• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

chandipur beach
ଅଳିଆ ଆବର୍ଜନାରେ ଭର୍ତ୍ତି ଚାନ୍ଦିପୁର ବିଚ୍, ଅସ୍ୱାସ୍ଥ୍ୟକର ପରିବେଶ ଯୋଗୁଁ ଆସୁନାହାନ୍ତି ପର୍ଯ୍ୟଟକ

ପର୍ଯ୍ୟଟନ ଋତୁ ଆସୁଥିବା ବେଳେ ଚାନ୍ଦିପୁର ଗୋଲଡେନ୍ ସି ବିଚ୍ ଏବେ ଅଳିଆରେ ଭରିଯାଇଛି । ଏହି ବିଚ ଅନ୍ୟ ସି ବିଚ୍ ତୁଳନାରେ ସଂପୂର୍ଣ୍ଣ ନିଆରା, ଯାହାକୁ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ ଜମେ । ହେଲେ ଦୁର୍ଭାଗ୍ୟର କଥା ହେଲା ବ୍ଲୁ ଫ୍ଲାଗ ମାନ୍ୟତା ଅପେକ୍ଷାରେ ଥିବା ଏହି ବିଚ୍ କୁଢ କୁଢ ଅଳିଆ ଆବର୍ଜନାରେ ଭର୍ତ୍ତି ।

Compulsory Retirement
ଆଉ ୪ ସରକାରୀ ଅଧିକାରୀଙ୍କୁ ଦିଆଗଲା ବାଧ୍ୟତାମୂଳକ ଅବସର

ଦୁର୍ନୀତି ଓ ଅପାରଗତା ପାଇଁ ଏହି ୪ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ରାଜ୍ୟରେ ଏଯାବତ୍‌ ୧୨୨ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦିଆଗଲାଣି।

Motor launch of millions of dollars worth of property is being ruined
ଖତ ଖାଉଛି ଲକ୍ଷାଧିକ ଟଙ୍କାର ସମ୍ପତ୍ତି !

ଖତ ଖାଉଛି ମୋଟର ଲଞ୍ଚ । ପରିତ୍ୟକ୍ତ ଅବସ୍ଥାରେ ନଷ୍ଟ ହୋଇ ପଡିରହିଛି ଲକ୍ଷାଧିକ ଟଙ୍କାର ସମ୍ପତ୍ତିର ମୋଟର ଲଞ୍ଚ । ଯାହା ଦିନେ ସ୍ୱାଭିମାନ ଅଂଚଳର ଲାଇଫଲାଇନ୍ ଥିଲା ।

BMC Issues Guidelines For Winter Season
ବାହା-ବ୍ରତ-ଶୁଦ୍ଧିକ୍ରିୟା ସର୍ବାଧିକ ୫୦ ଲୋକ

ଶୀତ ଋତୁ ଆସୁଥିବାରୁ ରାଜଧାନୀରେ BMC କୋଭିଡ଼ କଟକଣା। ବାହାଘର, ବ୍ରତଘର, ଶୁଦ୍ଧିକାର୍ଯ୍ୟରେ ଲୋକସଂଖ୍ୟା ଉପରେ କଟକଣା ଜାରି କରାଯାଇଛି।

Petrol Price Today In Delhi Near 102 Rupees Litre And Diesel Price Crosses 90 Rs Litre Samp
ଆଉ ଲୋକେ ଗାଡ଼ି ଚଢ଼ିବେ ତ?

ପେଟ୍ରୋଲ ଦର ୧୦୯ ଟଙ୍କା ! ଆଉ ଲୋକେ ଗାଡ଼ି ଚଢ଼ିବେ ତ?

