Advertisment

ଓଡ଼ିଆ ଭାଷାର ସୁରକ୍ଷା ବଦଳରେ ବିଲୋପ ପାଇଁ ଚକ୍ରାନ୍ତ, ଷଡ଼ଯନ୍ତ୍ର!

ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷାକୁ ଉପେକ୍ଷା, ଅଣଦେଖା ! ବର୍ଷ ବର୍ଷ ଧରି ପ୍ରଚଳିତ ଓଡ଼ିଆ ଭାଷାର ସୁରକ୍ଷା ବଦଳରେ ବିଲୋପ ପାଇଁ ଚକ୍ରାନ୍ତ, ଷଡ଼ଯନ୍ତ୍ର! ସୀମାନ୍ତ ଝାଡ଼ଖଣ୍ଡର ଷଢ଼େଇକଳା ଓ ଖରସୁଁଆରେ ପୁରୁଷ ପୁରୁଷ ଧରି ଲୋକେ ଓଡ଼ିଆକୁ ମାତୃଭାଷା ଭାବେ ବ୍ୟବହାର କରୁଥିବା ବେଳେ ଏବେ ସେମାନଙ୍କ ସେ ଅଧିକାର କ୍ଷୂର୍ଣ୍ଣ ହେବାର ଆଶଙ୍କା ଦେଖାଦେଇଛି

author-image
Sarbeswar
ଅଦ୍ୟତନ ହୋଇଛି
Politics In School

Politics In School

ଭୁବନେଶ୍ୱର: ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷାକୁ ଉପେକ୍ଷା, ଅଣଦେଖା ! ବର୍ଷ ବର୍ଷ ଧରି ପ୍ରଚଳିତ ଓଡ଼ିଆ ଭାଷାର ସୁରକ୍ଷା ବଦଳରେ ବିଲୋପ ପାଇଁ ଚକ୍ରାନ୍ତ, ଷଡ଼ଯନ୍ତ୍ର! ସୀମାନ୍ତ ଝାଡ଼ଖଣ୍ଡର ଷଢ଼େଇକଳା ଓ ଖରସୁଁଆରେ ପୁରୁଷ ପୁରୁଷ ଧରି ଲୋକେ ଓଡ଼ିଆକୁ ମାତୃଭାଷା ଭାବେ ବ୍ୟବହାର କରୁଥିବା ବେଳେ ଏବେ ସେମାନଙ୍କ ସେ ଅଧିକାର କ୍ଷୂର୍ଣ୍ଣ ହେବାର ଆଶଙ୍କା ଦେଖାଦେଇଛି। ନିକଟରେ ଝାଡ଼ଖଣ୍ଡ ସରକାର ରାଜ୍ୟ ପ୍ରାଥମିକ ଶିକ୍ଷକଙ୍କ ତାଲିମ ପାଠ୍ୟକ୍ରମରୁ ଓଡ଼ିଆ ଭାଷାକୁ ବାଦ୍ ଦେବାକୁ ବିଜ୍ଞପ୍ତି ପରେ ଓଡ଼ିଆ ଭାଷା ଆହୁରି ବିପନ୍ନ ହେବାକୁ ଯାଉଥିବା ଅଭିଯୋଗ ଆଣିଛନ୍ତି।

Advertisment

ଏଠାକାର ବହୁ ଭାଷାପ୍ରେମୀ ଓ ଭାଷା ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ବ୍ୟକ୍ତି ଓ ସଂଗଠନ ସେମାନଙ୍କ ମତରେ ଓଡ଼ିଆ ବହୁଳ ଷଢେଇକଳା ଓ ଖରସୁଆଁରୁ ଓଡ଼ିଆ ଭାଷାକୁ ବିଲୁପ୍ତ କରିବାକୁ ଝାଡ଼ଖଣ୍ଡ ସରକାରଙ୍କ ଏହା ରୀତିମତ ଯୋଜନା। ତେଣେ ଏ ପ୍ରସଙ୍ଗକୁ ନେଇ କିଛି ରାଜନୈତିକ ଦଳ ରୁଟି ସେକୁଥିବା କହିଛନ୍ତି ଶାସନରେ ଥିବା ଜେଏମଏମ୍ ନେତା।

Advertisment

ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ କୁହାଯାଉଥିବା ଷଢେଇକଳା ଓ ଖରସୁଁଆ ଏକ ଓଡ଼ିଆ ବହୁଳ ଅଞ୍ଚଳ। ଭୌଗୋଳିକ ସ୍ଥିତି ଓ ରାଜନୈତିକ ପଶାପାଲିରେ ପେଶି ହୋଇ ୧୯୪୮ରେ ଏହା ବିହାର ଓ ପରେ ଝାଡ଼ଖଣ୍ଡ ରାଜ୍ୟ ଅଧିନକୁ ଯାଇଥିଲେ ବି ଏଠି ଓଡ଼ିଆଙ୍କ ପ୍ରାଧାନ୍ୟ ଓ ଓଡ଼ିଆ ଭାଷାର ସମ୍ମାନ ପ୍ରତି କେବେ ଆଞ୍ଚ୍ ଆସିନଥିଲା। ସ୍ଥାନୀୟ ପୁରୁଖା ଅଧିବାସୀଙ୍କ ମତରେ ସେମାନଙ୍କ ବେଳେ ଏଠାରେ ଶହ ଶହ ଓଡ଼ଇା ସ୍କୁଲ ଥିଲା ପାଠପଢ଼ା ବି ଓଡ଼ିଆରେ ହେଉଥିଲା।

ହେଲେ ଆଜି ସେ ସ୍ଥିତି ନାହିଁ। ପୂର୍ବରୁ ୧୫୦ ସଂଖ୍ୟା ବଦଳରେ ଏବେ ଅଞ୍ଚଳରେ ମୁକସାକ୍ଷୀ ହୋଇ ରହିଛି ହାତଗଣତି ମାତ୍ର ୫-୬ଟି ଓଡ଼ିଆ ସ୍କୁଲ। ଯେଉଁଠି ଏବେ ହିନ୍ଦୀରେ ଶିକ୍ଷାଦାନ ସହ ଓଡ଼ିଆକୁ ମାତୃଭାଷା ବିଷୟ ଭାବେ ପଢୁଛନ୍ତି ପିଲା। ଯାହା ଏଠାରେ ଓଡ଼ିଆ ଭାଷାର ସୁରକ୍ଷା ଓ ସ୍ଥାୟିତ୍ୱକୁ ଜଳ ଜଳ ପ୍ରମାଣିତ କରୁଛି। ସେପଟେ ଗଲା ୫ ବର୍ଷ ହେବ ଏଠି ଓଡ଼ିଆ ଶିକ୍ଷକଙ୍କୁ ଆଉ ନିଯୁକ୍ତି ମିଳିନି ୨୦୨୦ ପରଠୁ ଉତ୍କଳ ସମ୍ମିଳନୀରୁ ପାଠ୍ୟପୁସ୍ତକ ଆସୁନି କି ଏଥିପ୍ରତି ଓଡ଼ିଶା ସରକାରଙ୍କ ନିଘା ମଧ୍ୟ ନାହିଁ ବୋଲି କହିଛନ୍ତି ଅନେକ ସଚେତନ ଓଡ଼ିଆ।

Odia Language Jharkhand
Advertisment
Advertisment