ଠକେଇ କରାଯାଉଥିବା ଜିଏସଟି ହାତରେ ଖବର ଲାଗିଛି । କେବଳ ଏତିକି ନୁହେଁ ପୂଜା ବଜାର ପାଇଁ ବଡ଼ ବଡ଼ ସୁନା ଦୋକାନ ଗୁଡ଼ିକରେ ଷ୍ଟକ୍ ମଧ୍ୟ ଅଧିକ ରଖାଯାଉଛି । ଏହି କ୍ରମରେ ଜିଏସଟିର ସାତ ଜଣିଆ ଟିମ୍ ଭୁବନେଶ୍ୱର ସହିଦ ନଗର, ମଞ୍ଚେଶ୍ୱର, ଲକ୍ଷ୍ମୀସାଗରର ବିଭିନ୍ନ ସୁନା ଦୋକାନରେ ଚଢ଼ଉ କରିଛି ।

ତେବେ ଚଢ଼ାଉ ସମୟରେ ବାହାରର କୌଣସି ଲୋକଙ୍କୁ ଭିତରକୁ ଯିବାକୁ ଦେଉନଥିଲେ କି ଭିତରେ ଥିବା ବ୍ୟବସାୟୀଙ୍କୁ ବାହାରକୁ ଯିବା ପାଇଁ ଅନୁମତି ନଥିଲା । ତେବେ ଅଭିଯୋଗ ଆଧାରରେ ଏହି ଚଢ଼ାଉ କରାଯାଉଛି । ଜିଏସିଟି ଠକେଇ ହେଉଛି ନା ନାହିଁ, ଆଗକୁ ଜଣାପଡ଼ିବ । କେବଳ ଭୁବନେଶ୍ୱରରେ ନୁହଁ ରାଜ୍ୟର ୧୨ ସହରରେ ଜିଏସଟି ରେଡ୍ ହୋଇଛି ।