Udala Bike Mechanic Creates Magic Using Coconut Shell
ପେଶା ମେକାନିକ୍ ନିଶା ଶଢ଼େଇକଳା

ପେଶାରେ ଗାଡି ମେକାନିକ୍ ହେଲେ ନିଶା ସୁନ୍ଦର ଘରକରଣା ଜିନିଷ ତିଆରି କରିବା।

Special Story | Lady Entrepreneure In Rourkela Excels In Poultry Farming - OTV Report
ସ୍ୱାମୀ ଦେଖିଥିଲେ ସୁନା ଫସଲର ସ୍ୱପ୍ନ, ସାକାର କଲେ ସ୍ତ୍ରୀ

ରାଉରକେଲାର ୟେ ହେଉଛନ୍ତି ଜଣେ ସଫଳ ମହିଳା ଚାଷୀ। ତାଙ୍କ ସ୍ୱାମୀ ଗତବର୍ଷ କରୋନାରେ ଆରପାରିକୁ ଚାଲିଯାଇଛନ୍ତି। ସ୍ୱାମୀଙ୍କର ସ୍ୱପ୍ନ ଥିଲା ଯେ, ସେ ଏକ ସୁନ୍ଦର ଫାର୍ମ ହାଉସ୍ ତିଆରି କରିବେ।

Mahanadi River Mishap | Rescue Operation On To Trace 12-Yr-Old Missing Girl
ପ୍ରବଳ ପାଣି, ଭିତରେ ଭଉଁରୀ

ସମ୍ବଲପୁର ଜିଲ୍ଲା ମହାନଦୀ କୂଳ ଦଲେଇପଡ଼ା ଘାଟରେ ଚାଲିଛି ଖୋଜାଖୋଜି

Rayagada\'s Hanging Bridge Turns Into ‘Death Trap’ For Tourists
ଜୀବନ ନେଉଛି ଝୁଲା ପୋଲ

ଝୁଲା ପୋଲ ଏବେ ପାଲଟିଛି ମରଣଯନ୍ତ୍ରା। ବାରମ୍ବାର ଦୁର୍ଘଟଣା ପରେ ଏବେ ସ୍ଥାନୀୟ ବାସିନ୍ଦାଙ୍କ ମନରେ ଛନକା ପଶିଛି।

Jajpur | Sec 144 To Be Clamped For Maa Biraja Rath Yatra
ବିନା ଭକ୍ତରେ ଗଡ଼ିବ ମା ବିରଜାଙ୍କ ରଥ

କରୋନା କଟକଣା ଯୋଗୁଁ ଚଳିତବର୍ଷ ଦୁର୍ଗା ମହାଷ୍ଟମୀରେ ବିନା ଶ୍ରଦ୍ଧାଳୁରେ ଗଡିବ ମା ବିରଜାଙ୍କ ରଥ । ଏନେଇ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି ।

ICMR’s Drone-Based Vaccine Delivery Model Launched In Northeast
ଡ୍ରୋନରେ ଗଲା କରୋନା ଟିକା

ଡ୍ରୋନରେ ପହଁଚିଲା କରୋନା ଟିକା। ଆଇସିଏମଆର୍ ଡ୍ରୋନ୍ ଭିତ୍ତିକ ଟିକା ଯୋଗାଣ ମଡେଲ୍ ଆଇ ଡ୍ରୋନ୍ ସେବାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ।

Special Story | Gujarat Man Leaves IPS Job To Join As IAS - OTV Report
IPS ଚାକିରିକୁ କଲେ ବାଏ ବାଏ, କଲେ IAS ଚାକିରି

ସମସ୍ତେ ସ୍ୱପ୍ନ ଦେଖନ୍ତି। ହେଲେ ଯିଏ ସ୍ୱପ୍ନକୁ ସତ କରି ଦେଖାଏ ସେ ହିଁ ସଫଳ ବ୍ୟକ୍ତିତ୍ୱ। ୪ ଥର ଦେଲେ ୟୁପିଏସସି ପରୀକ୍ଷା। ପ୍ରଥମେ ଫେଲ ମାରିଲେ।

Mahanadi Tragedy
କୂଳ ଭାବି ଭିତରକୁ ଗଲେ କିନ୍ତୁ କରେଣ୍ଟ ଟାଣିନେଲା !

