Advertisment

ବସ୍ତିକୁ ମାଲବାହୀ ଟ୍ରେନ ମାଡ଼ିଯିବା ଘଟଣା: ଷ୍ଟେସନ ମ୍ୟାନେଜରଙ୍କ ସମେତ ୪ ନିଲମ୍ବିତ

ରେଲବାଇ ଜିଏମ୍ ଅନୀଲ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଆରମ୍ଭ ହୋଇଛି ତଦନ୍ତ। ତେବେ ରାସ୍ତା ଉପରୁ ବଗି ହଟିଥିଲେ ସୁଦ୍ଧା, କାରଣ ଏବେବି ଅସ୍ପଷ୍ଟ ରହିଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
suspended

suspended

ରାଉରକେଲା ବାସନ୍ତୀ କଲୋନୀ ମାଲଗୋଦାମ ବସ୍ତିକୁ ମାଲବାହୀ ଟ୍ରେନର ୩ ବଗି ମାଡିଯିବା ଘଟଣାରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ। ନିଲମ୍ବିତ ହୋଇଛନ୍ତି ରାଉରକେଲା ଷ୍ଟେସନ ମ୍ୟାନେଜର, ସଂପୃକ୍ତ ମାଲବାହୀ ଟ୍ରେନର ଡ୍ରାଇଭର, ଗାର୍ଡ ଓ ସେଣ୍ଟ୍ରିଂ କର୍ମଚାରୀ। ଘଟଣାର ତଦନ୍ତ ଚାଲିଥିବା ବେଳେ ପ୍ରାଥମିକ ଭାବେ ୪ଜଣଙ୍କୁ ନିଲମ୍ବନ କରାଯାଇଛି।

Advertisment

ଅନ୍ୟପକ୍ଷରେ ରେଲବାଇ ଜିଏମ୍ ଅନୀଲ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଆରମ୍ଭ ହୋଇଛି ତଦନ୍ତ। ତେବେ ରାସ୍ତା ଉପରୁ ବଗି ହଟିଥିଲେ ସୁଦ୍ଧା, କାରଣ ଏବେବି ଅସ୍ପଷ୍ଟ ରହିଛି।

କେଉଁ ପରିସ୍ଥିତିରେ ଏଭଳି ଘଟିଲା ? ଏଭଳି ତ୍ରୁଟି ପାଇଁ ଦାୟୀ କିଏ ? ରେଲୱେ ଟ୍ରାକ୍ ଠିକ୍ ଥିଲା ନା ନାହିଁ ? ସିଗନାଲରେ ତ୍ରୁଟି ଥିଲା କି ? ଏଭଳି ଅନେକ ପ୍ରଶ୍ନ ଏବେ ସାମନାକୁ ଆସିଛି । ଅନ୍ୟପଟେ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଥିବା ସ୍ଥାନୀୟ ବସ୍ତିବାସିନ୍ଦା ଆତଙ୍କିତ ଅବସ୍ଥାରେ ଅଛନ୍ତି ।

Advertisment

ସୂଚନାଯୋଗ୍ୟ, ଗତକାଲି ରାଉରକେଲା ସହରର ବାସନ୍ତୀ କଲୋନୀ ଅଞ୍ଚଳରେ ମାଲଗୋଦାମ ବସ୍ତିକୁ ମାଲବାହୀ ଟ୍ରେନର ୩ ବଗି ମାଡ଼ି ଯାଇଥିଲା। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଲୋକମାନେ ଯିବା ଆସିବା କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ପ୍ରାୟ ୩ ଘଣ୍ଟା ର ଅପରେସନ ପରେ ରାସ୍ତା ଉପରୁ ଟ୍ରେନ ବଗି ହଟିଥିଲା। ଏକ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଯାଇଥିଲେ ବସ୍ତି ବାସିନ୍ଦା।

ଅଧିକ ପଢ଼ନ୍ତୁ: ବାରବାଟୀରେ ଟିକେଟ ପାଇଁ ଦଳାଚକଟା; ଧସେଇ ପଶିଲେ, ଧସ୍ତାଧସ୍ତି ହେଲେ

Rourkela Train
Advertisment
Advertisment