• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ବିଶ୍ୱସ୍ତରୀୟ ହେବ ଭୁବନେଶ୍ୱର ଷ୍ଟେସନ

  • PPP ମୋଡ଼ରେ ବିକାଶ ହେବ ଭୁବନେଶ୍ୱର ରେଳଷ୍ଟେସନ

  • ଷ୍ଟେସନର ଡେଭଲପମେଣ୍ଟ ପ୍ଲାନ ହୋଇଛି: ରେଳ ବୋର୍ଡ ଅଧ୍ୟକ୍ଷ

  • RLDA ଭୁବନେଶ୍ୱର ଷ୍ଟେସନ ଅଞ୍ଚଳର ବିକାଶ କରିବ

  • ରେଳଷ୍ଟେସନରେ ଆଉ ଗୋଟିଏ ନୂଆ ପ୍ଲାଟଫର୍ମ ହେବ

ଭୁବନେଶ୍ୱର : ବଦଳିବ ଭୁବନେଶ୍ୱର ରେଳ ଷ୍ଟେସନର ରୂପେରଖ । PPP ମୋଡ଼ରେ ଭୁବନେଶ୍ୱର ରେଳଷ୍ଟେସନର ବିକାଶ କରାଯାଇ ବିଶ୍ୱସ୍ତରୀୟ ଷ୍ଟେସନରେ ପରିଣତ କରାଯିବ । ଏଥିପାଇଁ ଷ୍ଟେସନ ଡେଭଲପମେଣ୍ଟ ପ୍ଲାନ କରାଯାଇଛି । ରେଲେଓ୍ୱ ପାଖରେ ସୀମିତ ଜାଗା ରହିଛି ଏବଂ ବଳକା ଜାଗା ବିଡିଏ ପାଖରେ ରହିଛି । ବିଡିଏ ସହ ଆଲୋଚନା କରି ଯୁଗ୍ମ ଭାବେ ପ୍ଲାନ ପ୍ରସ୍ତୁତ ହୋଇଥିବା ସୂଚନା ଦେଇଛନ୍ତି ରେଳବୋର୍ଡ଼ ଅଧ୍ୟକ୍ଷ ତଥା ସିଇଓ ସୁନୀତ ଶର୍ମା ।

ସେ କହିଛନ୍ତି, ଖୁବଶୀଘ୍ର ରେଳ ଲ୍ୟାଣ୍ଡ ଡେଭଲପମେଣ୍ଟ ଅଥରିଟି ବା RLDA ଭୁବନେଶ୍ୱର ଷ୍ଟେସନ ଅଞ୍ଚଳର ବିକାଶ କରିବ ବିଡିଏ ବଳକା ଏରିଆର ବିକାଶ କରିବ ଏବଂ ଏହାକୁ ଭୁବନେଶ୍ୱର ସିଟି ସହ ମର୍ଜ କରାଯିବ । PPP ମୋଡରେ ହେଉଥିବାରୁ ନିବେଶକ ପୁଞ୍ଜିନିବେଶ କରିବେ । ଖୁବଶୀଘ୍ର ଟେଣ୍ଡର ଡକାଯାଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସେ କହିଛନ୍ତି । ଭୁବନେଶ୍ୱର ରେଳଷ୍ଟେସନରେ ଆଉ ଗୋଟିଏ ନୂଆ ପ୍ଲାଟଫର୍ମ ସହ ୨ ଟି ନୂଆ ଲାଇନ ଯୋଡ଼ା ହେବ ।

କୋଭିଡ ଯୋଗୁ ଏବେ ୯୦ ପ୍ରତିଶତ ଯାତ୍ରୀବାହୀ ଟ୍ରେନ ଚଳାଚଳ କରୁଛି । ଆସନ୍ତା ୨ରୁ ୩ ମାସ ମଧ୍ୟରେ ସବୁ ଯାତ୍ରୀବାହୀ ଟ୍ରେନ୍ ଚାଲିବ ବୋଲି ରେଳବୋ଼ର୍ଡ ଅଧ୍ୟକ୍ଷ କହିଛନ୍ତି ।