ପାଣି ସ୍ଥିର ଥାଇବି କୂଳରେ ଗାଧୋଇବା ବେଳେ ଏଭଳି ବଡ଼ ଅଘଟଣ କାହିଁକି ଘଟିଲା? ଉଦ୍ଧାର କରିବାରେ କାହିଁକି ବିଳମ୍ବ ହେଲା? ଏସବୁ ପ୍ରଶ୍ନ ମନରେ ଉଙ୍କି ମାରୁଥିବା ବେଳେ ଏଠାକାର ସ୍ଥାନୀୟ ମତ୍ସ୍ୟଜୀବୀ ଓ ସ୍କୁବା ଡ୍ରାଇଭର ଆଶ୍ଚର୍ଯ୍ୟକର କଥା କହିଛନ୍ତି।

Tourists rue lack of safety measures at Rayagada hanging bridge
ଜୀବନ ନେଉଛି ଝୁଲା ପୋଲ

ଝୁଲା ପୋଲ ପାଲଟିଛି ମରଣଯନ୍ତ୍ରା । ରାୟଗଡ଼ା ସହର ଉପକଣ୍ଠ ନାଗାବଳୀ ନଦୀରେ ଥିବା ଏହି ପୋଲ୍ ଓ ଆଖପାଖରେ ଯାଇଛି ଅନେକ ପର୍ଯ୍ୟଟକଙ୍କ ଜୀବନ । ଲୋକମାନେ ଏହା ଉପରେ ବୁଲନ୍ତି, ଫଟୋ ଉଠାନ୍ତି ହେଲେ ଏହି ପୋଲ ଏବେ ସାଜିଛି କାଳ । ଗତ ଦୁଇ ଦିନ ତଳେ ଝୁଲା ପୋଲ ନିକଟରେ ସେଲଫି ନେବା ବେଳେ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି ।

soumya death case
ହାଇକୋର୍ଟ ଗଲା ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା

ହାଇକୋର୍ଟ ଗଲା ସୌମ୍ୟ ମୃତ୍ୟୁ ମାମଲା। ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା ହାଇକୋର୍ଟ ଯାଇଛି। ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ସୌମ୍ୟରଞ୍ଜନଙ୍କ ପରିବାର। ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ ମାମଲା ଦାଏର କରାଯାଇଛି

petrol hike
ଆଦିବାସୀ ଇଲାକାରେ ପେଟ୍ରୋଲ୍ ଏବେ ଅମୂଲ ମୂଲ

କରୋନା ମହାମାରୀ ଯୋଗୁଁ ଏମିତିକା ଗଲା ଦେଢ଼ବର୍ଷ ହେଲା ଲକଡାଉନ୍-ସଟଡାଉନ୍ ଯନ୍ତ୍ରଣା ଭିତରେ ରୋଜଗାର କମୁଥିବାବେଳେ, ମହଙ୍ଗା ତେଲ ମାଡ଼ ଯେମିତି ଜନତାଙ୍କୁ ଆକ୍ତାମାକ୍ତା କରିଦେଲାଣି।

Marriage celebration
ବାହାଘର, ଶୁଦ୍ଧିକାର୍ଯ୍ୟରେ ୫୦ ଜଣଙ୍କୁ ଅନୁମତି

ଶୀତ ଋତୁ ଆସୁଥିବାରୁ କୋଭିଡ଼ କଟକଣା କଡ଼ା କଲା ବିଏମ୍‌ସି। ବାହାଘର, ବ୍ରତଘର, ଶୁଦ୍ଧିକାର୍ଯ୍ୟରେ ଲୋକସଂଖ୍ୟା ଉପରେ କଟକଣା ଜାରି ହୋଇଛି। ଏଣିକି ଏଭଳି ସାମାଜିକ କାର୍ଯ୍ୟରେ ସର୍ବାଧିକ ୫୦ ଜଣଙ୍କୁ ଅନୁମତି ମିଳିବ।

