Advertisment

ମାଓ ଗତିବିଧି ଓ ଗଞ୍ଜେଇ ଚାଲାଣ ଉପରେ ସମୀକ୍ଷା କଲେ ଡିଜିପି

ପୋଲିସ ଡିଜି ଅଭୟ ଦିନିକିଆ କୋରାପୁଟ ଓ ମାଲକାନଗିରି ଜିଲ୍ଲା ଗସ୍ତ କରିଛନ୍ତି। କୋରାପୁଟରେ ପହଞ୍ଚିବା ପରେ ଡିଜିପି ଅଭୟ, ମାଓ ଗତିବିଧି ସହ ଗଞ୍ଜେଇ ଚାଲାଣ ଉପରେ ସମୀକ୍ଷା କରିଥିଲେ।

author-image
Rajalaxmi Sahoo
DGP

DGP

କୋରାପୁଟ: ପୋଲିସ ଡିଜି ଅଭୟ ଦିନିକିଆ କୋରାପୁଟ ଓ ମାଲକାନଗିରି ଜିଲ୍ଲା ଗସ୍ତ କରିଛନ୍ତି। କୋରାପୁଟରେ ପହଞ୍ଚିବା ପରେ ଡିଜିପି ଅଭୟ, ମାଓ ଗତିବିଧି ସହ ଗଞ୍ଜେଇ ଚାଲାଣ ଉପରେ ସମୀକ୍ଷା କରିଥିଲେ। ଡିଜିପିଙ୍କ ସହ ଆଇଜି ଅପରେସନ ଅମିତାଭ ଠାକୁର, ଗୁଇନ୍ଦା ନିର୍ଦେଶକ ଲଳିତ ଦାଶ, ଆଇଜି SW ଅନିରୁଦ୍ଧ ସିଂ ଅଛନ୍ତି। 

Advertisment

ତେବେ ସମୀକ୍ଷା ବେଳେ ଡିଆଇଜି SW ରାଜେଶ ପଣ୍ଡିତ, କୋରାପୁଟ ଏସ୍‌ପି ବରୁଣ ଗୁଣ୍ଡୁପାଲିଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ସେମାନଙ୍କ ଉପସ୍ଥିତିରେ ୨ ମାଓବାଦୀ ରଞ୍ଜିତା ଓ ଗାଙ୍ଗୀ ଆତ୍ମସମର୍ପଣ କରିଛନ୍ତି। ଜଣେ ଏସିଏମ୍ କ୍ୟାଡରର ହୋଇଥିବାବେଳେ ଅନ୍ୟ ଜଣକ ମିଲିଟାରି ଗ୍ରୁପ୍‌ର ସଦସ୍ୟ। ମାଓ ସଂଗଠନର ଖରାପ ଚିନ୍ତାଧାରା ଓ ସରକାରଙ୍କ ବିକାଶ ପ୍ରକ୍ରିୟାକୁ ଦେଖି ଉଭୟେ ଆତ୍ମସମର୍ପଣ କରିଥିବା କହିଛନ୍ତି। 

ଅନ୍ୟପକ୍ଷରେ ଗସ୍ତ ଅବସରରେ ଡିଜିପି ୨୨ ଜଣ ପୋଲିସ କମାଣ୍ଡୋଙ୍କୁ ନକ୍ସଲ ଦମନ ପାଇଁ ଓ ୪ ଜଣଙ୍କୁ ଏନ୍‌ଡିପିଏସ୍‌ ପାଇଁ ପୁରସ୍କୃତ କରିଥିଲେ। କୋରାପୁଟରୁ ମାଲକାନଗିରି ଯାଇ ଯୋଡ଼ାଆମ୍ବ ଓ କାଲିମେଳା ପୋଲିସ୍‌ ଷ୍ଟେସନ ଉଦ୍‌ଘାଟନ କରିବେ ଡିଜିପି।

Advertisment
Odisha DGP DGP Maoists In Odisha Ganja Smuggling Odisha
Advertisment
Advertisment