Journalism scholarship
ଅରିନ୍ଦମଙ୍କ ନାଁରେ ସ୍କଲାରସିପ୍‌ ଘୋଷଣା କଲା OTV

ଦିବଙ୍ଗତ ସାମ୍ବାଦିକ ଅରିନ୍ଦମ ଦାସଙ୍କ ନାଁରେ OTV ପକ୍ଷରୁ ସ୍କଲାରସିପ୍ ଘୋଷାଣା ହୋଇଛି। ଏକାଦଶାହ ଅବସରରେ ଅରିନ୍ଦମଙ୍କ ନାଁରେ ସ୍କଲାରସିପ୍ ଘୋଷଣା ହେଲା। ପ୍ରତିବର୍ଷ ଜଣେ ସାମ୍ବାଦିକତା ଛାତ୍ର ବା ଛାତ୍ରୀଙ୍କୁ ଦିଆଯିବ ଏହି ସ୍କଲାରସିପ୍। ସାମ୍ବାଦିକତା ପାଠ ପଢ଼ିବା ପାଇଁ ଦିଆଯିବ ସ୍କଲାରସିପ୍, ସ୍ମୃତି-ସଭାରେ ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡା ଏନେଇ ଘୋଷଣା କରିଛନ୍ତି।

pipili by election postmortem
ପିପିଲି ପୋଷ୍ଟମର୍ଟମ: କାହାର ବଢିଲା, କାହାର କମିଲା?

ଭୋଟ୍ ସରିଲା, ଆରମ୍ଭ ହେଲା ଫାଇଦା-ଘାଟାର ପୋଷ୍ଟମର୍ଟମ। ଭୋଟ୍ ପ୍ରତିଶତ ହିସାବକୁ ଦେଖିଲେ, ବିଜେଡି ଫାଇଦାରେ ଥିବା ବେଳେ ବିଜେପି ନିଜ ଭୋଟ୍ ବ୍ୟାଙ୍କ ବଜାୟ ରଖିବା ସହ ସାମାନ୍ୟ ଉନ୍ନତି କରିଛି। କିନ୍ତୁ ଢେର୍ ଘାଟା ଖାଇଛି କଂଗ୍ରେସ୍।

3 missing after being swept away in Mahanadi River while taking bath
ମହାନଦୀରେ ଭାସିଗଲେ ଗୋଟିଏ ପରିବାରର ୩ ସଦସ୍ୟ

ପରିବାର ବୁଲିବାକୁ ଆସି ଅପରାହ୍ନରେ ଏହି ନଦୀକୂଳରେ ଗଧୋଉଥିଲେ। ସେ ଅନ୍ୟଦିନରେ ଏଠାକୁ ଆସନ୍ତି ନାହିଁ। ଆଜି ଗାଧୋଇବା ପାଇଁ ବାପ, ପୁଅ, ଝିଅ ଏଠାକୁ ଆସିଥିଲେ। ହେଲେ କୌଣସି କାରଣରୁ ଭାସି ଯାଇଥିଲେ।

arindam das
ଅରିନ୍ଦମଙ୍କ ନାଁରେ OTV ର ସ୍କଲାରସିପ୍‌ ଘୋଷଣା

ଦିବଙ୍ଗତ ସାମ୍ବାଦିକ ଅରିନ୍ଦମ ଦାସଙ୍କ ନାଁରେ OTV ପକ୍ଷରୁ ସ୍କଲାରସିପ୍ ଘୋଷାଣା ହୋଇଛି। ଏକାଦଶାହ ଅବସରରେ ଅରିନ୍ଦମଙ୍କ ନାଁରେ ସ୍କଲାରସିପ୍ ଘୋଷଣା ହେଲା। ପ୍ରତିବର୍ଷ ଜଣେ ସାମ୍ବାଦିକତା ଛାତ୍ର ବା ଛାତ୍ରୀଙ୍କୁ ଦିଆଯିବ ଏହି ସ୍କଲାରସିପ୍। ସାମ୍ବାଦିକତା ପାଠ ପଢ଼ିବା ପାଇଁ ଦିଆଯିବ ସ୍କଲାରସିପ୍, ସ୍ମୃତି-ସଭାରେ ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡା ଏନେଇ ଘୋଷଣା କରିଛନ୍ତି।

Son gave new life to father by giving his liver
ନିଜ ଲିଭର ଦେଇ ବାପାକୁ ବଞ୍ଚେଇଲା ପୁଅ

ତାଙ୍କ ପାଇଁ ପରିବାର ସବୁକିଛି। ଏଭଳି ବିଶ୍ୱାସ ରଖୁଥିବା ଜଣେ ପୁଅ ଯିଏ ନିଜର ଅସୁସ୍ଥ ପିତାଙ୍କୁ ନୂତନ ଜୀବନ ଦେଇ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଏହି ଯୁବକଙ୍କର ବାପାଙ୍କର ଲିଭର ଖରାପ ହୋଇଯାଇଥିଲା। ତାଙ୍କ ପାଖରେ ଅଧିକ ସମୟ ନ ଥିଲା ବୋଲି ଡାକ୍ତର କହିଥିଲେ। ଲିଭର ପ୍ରତିରୋପଣ ଆବଶ୍ୟକ ଥିଲା। ପୁଅ ନିଜେ ଯକୃତର ୬୫ ପ୍ରତିଶତ ପିତାଙ୍କୁ ଦାନ କରି ସମସ୍ତଙ୍କ ହୃଦୟ ଜିତିଛନ୍ତି। ଏହି କଥା ଇନ୍‌ଷ୍ଟାଗ୍ରାମରେ 'ହ୍ୟୁମାନ୍ସ ଅଫ୍ ବମ୍ବେ' ପୃଷ୍ଠାରେ ଶେୟାର କରାଯାଇଥିଲା, ଯାହା ପଢିବା ପରେ ଅନେକ ଲୋକଙ୍କ ଆଖି ଓଦା ହୋଇଯାଇଛି।

Badbil ITI college
ବ୍ୟାନର୍‌ ପାଇଁ ଗଲା ଜୀବନ !

ଉପରେ ଚଢିଥିବା ଛାତ୍ର ସରୋଜ ଘଣା ତଳେ ପଡି ଯାଇଥିଲେ। ଅନ୍ୟ ଜଣେ ବି ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ପ୍ରଥମେ ଦୁଇ ଜଣଙ୍କୁ ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣା ଯାଇଥିଲା। ପରେ ବଡ଼ବିଲରୁ ଯୋଡା ଟିସ୍କୋ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।

Puri Srimandir
ଶେଷ ହେଲା ୭ ଦ୍ୱାରର ରୂପା ଛାଉଣି କାମ

ଶ୍ରୀମନ୍ଦିରର କଳାହାଟା ଦ୍ୱାର ପାଇଁ ଆସିଥିବା ସମସ୍ତ ୫ କ୍ୱିଣ୍ଟାଲ ରୁପାକୁ ଆସନ୍ତାକାଲି ନିଳାଦ୍ରୀ ଭକ୍ତନିବାସ ଷ୍ଟ୍ରଙ୍ଗରୁମରୁ ଜିଲ୍ଲା କୋଷାଗାରକୁ ସ୍ଥାନାନ୍ତର କରାଯିବ। ଜିଲ୍ଲାପାଳଙ୍କଠାରୁ ସବୁଜ ସଂକେତ ମିଳିବା ପରେ କୋଷାଗାରରେ ରୁପାକୁ ସୁରକ୍ଷିତ ରଖିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିସ୍ପତ୍ତି ନିଆଯାଇଛି। ସେପଟେ ୭ଟି ଦ୍ୱାରର ରୁପା ଛାଉଣି କାମ ଶେଷ ହୋଇଛି।

Highcourt
ବରଗଡ଼ରେ ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ଘଟଣା: ହାଇକୋର୍ଟରେ ମାମଲା ଦାଏର

ବରଗଡ଼ ପୋଲିସ୍ ହେପାଜତରେ ଗୋବିନ୍ଦ କୁମ୍ଭାର ମୃତ୍ୟୁ ମାମଲାକୁ ନେଇ ଭାରତ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ମାମଲା ଦାଏର କରାଯାଇଛି। ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାର, ଡିଜିପି, ବରଗଡ଼ ଏସ୍‌ପି, ଥାନା IICଙ୍କୁ ପକ୍ଷଭୁକ୍ତ କରାଯାଇଛି।